ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଏକ ରାସାୟନିକ କାରଖାନାରେ ଆଜି (ଗୁରୁବାର) ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣା ସକାଳ ୧୧.୧୫ ସମୟରେ ଘଟିଛି । ମୁମ୍ବାଇ ଠାରୁ ୧୧୦ କିଲୋମିଟର ଦୂରରେ ଥିବା ରୋହା ସହରର Dhatav MIDC ର ସାଧନା ନାଇଟ୍ରୋ କେମ ଲିମିଟେଡରେ ଘଟିଛି । ରାଏଗଡ ପୋଲିସ୍ ଅଧୀକ୍ଷକ ସୋମନାଥ ଘର୍ଗେ କହିଛନ୍ତି ଯେ, ଏହି ବିସ୍ଫୋରଣ ରାସାୟନିକ କାରଖାନାର ଏକ ଷ୍ଟୋରେଜ୍ ଟ୍ୟାଙ୍କରେ ଘଟିଛି । ଷ୍ଟୋରେଜ୍ ଟ୍ୟାଙ୍କରେ କାମ କରୁଥିବା ଦୁଇଜଣ କର୍ମଚାରୀ ଏହି ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ସେ କହିଛନ୍ତି ଯେ, ନିକଟରେ କାମ କରୁଥିବା ଅନ୍ୟ ଚାରି ଜଣ ଶ୍ରମିକ ଏଥିରେ ଜଳିଯାଇଛନ୍ତି ।
ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତ ଶ୍ରମିକମାନଙ୍କୁ ରୋହର ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଛି । ଘାର୍ଗେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ଚିକିତ୍ସା କରାଯାଉଛି । ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।