ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ, ୨ ଯବାନ ଆହତ

କଠୁଆ,୮।୭: ଜମ୍ମୁ-କଶ୍ମୀରରେ ପୁଣିଥରେ ସେନା ଗାଡି ଉପରେ ଆକ୍ରମଣ। ଜମ୍ମୁର କଠୁଆ ବିଲାଓ୍ବର ଧଡନୋତା ଅଞ୍ଚଳରେ ସୋମବାର ସେନାର ଗାଡି ଉପରେ ଆତଙ୍କବାଦୀମାନେ କରିଛନ୍ତି ଗ୍ରେନେଡ୍ ମାଡ। ଏହାପରେ ଆକ୍ରମଣରେ ସେନାର ୨ ଜଣ ଯବାନ ଆହତ ହୋଇଛନ୍ତି। 

ଆତଙ୍କବାଦୀମାନେ ଲୋଇ ମରାଡ ଗାଁ ନିକଟରେ ସେନାର ବାହାନ ଉପରେ ଆକ୍ରମଣ କରିଥିଲେ। ଜବାବ୍‌ରେ ଭାରତୀୟ ସେନା ଏହି ଅଞ୍ଚଳକୁ ଘେରାଉ କରିନେଇଥିଲା ଓ ଆତଙ୍କବାଦୀଙ୍କ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ଆକ୍ରମଣ କଠୁଆ ଜିଲ୍ଲାର  ମଛେଡି ଅଞ୍ଚଳର ଧଡନୋଟା ଗାଁରେ ସେତେବେଳେ ହୋଇଥିଲା ଯେତେବେଳେ ସେନାର ଯବାନ ନିଜର ରୁଟିନ୍ ଗସ୍ତରେ ଥିଲେ। ସୁରକ୍ଷା   ବାହିନୀ ବିଶେଷ ଭାବରେ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ।

ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ଭାରତୀୟ ସେନାର ଯବାନଙ୍କ ଉପରେ ବାହାନ ଉପରକୁ ଆତଙ୍କବାଦୀମାନେ ଆଗ ଗ୍ରେନେଡ୍ ମାଡ କରିଥିଲେ। ଯବାନମାନେ ମଧ୍ୟ ଏହାର ପାଲଟା ଜବା୍ ଦେଇଥିଲେ। ଏହା ଅତିରିକ୍ତ ସୁରକ୍ଷାକର୍ମୀ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ୨ ରୁ ୩ ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିବାର ଜଣାପଡିଛି। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କଡା କଡି କରି ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.