ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପାଳନ ହେଲା ପ୍ରଥମ ହୋଲି, ଦେଖନ୍ତୁ ଫଟୋ

ଉତ୍ତରପ୍ରଦେଶ, ୨୫/୩ : ଚଳିତ ବର୍ଷ ଜାନୁଆରୀରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ପରେ ଆଜି ପ୍ରଥମ ଥର ହୋଲି ଉତ୍ସବ ପାଳନ କରଯାଇଛି । ମନ୍ଦିରର ଗର୍ଭଗୃହରେ ସୁଶୋଭିତ ରାମଲଲାଙ୍କ ମୂର୍ତ୍ତିକୁ ରଙ୍ଗ ଏବଂ ମିଠା ଚଢାଇବା ଉତ୍ସବରେ ଭାଗ ନେବା ଲାଗି ବହୁ ସଂଖ୍ୟାରେ ସକାଳୁ ସକାଳୁ ଭିଡ଼ ଲାଗିଯାଇଥିଲା । ମନ୍ଦିରର ପୂଜାରୀ ଏବଂ ଶ୍ରଦ୍ଧାଳୁ ଅଭୀର ସହ ପାରମ୍ପରିକ ହୋଲି ଖେଳିଛନ୍ତି । ଏହାସହ ପ୍ରସାଦ ରୂପରେ ରାମଲଲାଙ୍କୁ ୫୬ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି ।

ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ମନ୍ଦିରରେ ପ୍ରତିଷ୍ଠା ପରେ ରାମଲଲା ନିଜ ପ୍ରଥମ ହୋଲି ପାଳନ କରୁଛନ୍ତି । ତାଙ୍କ ଆକର୍ଷକ ମୂର୍ତ୍ତିକୁ ଫୁଲରେ ସଜା ଯାଇଥିଲା, ମଥାରେ ଅଭିର ଲଗାଯାଇଛି। ଏହି ଅବସରରେ ରାମଲଲାଙ୍କ ମୂର୍ତ୍ତିକୁ ଗୋଲାପୀ ରଙ୍ଗର ପୋଷାକ ପରିଧାନ କରାଯାଇଥିଲା । ମନ୍ଦିରର ପୂଜାରୀ ଭକ୍ତଙ୍କ ସହ ହୋଲି ଗୀତ ଗାଇଥିଲେ ଏବଂ ଉତ୍ସବରେ ମୂର୍ତ୍ତିଙ୍କ ସାମ୍ନାରେ ନୃତ୍ୟ ପରିବେଷଣ କରିଥିଲେ ।

ଏହି ଉତ୍ସବ ମନ୍ଦିରର ସୀମାରୁ ବାହାର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା। ପ୍ରାଚୀନ ସହର ଅଯୋଧ୍ୟାରେ ହୋଲିର ମାହୋଲ କାରଣରୁ ରଙ୍ଗଉତ୍ସବ ମନାଇବା ଲାଗି ଭକ୍ତ ମନ୍ଦିର ପରିସର ବାହାରେ ବଡ଼ ସଂଖ୍ୟାରେ ଏକାଠି ହୋଇଥିବା ଦେଖାଯାଇଛି । ଭାରି ଭିଡ଼କୁ ନିୟନ୍ତ୍ରିତ କରିବା ଏବଂ ଭକ୍ତଙ୍କ ସୁଲଭ ଦର୍ଶନ ଲାଗି ପର୍ଯ୍ୟାପ୍ତ ସୁରକ୍ଷା ଉପାୟ କରାଯାଇଥିଲା । 

ବହୁ ଚର୍ଚ୍ଚିତ ପ୍ରାଣ ପ୍ରତିଷ୍ଠା ସମାରୋହର ଗୋଟିଏ ଦିନ ପରେ ୨୩ଜାନୁଆରୀରେ ରାମ ମନ୍ଦିରକୁ ସାଧାରଣ ଜନତାଙ୍କ ଲାଗି ଖୋଲା ଯାଇଥିଲା। ଏହି ସମାରୋହର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିଲେ ଏବଂ ଏଥିରେ କେତେକ ରାଜନେତାଙ୍କ ସହ ପ୍ରସିଦ୍ଧ ବ୍ୟକ୍ତି ବି ଯୋଗ ଦେଇଥି‌ଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.