ନୂଆଦିଲ୍ଲୀ,୩୧।୧: ଗତ ବର୍ଷ ଇସ୍ରୋର ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ମହାକାଶ କ୍ଷେତ୍ରରେ ଭାରତର ଏକ ମାଇଲଖୁଣ୍ଟ ଥିଲା। ମିସନ୍ ସଫଳ ଏତେ ସହଜ ନଥିଲା। ଏଥିପାଇଁ ବୈଜ୍ଞାନିକଙ୍କୁ କରିବାକୁ ପଡିଥିଲା କଠିନ ପରିଶ୍ରମ। ଚନ୍ଦ୍ରଯାନ-୩କୁ ନେଇ କିଛି ମାସ ତଳେ ଇସ୍ରୋ ମୁଖ୍ୟ ଡକ୍ଟର ଏସ୍.ସୋମନାଥ ଏକ କାର୍ଯ୍ୟକ୍ରମରେ ପ୍ରେଜେଣ୍ଟେସନ୍ ଦେଇଥିଲେ। ସେ କହିଥିଲେ, ବେଙ୍ଗାଲୁରରୁ ୨୧୫ କିଲୋମିଟର ଦୂର ଛଲ୍ଲାକେରିରେ ଆର୍ଟିଫିସିଆଲ କ୍ରେଟର୍ସ ତିଆରି କରାଯାଇଛି। ଏହି କ୍ରେଟର୍ସ ଅର୍ଥାତ ଖାତରେ ଚନ୍ଦ୍ରଯାନ-୩ ଓ ଚନ୍ଦ୍ରଯାନ-୨ର ଟେଷ୍ଟିଂ କରାଯାଇଥିଲା।
ଏହି ଖାଲ ଉଲାର୍ଥୀ କବାଲୁରେ ତିଆରି କରାଯାଇଥିଲା, ଯାହାକି ଛଲ୍ଲାକେରାରେ ଆସୁଛି। ଏହି କ୍ରେଟର୍ସ ତିଆରି କରିବାରେ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କ୍ରେଟର୍ସକୁ ଅଲଗା ଅଲଗା ଭାବରେ ଗଭୀର ଓ ଚଉଡା ହିସାବରେ ପଥରରେ ଭର୍ତ୍ତି କରି ତିଆରି କରାଯାଇଥିଲା, ଯାହାଫଳରେ ଚନ୍ଦ୍ରଯାନ-୩ ଓ ୨ର ରୋଭରର ଯାଞ୍ଚ ବିଭିନ୍ନ ପରିସ୍ଥିତିରେ କରିହେବ।
ଏହି ଫଟୋରେ ଲାଲ ଘେରାରେ ଥିବା ଖାଲରେ ଚନ୍ଦ୍ରଯାନ-୩ ପାଇଁ ଆର୍ଟିଫିସିଆଲ କ୍ରେଟର୍ସ ତିଆରି କରାଯାଇଥିଲା। ସେଭଳି ନୀଳ ରଙ୍ଗ ଦେଖାଯାଉଥିବା କ୍ରେଟର୍ସ ଚନ୍ଦ୍ରଯାନ-୨ ପାଇଁ ତିଆରି କରାଯାଇଥିଲା। ଏହି କ୍ରେଟର୍ସରେ ରୋଭରର ସେନସର ଓ ଥ୍ରଷ୍ଟର୍ସ ଏବଂ ଅନ୍ୟ ଟେକ୍ନିକାଲ ଜିନିଷ ସବୁର ଯାଞ୍ଚ କରାଯାଉଥିଲା। କାରଣ ଦୁଇଟି ଚନ୍ଦ୍ରଯାନ ମିଶନ୍ରେ ଲାଗିଥିବା ସେନସର ଏହି କ୍ରେଟର୍ସର ଷ୍ଟଡି କରି ସେଫ୍ ଲ୍ୟାଣ୍ଡିଂର ସ୍ଥାନ ଖୋଜୁଥିଲା। ଏହା ସହିତ ରୋଭର କେଉଁ ଖାଲକୁ ଯେପରି ଚାଲି ନଯିବ, ସେଥିପାଇଁ ମଧ୍ୟ ତିଆରି କରାଯାଇଥିଲା। ଲ୍ୟାଣ୍ଡର ଓହ୍ଲାଇବା ପାଇଁ ସେନସର ସାହାଯ୍ୟରେ ଖାଲଠାରୁ ଦୂରକୁ ହଟାଇ ସମତଳ ସ୍ଥାନରେ ଲ୍ୟାଣ୍ଡ କରିବାର ଚେଷ୍ଟା କରିଥାଏ। ତେଣୁ ଏହି ଖାଲରେ ପୂର୍ବରୁ ଲ୍ୟାଣ୍ଡର ଓ ରୋଭର ଟେଷ୍ଟିଂ କରାଯାଇଥିଲା। ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ଇସ୍ରୋ ୧୦୦୦ ରୁ ଅଧିକ ଥର ଲ୍ୟାଣ୍ଡିଂ ପ୍ରାକ୍ଟିସ୍ କରିଥିଲା।