ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ପ୍ରଥମ ଥର ବିଧାୟକ ଜିତି ପାଇଲେ ମନ୍ତ୍ରୀ ପଦ

ଭୁବନେଶ୍ବର,୧୨।୬  ଜନତା ମଇଦାନରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ  କରିଛନ୍ତି । ଏଥିସହ  ୨ ଜଣ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ  ଓ ପ୍ରଭାତୀ ପରିଡା   ଶପଥ ନେଇଛନ୍ତି ।  ସେହିପରି ମୁଖ୍ୟମନ୍ତ୍ରୀ ମୋହନଙ୍କ ମନ୍ତ୍ରୀମଣ୍ଡଳରେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ  ଭାବେ ଶପଥ ଗ୍ରହଣ କରିଛନ୍ତି ।  କ୍ୟାବିନେଟ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ,  ରବି ନାରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣ ଚନ୍ଦ୍ର ପାତ୍ର, ପୃଥିରାଜ ହରିଚନ୍ଦନ, ଡ, ମୁକେଶ ମହାଲିଙ୍ଗ,   ବିଭୂତି ଭୂଷଣ ଜେନା, ଡ, କୃଷ୍ଣ ଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି।   ସେହିପରି ରାଷ୍ଟ ମନ୍ତ୍ରୀ (ସ୍ବାଧୀନ)  ଭାବେ  ଗଣେଶ ରାମ ସିଂଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳସାମନ୍ତ, ଗୋକୁଳ ନନ୍ଦ ମଲ୍ଲିକ,  ସମ୍ପଦ କୁମାର ସ୍ବାଇଁ ଶପଥ ନେଇଛନ୍ତି।

 ଏହି ମନ୍ତିମଣ୍ଡଳରେ ୯ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣ ପ୍ରଥମ ଥର ବିଧାୟକ ଭାବେ  ବିଧାନସଭାକୁ ନିର୍ବାଚିତ ହୋଇ  ମନ୍ତ୍ରୀ ପଦ ହାସଲ କରିଛନ୍ତି। ସେହି ମନ୍ତ୍ରୀମାନେ ହେଲେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ , ଗୋପାଳପୁର ବିଧାୟକବିଭୂତି ଭୂଷଣ ଜେନା, ଚିଲିକା ବିଧାୟକ ପୃଥିରାଜ ହରିଚନ୍ଦନ ଓ ମୋରଡା ବିଧାୟକ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ।

 ସେହିପରି ୫ ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣ  ପ୍ରଥର ଥର  ବିଧାୟକରୁ ମନ୍ତ୍ରୀ ହୋଇଛନ୍ତି। ସେମାନେ ହେଲେ ପୋଲସରାର  ଗୋକୁଳା ନନ୍ଦ ମଲ୍ଲିକ,  ପାରାଦ୍ବୀପର ସମ୍ପଦ କୁମାର ସ୍ବାଇଁ , ସୁକିନ୍ଦାର ପ୍ରଦୀପ ବଳସାମନ୍ତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.