ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ମଜୁରୀ ଟଙ୍କା ମାଗିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଟାଙ୍ଗୀ, ୦୭/୦୯ : ମଜୁରୀ ଟଙ୍କା ମାଗିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଟାଙ୍ଗୀ ଥାନା ଅଧିନସ୍ଥ ବରିକୋ ଗ୍ରାମରେ ଏଭଳି ଘଟଣା ଘଟିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି।

ସୂଚନାନୁଯାୟୀ, ବରିକୋ ଗ୍ରାମର ଅର୍ଜୁନ ପଲାଇ ୨ ଦିନ ତଳେ ବନ୍ଧୁଙ୍କର କହିବା ଅନୁସାରେ ମଜୁରୀ ଲାଗିଥିଲେ। ବୁଧବାର ରାତିରେ ଅର୍ଜୁନ ମଜୁରୀ ଟଙ୍କା ତାଙ୍କ ବନ୍ଧୁଙ୍କୁ ମାଗିଥିଲେ। ବନ୍ଧୁ ଜଣକ ଏଥିରେ ଉତକ୍ଷିପ୍ତ ହୋଇ ଅର୍ଜୁନଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ଘଟଣା ଭୟଙ୍କର ରୂପ ନେଇଥିଲା। ବନ୍ଧୁ ଜଣକ ପାଖରେ ପଡ଼ିଥିବା ବିୟର ବୋତଲକୁ ଭାଙ୍ଗି ଅର୍ଜୁନଙ୍କ ପିଚାରେ ଭର୍ତି କରିଦେଇଥିଲେ। ଗୁରୁତର ଭାବେ ଅର୍ଜୁନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.