ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫ୍ଲିପକାର୍ଟ ଆଣିଲା ୟୁପିଆଇ ସେବା, ଏଣିକି କ୍ୟୁଆର୍‌ କୋଡ ସହାୟତାରେ ପେମେଣ୍ଟ କରିପାରିବେ ଗ୍ରାହକ

ନୂଆଦିଲ୍ଲୀ,୦୪/୦୩: ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟ ୟୁନିଫାଏଡ ପେମେଣ୍ଟ  ଇଣ୍ଟରଫେସ ବା ୟୁପିଆଇ ସେବା ଶୁଭାରମ୍ଭ କରିଛି । ୟୁଜର୍ସ ଏହା ଜରିଆରେ କ୍ୟୁଆର୍‌ କୋଡ ସହାୟତାରେ ପେମେଣ୍ଟ କରିପାରିବେ । ବିଜୁଳି ବିଲ୍‌ ଭରିବା ସହ ମୋବାଇଲ ରିଚାର୍ଜ ଭଳି ଡିଜିଟାଲ ସର୍ଭିସର ବ୍ୟବହାର କରିପାରିବେ । କମ୍ପାନି ପ୍ରଥମ  ଅର୍ଡର ଉପରେ ୨୫ ଟଙ୍କାର ରିହାତି ଦେଉଛି । ଏଥିପାଇଁ କମ୍ପାନି ଆକ୍ସିସ ବ୍ୟାଙ୍କ ସହ ଚୁକ୍ତିରେ ସାମିଲ ହୋଇଥିବା ମୁଖ୍ୟ କର୍ପୋରେଟ ବ୍ୟାପାର ଅଧିକାରୀ ରଜନୀଶ କୁମାର କହିଛନ୍ତି । 

ଏହା ଦ୍ୱାରା ଫ୍ଲିପକାର୍ଟ ପ୍ଲାଟଫର୍ମରେ ଥିବା ୫୦ କୋଟି ପଞ୍ଜୀକୃତ ଗ୍ରାହକ ଏବଂ ୧୪ ଲକ୍ଷ ସେଲର ଲାଭବାନ ହୋଇପାରିବେ । ଫ୍ଲିପକାର୍ଟ ୟୁପିଆଇ  ସେବା ପାଇଁ ଗ୍ରାହକ ପ୍ରଥମେ ନିଜ ସ୍ମାର୍ଟଫୋନରେ ଫ୍ଲିପକାର୍ଟ ଆପ୍‌କୁ ଯାଇ ୟୁପିଆଇ  ଆକ୍ଟିଭ ହୋଇପାରିବ । ରୁପେ କ୍ରେଡିଟ କାର୍ଡକୁ ମଧ୍ୟ ଏହା ସହ ଲିଙ୍କ୍‌ କରିପାରିବେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.