ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା

ଭୁବନେଶ୍ୱର ୧୯/୦୪: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ। ଆଖିବୁଜିଲା ଧଳା ବାଘୁଣୀ ସ୍ନେହା । ୧୪ ବର୍ଷ ବୟସରେ ହୋଇଛି ମୃତ୍ୟୁ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗୁରୁବାର ଦେହ ଖରାପ ହେବାରୁ ଚାଲିଥିଲା ଚିକିତ୍ସା । ପୋଷ୍ଟମର୍ଟମ୍ ରିପୋର୍ଟ ପରେ ଜଣା ପଡ଼ିବ କାରଣ। 

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩ନଂ ଫିଡ଼ିଂ ଚ୍ୟାମ୍ବରରେ ରହୁଥିବା ପ୍ରାୟ ୧୪ ବର୍ଷୀୟା ଧଳା ବାଘୁଣୀ ସ୍ନେହା ଗୁରୁତର ହୋଇପଡିଥିଲେ । ଓୟୁଏଟିର ପ୍ରଫେସରଙ୍କ ତତ୍ତ୍ୱାବଧାନରେ ପ୍ରାଣୀ ଚିକିତ୍ସକ ମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ । ଗୁରୁବାର ତାକୁ ସାଲାଇନ ସହିତ ଭିଟାମିନ ଓ ଆଣ୍ଟିବାୟୋଟିକ ଦିଆଯାଇଥିଲା । ତା’ର ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତା’ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିଲା । ବାଘୁଣୀ ସ୍ନେହା କିଛି ଦିନ ତଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା । ଧିରେ ଧିରେ ଖାଇବା କମାଇଦେଇଥିଲା । ପ୍ରାଣୀ ଚିକିତ୍ସକ ମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟର ଅବନତି ହେବାରୁ ଓୟୁଏଟିର ସ୍ୱାସ୍ଥ୍ୟ କମିଟି ସହଯୋଗ ଲୋଡ଼ାଯାଇଥିଲା । ଏବେ ସତ ଚେଷ୍ଟା ପରେ ବି ବାଘୁଣୀକୁ ବଞ୍ଚାଇ ପାରିନାହାଁନ୍ତି ଚିକିତ୍ସକ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.