ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଲଗାଣ ବର୍ଷାରେ ଭୁସୁଡ଼ିଲା ମହାନଦୀର ବନ୍ୟା ନିରୋଧକ ପାଚେରୀ, ସୃଷ୍ଟି ହେଲା ୪୦ ଫୁଟର ବିରାଟ ଘାଇ

ବୌଦ୍ଧ,୦୭/୦୮: ତିନି ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇଛି ସମଗ୍ର ବୌଦ୍ଧ ଜିଲ୍ଲା । ଲଗାଣ ବର୍ଷାରେ ଭୁସୁଡ଼ିଲା ମହାନଦୀର ବନ୍ୟା ନିରୋଧକ ପାଚେରୀ । ସୃଷ୍ଟି ହେଲା ୪୦ ଫୁଟର ବିରାଟ ଘାଇ । ଫଳରେ ସହର ମୁହାଁ ହେବାକୁ ଯାଉଛି ମହାନଦୀର ବନ୍ୟାଜଳ । 

ସୂଚନା ଅନୁଯାୟୀ, ବିଗତ ଦିନରେ ଲାଗି ରହିଥିବା ବର୍ଷା କାରଣରୁ ବେହାଲ ହୋଇଛି ସାରା ଓଡ଼ିଶା । ଏଥିରୁ ବୌଦ୍ଧ ଜିଲ୍ଲା ମଧ୍ୟ ବାଦ୍ ପଡ଼ିନାହିଁ  । ତିନି ଦିନ ଧରି ହୋଇଥିବା ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ସେପଟେ ଲଗାଣ ବର୍ଷାରେ ମହାନଦୀର ବନ୍ୟା ନିରୋଧକ ପାଚେରୀ ଭୁସୁଡ଼ି ପଡ଼ିଛି । ଯାହା ଫଳରେ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ ୪୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇଛି । ଏହି ଘାଇ ଯୋଗୁଁ ମହାନଦୀର ବନ୍ୟାଜଳ ସହର ମୁହାଁ ହେବାକୁ ଯାଉଛି । ଏଥିସହିତ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ବୌଦ୍ଧରେ ସର୍ବାଧିକ ୧୧୦ ମିମି ବର୍ଷା ରେକର୍ଡ କରାଯାଇଛି । ମହାନଦୀ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଆଗକୁ ଯଦି ଏପରି ବର୍ଷା ଜାରି ରହେ, ତେବେ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା କରାଯାଉଛି ।  

ଅନ୍ୟପଟେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବାକୁ ସମସ୍ତ ତହସିଲଦାର ଏବଂ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ସମସ୍ତ ଅଧିକାରୀଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତଳି ଅଞ୍ଚଳରେ ଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନନ୍ତରିତ କରାଯିବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ବନ୍ୟା ଜଳ ପଶିଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.