ବୀରମହାରାଜପୁର ୧୯/୯ (ଆ.ପ୍ର)- ବୀରମହାରାଜପୁର ଥାନା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ ର କଇରାଝୁଲି ନିକଟରେ ମଙ୍ଗଳବାର ସନ୍ଧ୍ୟା ରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଚଳାଉ ଥିବା ବାପା ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଯାଲୋଏ ପଞ୍ଚାୟତ ଗଣ୍ଡପାଲି ଗ୍ରାମର ମଙ୍ଗୁଳୁ ମହାପାତ୍ର(୪୫)। ଆହତ ଜଣକ ହେଲେ ମୃତକଙ୍କ ସାନପୁଅ ଆନନ୍ଦ ମହାପାତ୍ର(୧୬) ।
ଯାଲୋଏ ପଞ୍ଚାୟତ ଗଣ୍ଡପାଲି ଗ୍ରାମର ମଙ୍ଗୁଳୁ ମହାପାତ୍ର(୪୫ ଓ ତାଙ୍କ ସାନପୁଅ ଆନନ୍ଦ ମହାପାତ୍ର(୧୬) ଏକ ବାଇକ ରେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉଭୟ ବାଇକ ର ଚାଳକ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ମଧ୍ୟ ବହୁ ବିଳମ୍ବ ରେ ଆସିଥିଲା। ଉଭୟ ବାପ ପୁଅ ଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନା ରେ ମଙ୍ଗୁଳୁ ଙ୍କୁ ମୃତ ଘୋଷଣା କରିଥିଲେ। ବୀରମହାରାଜପୁର ପୋଲିସ ଡ଼ାକ୍ତରଖନା କୁ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ଦେହ ବୀରମହାରାଜପୁର ଡାକ୍ତରଖାନା ସ୍ଥିତ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ବୁଧୁବାର ବ୍ୟବଛେଦ କରାଯିବ।
ଆହୁରି ପଢନ୍ତୁ : ମର୍ମନ୍ତୁଦ ଦୁର୍ଘଟଣା : ଅଟୋ- ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ ଓ ୬ ଗୁରୁତର