ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଯାତ୍ରାରେ ଗଣ୍ଡଗୋଳ, ମାରଣାସ୍ତ୍ରରେ ଆକ୍ରମଣ କଲେ ଯାତ୍ରା କମିଟି ସଦସ୍ୟ, ୨ ଯୁବକ ଗୁରୁତର

ବାସୁଦେବପୁର, ୪।୦୨: ବାସୁଦେବପୁର ବ୍ଲକ ବିଦେଇପୁରଠାରେ ଚାଲିଥିବା କପିଳ ମୁନି ମେଳା ଉପଲକ୍ଷେ ଯାତ୍ରା ପରିବେଷଣ ହେଉଥିଲା । ଯାତ୍ରା ଦୁର୍ଗା ମନ୍ଦିର ଯାତ୍ରାର ମେଲୋଡ଼ି କାର୍ଯ୍ୟକ୍ରମ ଶେଷ ହେବା ପରେ ଯାତ୍ରାର ସିନ୍ ଚାଲିଥିବା ବେଳେ ଯାତ୍ରା ବାହାରେ କୌଣସି କାରଣକୁ ନେଇ ପ୍ରଥମେ ଯାତ୍ରା କମିଟି ସଦସ୍ୟଙ୍କ ସହିତ ବିରସ ଗ୍ରାମର କେତେକ ଯୁବକଙ୍କ ସହିତ ପ୍ରଥମେ ବଚସା ହୋଇଥିଲା । ପରେ ଯାତ୍ରା କମିଟି ସଦସ୍ୟମାନେ ମିଳିତ ହୋଇ କୋଦାଳ ବେଣ୍ଟ ସହିତ ବିଭିନ୍ନ ମାରଣାସ୍ତ୍ରରେ ବିରସ ଗ୍ରାମର ଯୁବକମାନଙ୍କୁ ଆକ୍ରମଣ କରିଥିଲେ । 

ଆକ୍ରମଣରେ ବିରସ ଗ୍ରାମର ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏହି ଦୁଇ ଆହତ ଯୁବକ ହେଲେ ବାସୁଦେବ ଜେନା ଓ ସୁଦର୍ଶନ ବିଶ୍ୱାଳ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକମାନେ ପହଞ୍ଚିବାରୁ ଆକ୍ରମଣକାରୀମାନେ ଦୌଡ଼ି ପଳାଇ ଯାଇଥିଲେ । ଏପରି ଗଣ୍ଡଗୋଳକୁ ନେଇ ଯାତ୍ରା ବନ୍ଦ କରାଯାଇଥିଲା । ଅନ୍ୟପକ୍ଷରେ ଦୁଇଜଣ ଆହତଙ୍କୁ ବାସୁଦେବପୁର ଡାକ୍ତରଖାନା ଆଣିଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ଏ ଘଟଣା ନେଇ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନଥିବା ସୂଚନାରୁ ପ୍ରକାଶ । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.