ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ ମଧ୍ୟରେ ପାଣ୍ଡ୍ୟାଙ୍କ ପାଇଁ ପ୍ରଥମ ଖୁସି ଖବର, ଖୁବଶୀଘ୍ର ପଡ଼ିଆକୁ ଫେରିବେ ଟି-୨୦ର ନମ୍ବର ଓ୍ବାନ ବ୍ୟାଟର

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଲାଗି ଇଣ୍ଡିଆନ୍ ପ୍ରିମିୟର ଲିଗ୍‌-୨୦୨୪ ଏଯାଏଁ ଶୁଭ ସାବ୍ୟସ୍ତ ହୋଇନାହିଁ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ଚଳିତ ଆଇପିଏଲରେ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ କେବଳ ପରାଜୟ ହିଁ ଭୋଗିଛି । ଏଯାବତ ବିଜୟର ସ୍ବାଦ ଚାଖିପାରି ନାହିଁ ମୁମ୍ବାଇ । ଏହାରି ମଧ୍ୟରେ ଉଭୟ ପାଣ୍ଡ୍ୟା ଏବଂ ଟିମ ପାଇଁ ବହୁତ ବଡ଼ ଖୁସି ଖବର ଆସିଛି । ଆହତ କାରଣରୁ ପଡ଼ିଆରୁ ବାହାରେ ଥିବା ଟି-୨୦ର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସୁସ୍ଥ ହୋଇଛନ୍ତି  ଏବଂ ଖୁବଶୀଘ୍ର ପ୍ଲେଇଂ ଇଲେଭେନରେ ସାମିଲ ହେବେ।  

ମିଳିଥିବା ସୂଚନା ଅନୁସାରେ, ସୂର୍ଯ୍ୟକୁମାର ଯାଦବ ଫିଟ୍‌ ହୋଇଥିବା ନେଇ ଘୋଷଣା ହୋଇଛି । ସେ ଖୁବଶୀଘ୍ର ଟିମ୍‌ରେ ସାମିଲ ହେବା ସହ ପୁଣି ଥରେ ପଡ଼ିଆରେ ନିଜର ଜଲଓ୍ବା ଦେଖାଇବେ । ସ୍ପୋର୍ଟସ୍‌ ହାର୍ନିଆ ସର୍ଜରୀ ପରେ ସେ ନ୍ୟାସନାଲ କ୍ରିକେଟ ଏକାଡେମିର ଥିଲେ । ଏଥିପାଇଁ ସେ ମୁମ୍ବାଇର ୩ଟି ମ୍ୟାଚ୍‌ରେ ସାମିଲ ହୋଇପାରି ନଥିଲେ ।

ସେପଟେ ଚଳିତ ଆଇପିଏଲ ସିଜନ୍‌ରେ ମୁମ୍ବାଇ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି । ହେଲେ ଦଳର ଏହି ନିଷ୍ପତ୍ତି ଏବେ ଯାଏଁ ଭୁଲ ସାବ୍ୟସ୍ତ ହୋଇଛି । ଯାହାକୁ ନେଇ ଉଭୟ ଫ୍ରାଞ୍ଚାଇଜ୍‌ ଏବଂ ଫ୍ୟାନ୍‌ ଅସନ୍ତୁଷ୍ଟ ଅଛନ୍ତି । ମୁମ୍ବାଇ ପ୍ରଥମେ ଗୁଜରାଟ ପାଖରୁ ପରାଜୟ ବରଣ କରିବା ପରେ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟ ଟିମ୍‌କୁ ପରାସ୍ତ କରିଛନ୍ତି । ତେବେ ଏପ୍ରିଲ ୭ରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ମୁକାବିଲା କରିବ ମୁମ୍ବାଇ ଇଣ୍ଡିଆନ୍ସ ।   

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.