ବୌଦ୍ଧ,୨୧/୦୯: ବୌଦ୍ଧ ଜିଲ୍ଲାରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀଙ୍କ ମୃତ୍ୟୁ । ମୃତକ ବରଡିପଦର ଗ୍ରାମର ରମେଶ କୁମ୍ଭାର ବୋଲି ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଡିପଦର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ସୁତାବକ, ଚଳିତ ମାସ ୧୧ ତାରିଖରେ ଅସୁସ୍ଥତା ଅନୁଭବ କରି କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ରମେଶ । ସେଠାରେ ତାଙ୍କର ଡେଙ୍ଗୁ ପରୀକ୍ଷା ଏବଂ ସ୍କ୍ରବ୍ ଟାଇଫସ ପରୀକ୍ଷା କରାଯାଇଥିଲା । ରିପୋର୍ଟରେ ସ୍କ୍ରବ୍ ଟାଇଫସ ପଜେଟିଭ ଆସିଥିଲା । ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ଶୁକ୍ରବାର ପ୍ରାଣ ହରାଇଛନ୍ତି ରମେଶ ।
ଅନ୍ୟପଟେ ଜିଲ୍ଲାରେ ସ୍କ୍ରବ୍ ଟାଇଫସରେ ପ୍ରଥମ ରୋଗୀ ଚିହ୍ନଟ ହୋଇ ମୃତ୍ୟୁବରଣ କରିଥିବା ବେଳେ କଣ୍ଟାମାଳ ଅଞ୍ଚଳରେ ତଥା ଜିଲ୍ଲାରେ ଆତଙ୍କ ସୃଷ୍ଟି ହୋଇଛି ।