ନୂଆଦିଲ୍ଲୀ, ୧୭/୦୩: ଅନଲାଇନ୍ ଫୁଡ୍ ଡେଲିଭରୀ ଆପ୍ ଜମାଟୋକୁ ଜିଏସଟି ଝଟକା । ଗୁଜରାଟ ଜିଏସଟି ବିଭାଗ ପକ୍ଷରୁ ଜମାଟୋକୁ ପେନାଲ୍ଟି ନୋଟିସ୍ ମିଳିଛି । ଯେଉଁଥିରେ ଜିଏସଟି ବିଭାଗ ମାଗିଛି ୮ କୋଟି ଟଙ୍କା । ଗୁଜରାଟର ଡେପୁଟି କମିଶନର ଅଫ୍ ଷ୍ଟେଟ ଟ୍ୟାକ୍ସ ପକ୍ଷରୁ ଏହି ନୋଟିସ୍ ଜାରି ହୋଇଛି ।
ନୋଟିସ୍ କାହିଁକି ?
ପେନାଲ୍ଟି ଜିଏସଟି ନେଇ ଜମାଟୋ ସେୟାର୍ ମାର୍କେଟକୁ ଅବଗତ କରାଇଛି । ଷ୍ଟକ୍ ଏକ୍ସଚେଞ୍ଜରେ ଫାଇଲ୍ କରାଯାଇଥିବା ରେଗୁଲେଟରି ଫାଇଲିଂ ଅନୁସାରେ, ଜମାଟୋକୁ ଏହି ନୋଟିସ୍ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମିଳିଛି । ଜିଏସଟି ବିଭାଗର ରିଟର୍ଣ୍ଣ ଓ ଆକାଉଣ୍ଟ ଅଡିଟ୍ ପରେ ଜିଏସଟି ନୋଟିସ୍ ପଠାଇଛି । ନୋଟିସ୍ ଅନୁସାରେ, ଜମାଟୋ ଜିଏସଟି ଦେୟ କମ ଦେଇଥିବା ବେଳେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟର ଅଧିକ ଲାଭ ନେଇଛି ।
ଏକ୍ସଚେଞ୍ଜ ଫାଇଲିଂ ଅନୁସାରେ, ଗୁଜରାଟ ଜିଏସଟି ୪ କୋଟି ଟଙ୍କାରୁ ଅଧିକ ଟଙ୍କା ଦାବି କରିଛି । ସୁଧ ଓ ଜରିମାନାକୁ ମିଶାଇଲେ ମୋଟ ଟଙ୍କା ସାଢ଼େ ୮ କୋଟିରୁ ଅଧିକ । ଏହା ପୂର୍ବରୁ ଜମାଟୋକୁ, ଜିଏସଟି ବିଭାଗ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ସେତେବେଳେ ନୋଟିସର ଜବାବ ଦେଇ ଜମାଟୋ କହିଥିଲେ, ହୁଏତଃ ଜିଏସଟି ବିଭାଗ ଡିମାଣ୍ଡ ଅର୍ଡର ପାସ୍ ସମୟରେ ଉତ୍ତରକୁ ଗ୍ରହଣ କରି ନଥିଲା ।