ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଦେଶିନୀଙ୍କୁ ଅସଦାଚରଣ ମାମଲା: ସପ୍ତାହକରେ ଶୁଣାଣି ଆରମ୍ଭ, ଅନ୍ୟ ସାକ୍ଷ୍ୟମାନଙ୍କ ବୟାନ ରେକର୍ଡ ଲାଗି ତାରିଖ ଧାର୍ଯ୍ୟ

ଭୁବନେଶ୍ୱର,୨୭/୦୨: ବିଦେଶିନୀଙ୍କୁ ଅସଦାଚରଣ ମାମଲାର ସପ୍ତାହେ ଭିତରେ ବିଚାର ପକ୍ରିୟା ଆରମ୍ଭ ହୋଇଛି । ଖୁବ୍‌କମ୍‌ ଦିନରେ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି । ଯାହାକି, କମିଶନରେଟ୍‌ ପୁଲିସ ଇତିହାସରେ ବିରଳ ଓ  ଭୁବନେଶ୍ୱର ନ୍ୟାୟିକ ବ୍ୟବସ୍ଥାରେ ପ୍ରଥମ ।

ଶ୍ରୀଲିଙ୍ଗରାଜ ଥାନା ପୁଲିସ ୩୫/୨୦୨୪ରେ ମାମଲା ରୁଜୁ  କରି ଅଭିଯୁକ୍ତ କୁନ୍ଦନ ମହାପାତ୍ର ବିରୋଧରେ ଆଇପିସି ଦଫା  ୩୪୧, ୩୫୪, ୩୫୪(ଏ) ଲଗାଇଥିଲା । କୁନ୍ଦନକୁ ଗିରଫ  କରାଯିବାର ୪ ଦିନ ପରେ ଅର୍ଥାତ୍‌ ୨୩ ତାରିଖରେ ପୁଲିସ  ମାମଲାର ଚାର୍ଜସିଟ୍‌ ଅଦାଲତରେ ଦାଖଲ କରିଥିଲା । ସପ୍ତାହେ  ପରେ ଅର୍ଥାତ୍‌ ସୋମବାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ  ଅଦାଲତରେ ମାମଲାର ଶୁଣାଣି ଆରମ୍ଭ ହୋଇଛି । ଶୁଣାଣି  ବେଳେ ସରକାରୀ ଓକିଲ (ପିପି) ବିଜୟ କୁମାର ବାରିକ୍‌  ପୀଡିତା ତଥା ସ୍ୱିଡେନ୍‌ର ଯୁବତୀଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି । ପୀଡିତାଜଣକ ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାହାରେ ହୋଇଥିବା ଅସଦାଚରଣର କାହାଣୀ ଗୋଟି ଗୋଟି କରି ବିଚାରପତିଙ୍କ ସାମ୍ନାରେ ବଖାଣିଥିଲେ । ପ୍ରତିପକ୍ଷ ଓକିଲ ଶୁଣାଣି ବେଳେ ପୀଡିତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ । ଅନ୍ୟ ସାକ୍ଷ୍ୟମାନଙ୍କ ବୟାନ ରେକର୍ଡ ଲାଗି ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇଛି ।  

ସରକାରୀ ଓକିଲ ଶ୍ରୀ ବାରିକ୍‌ କହିଛନ୍ତି, ବିଦେଶିନୀଙ୍କୁ  ଅସଦାଚରଣ ଏକ ସମ୍ବେଦନଶୀଳ ଘଟଣା । ଏହାର ତ୍ୱରିତ  ନ୍ୟାୟିକ ପ୍ରକ୍ରିୟା ଦରକାର ଥିଲା । ସପ୍ତାହେ ଭିତରେ ଶୁଣାଣି  ଆରମ୍ଭ ଓଡିଶା ନ୍ୟାୟିକ ଇତିହାସର ଏକ ବିରଳତମ ଘଟଣା । ତ୍ୱରିତ ତଦନ୍ତ ଓ ଚାର୍ଜସିଟ୍‌ ଦାଖଲ ପାଇଁ କମିଶନରେଟ୍‌ ପୁଲିସକୁ ସାବାସୀ ।  

ସୂଚନାଯୋଗ୍ୟ, ସ୍ୱିଡେନ୍‌ରୁ ଆସିଥିବା ଯୁବତୀଜଣକ ହେଉଛନ୍ତି ଆର୍କିଓଲୋଜି ବିଭାଗର ଛାତ୍ରୀ । ସେ ଭୁବନେଶ୍ୱରର  ବିଭିନ୍ନ ମନ୍ଦିର ବିଷୟରେ ଗବେଷଣା ପାଇଁ ଆସିଥିଲେ । ଗତ ୨୦ ତାରିଖରେ ଅଭିଯୁକ୍ତ କୁନ୍ଦନ ତାଙ୍କୁ ଶ୍ରୀଲିଙ୍ଗରାଜ ମନ୍ଦିର  ବୁଲାଇବା ବାହାନା ଦେଖାଇ ଅସଦାଚରଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.