ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଥମ ଥର ଚିତ୍ରକୋଣ୍ଡା ଆସନ ପାଇଁ ଆମ୍‌ ଆଦିମ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା

ମାଲକାନଗିରି - ପ୍ରଥମ ଥର ଆମ୍‌ ଆଦିମ ପାର୍ଟି ପକ୍ଷରୁ ଚିତ୍ରକୋଣ୍ଡା ଆସନ ପାଇଁ ଶରତ ବୁରୁଦାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ମାଲକାନଗିରି ଆମ୍‌ ଆଦିମ ପାର୍ଟି ସଭାପତି କେ ଦେଶୁ ରାଜା ଆଚାରି ସୂଚନା ଦେଇଛନ୍ତି। ସେ କହିଛନ୍ତି , ଆମ୍‌ ଆଦିମ ପାର୍ଟି ପକ୍ଷରୁ ଓଡ଼ିଶା ରାଜ୍ୟରେ ୧୪୭ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦିଆଯିବ। 

ପ୍ରଥମ ପର୍ଯ୍ୟାୟରେ ୩୭ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରାଯାଇଛି। ସେଥି ମଧ୍ୟରୁ ଚିତ୍ରକୋଣ୍ଡା ଆସନ ପାଇଁ ବରିଷ୍ଠ ଆଦିବାସୀ ରାଜନେତା ଶରତ ଚନ୍ଦ୍ର ବୁରୁଦାଙ୍କ ନାମ ଘୋଷଣା କରାଯାଇଛି। ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ଯୁବ ଆଦିବାସୀ ନେତା ରବୀନ୍ଦ୍ର ମାଡ଼ିଙ୍କ ନାମ ଦ୍ୱିତୀୟ ପର୍ଯ୍ୟାୟରେ ଘୋଷଣା କରାଯାଇ ପାରେ। ତେଣୁ ଏହି ଦୁଇଟି ଆସନ ପାଇଁ ଆପ୍ ଦଳରୁ ପ୍ରଚାର ଆରମ୍ଭ ହୋଇ ଯାଇଛି।

ସୂଚନା ଯେ , ଶରତ ଚନ୍ଦ୍ର ବୁରୁଦା ପୂର୍ବରୁ କଂଗ୍ରେସ ଦଳରେ ଥିଲେ। ସେ କଂଗ୍ରେସ ଦଳରୁ ଚିତ୍ରକୋଣ୍ଡା ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଭାବେ ଦରଖାସ୍ତ ଦେଇ ଥିଲେ। ହେଲେ ତାଙ୍କୁ ଭୁବନେଶ୍ୱରରେ କଂଗ୍ରେସ ଦଳର ପ୍ରଭାରୀ କାର୍ଯ୍ୟାଳୟରୁ ପ୍ରାର୍ଥୀ ଚୟନ ପାଇଁ ଅର୍ଥ ଦାବି କରାଯାଇ ଥିବାର ଶ୍ରୀ ବୁରୁଦା ଗଣମାଧ୍ୟମ ନିକଟରେ ଅଭିଯୋଗ କରି ଥିଲେ। 

ଏ ନେଇ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇ ଥିଲା। ସେ ଅଳ୍ପ ଦିନ ତଳେ ଆମ୍‌ ଆଦିମ୍‌ ପାର୍ଟିରେ ସାମିଲ ହୋଇଛନ୍ତି। ସେ ସାମିଲ ହେବା ପରେ ତାଙ୍କୁ ଚିତ୍ରକୋଣ୍ଡା ଆସନ ପାଇଁ ପ୍ରାର୍ଥୀ ଭାବେ ଦଳୀୟ ଟିକଟ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.