ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡି ପଞ୍ଚମ ଶ୍ରେଣୀ ଛାତ୍ର ମୃତ

ଖଣ୍ଡପଡ଼ା ୧୮/୦୫: ଖଣ୍ଡପଡ଼ା ବ୍ଲକ ଅଧୀନ କୁଞ୍ଜବିହାରୀ ପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଆଜି ସକାଳୁ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ପୋଖରୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୁଞ୍ଜବିହାରୀପୂର ଗ୍ରାମର ଯୁଧିଷ୍ଟିର ପଣ୍ଡାଙ୍କ ସାନପୁଅ ମହେଶ୍ବର ପଣ୍ଡା (୧୦) ଆଜି ସକାଳୁ ସ୍ଥାନୀୟ ନୂଆ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁର୍ଭାଗ୍ୟ ବଶତଃ ଗୋଡ଼ ଖସି ଯିବାରୁ ସେ ପୋଖରୀର ପାଣିରେ ବୁଡ଼ି ଯାଇଥିଲେ। ସେହି ସମୟରେ ଉକ୍ତ ଅଞ୍ଚଳରେ ଏକ ନିର୍ଦ୍ଧିଷ୍ଟ ଦଳର ନିର୍ବାଚନୀ ପ୍ରଚାର ଚାଲୁ ରହିଥିବା ଯୋଗୁ ପ୍ରଚନ ସାଉଣ୍ଡ ପ୍ରଭାବରେ ମହେଶ୍ୱରଙ୍କ ଚିତ୍କାର ଫିକାପଡ଼ି ଯାଇଥିଲା। ଯାହା ଫଳରେ ଲୋକମାନେ ତାଙ୍କ ପାଟି ଶୁଣି ନପାରିବାରୁ ସେ ପୋଖରୀ ପାଣିରେ ବୁଡ଼ି ଯାଇଥିବା ପରିବାର ଲୋକେ କହିଛନ୍ତି।

ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ପୋଖରୀ ମଧ୍ୟରେ ଯେତେ ଖୋଜାଖୋଜି କରିଥିଲେ ସୁଦ୍ଧା ମହେଶ୍ୱରଙ୍କୁ ପାଣିରୁ ଉଦ୍ଧାର କରିପାରି ନଥିଲେ। ପରେ ଖଣ୍ଡପଡ଼ା ଦମକଳ ବାହୀନିକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରେ ଖୋଜାଖୋଜି କରି ମହେଶ୍ଵରଙ୍କୁ ଉଦ୍ଧାର କରିଥିଲେ। ତେବେ ମହେଶ୍ୱରଙ୍କୁ ତତକ୍ଷଣାତ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଥାଉକି ମହେଶ୍ୱର ସୁନାଖେଳା ସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରରେ ହଷ୍ଟେଲରେ ରହି ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ମାତ୍ର ୩ଦିନ ହେବ ଛୁଟିରେ ଘରକୁ ଆସିଥିଲା। ଆଜି ସକାଳୁ ଗାଧୋଇବାକୁ ପୋଖରୀକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.