କୋଲକାତା,୮।୨: ପଶ୍ଚିମବଙ୍ଗର ଜେଲ୍ ଗୁଡିକରୁ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମନାକୁ ଆସିଛି। ସାରା ରାଜ୍ୟରେ ସବୁ ସୁଧାର ଗୃହର ନ୍ୟାୟ ମିତ୍ର(ଆମିକସ୍ କ୍ୟୁରି) ଭାବରେ କଲିକତା ହାଇକୋର୍ଟଙ୍କୁ ଦିଆଯାଇଥିବା ନିଜ ରିପୋର୍ଟରେ କହିଛନ୍ତି, ପଶ୍ଚିମବଙ୍ଗର ଜେଲ୍ରେ ଥିବା ମହିଳା କଏଦୀ ଗର୍ଭବତୀ ହେଉଛନ୍ତି। ହାଇକୋର୍ଟଙ୍କୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି, ଜେଲ୍ରେ ରହିବା ବେଳେ ମହିଳା କଏଦୀ ଗର୍ଭବତୀ ହେଉଛନ୍ତି ଓ ଏହି କାରଣରୁ ସାରା ରାଜ୍ୟର ଜେଲ୍ରେ ଅତି କମ୍ରେ ୧୯୬ ଜଣ ଶିଶୁ ଜନ୍ମ ହୋଇଛନ୍ତି।
ଆମିକସ୍ କ୍ୟୁରୀ ଗୁରୁବାର ଏହି ମାମଲାରେ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଟିଏମ୍ ଶିବଗଣନମ ଓ ଜଷ୍ଟି ସୁପ୍ରତିମ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠ ଆଗରେ ଦୁଇଟି ନୋଟ୍ ରଖିଛନ୍ତି। ଆମିକସ୍ କ୍ୟୁରି ପ୍ରଥମ କହିଛନ୍ତି, ମାଇଁ ଲର୍ଡ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ଜେଲ୍ରେ ରହିବା ବେଳେ ମହିଳା କଏଦୀମାନେ ଗର୍ଭବତୀ ହେଉଛନ୍ତି। ଏହାପରେ ଜେଲ୍ରେ ପିଲାମାନେ ମଧ୍ୟ ଜନ୍ମ ହେଉଛନ୍ତି। ବର୍ତ୍ତମାନ ୧୯୬ ପିଲା ପଶ୍ଚିମବଙ୍ଗର ବିଭିନ୍ନ ଜେଲ୍ରେ ରହୁଛନ୍ତି। ’
ହେମନ୍ତ ସୋରେନ୍ଙ୍କ ଘରୁ ମିଳିଥିବା ବିଏମ୍ଡବ୍ଲୁର ଧୀରଜ ସାହୁଙ୍କ ସହ ରହିଛି କନେକ୍ସନ, ସାଂସଦଙ୍କୁ ଡକାଇଲା ଇଡି
ଏହା ସହିତ ଆମିକସ୍ କ୍ୟୁରୀ ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କୁ ନିବେଦନ କରିଛନ୍ତି ଯେ, ସୁଧାର ଗୃହରେ ମୁତୟନ ପୁରୁଷ କର୍ମଚାରୀଙ୍କ ମହିଳା କଲଦୀଙ୍କ ସେଲ୍ ଭିତରକୁ ପ୍ରବେଶ କରିବାକୁ ତୁରନ୍ତ କଟକଣା ଲଗାଯିବା ଦରକାର। ସେ ଏହା ମଧ୍ୟ କହିଛନ୍ତି ଯେ, ନିକଟରେ ମୁଁ ସୁଧାର ଗୃହର ମହାନୀରିକ୍ଷକ (ବିଶେଷ) ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ସହିତ ଜଣେ ମହିଳା ସୁଧାର ଗୃହକୁ ଗସ୍ତ କରିଛନ୍ତି। ସେଠାରେ ମୁଁ ଜରେ ଗର୍ଭବତୀ ମହିଳା ଓ ଅତି କମ୍ରେ ୧୫ ଅନ୍ୟ ମହିଳା କଏଦୀ ନିଜ ନିଜର ପିଲାଙ୍କ ସହିତ ରହୁଛନ୍ତି। ସେହି ପିଲାଙ୍କର ଜନ୍ମ ଜେଲ୍ ଭିତରେ ହୋଇଛି।
ଏହାପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଟିଏସ୍ ଶିବଗଣନମ ଓ ଜଷ୍ଟିସ ସୁପ୍ରିତମ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠ ମାମଲାକୁ ଅନ୍ୟ ଖଣ୍ଡପୀଠଙ୍କୁ ଦେଇଛନ୍ତି। ଯେତେବେଳେ ଆମିକସ୍ କ୍ୟୁରୀ ଜେଲ୍ର ସ୍ଥିତି ଶୁଣୁଥିଲେ, ସେତେବେଳେ ସରକାରୀ ଓକିଲ ମଧ୍ୟ ସେଠାରେ ଥିଲେ। ଖଣ୍ଡପୀଠ ନୋଟ୍କୁ ରେକର୍ଡରେ ନେଇ କହିଥିଲେ, ଆମିକସ୍ କ୍ୟୁରୀ ଯେଉଁ ମାମଲାର ଉଲ୍ଲେଖ କରିଛନ୍ତି, ତାହା ଏକ ଗମ୍ଭୀର ପ୍ରସଙ୍ଗ ବୋଲି ଇଶାରା କରୁଛି। ଜେଲ୍ରେ ରହିବା ସମୟରେ ମହିଳା କଏଦୀ ଗର୍ଭବତୀ ହେଉଛନ୍ତି ଓ ବର୍ତ୍ତମାନ ୧୯୬ ପିଲା ପଶ୍ଚିମବଙ୍ଗର ବିଭିନ୍ନ ଜେଲ୍ରେ ଅଛନ୍ତି।