ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପରାଜିତ ନେତାଙ୍କୁ ବଳ ଦେଲେ ନବୀନ: ଧୈର୍ଯ୍ୟ ରଖ, ଲୋକଙ୍କ ସହ ଯୋଡ଼ି ହୋଇ ରୁହ..

ଭୁବନେଶ୍ୱର,୦୭/୦୬: ନବୀନ ନିବାସରେ ଜାରି ରହିଛି ନବୀନଙ୍କ ବୈଠକ । ବୁଧବାର ବିଜୟୀ ପ୍ରାର୍ଥୀଙ୍କ ସହ ବୈଠକ କରିଥିଲେ । ଗୁରୁବାର ପରାଜିତ ପ୍ରାର୍ଥୀଙ୍କୁ ଡାକି ୩ ଘଣ୍ଟା କାଳ ଆଲୋଚନା କରିଛନ୍ତି । ଜଣ ଜଣ କରି ସଭିଙ୍କ ସହ କଥା ହୋଇଛନ୍ତି । ଅନେକ ନେତା ପରାଜୟର କାରଣ ବି ରଖିଛନ୍ତି ନବୀନଙ୍କ ଆଗରେ । ନବୀନ ସଭିଙ୍କ ମନୋବଳ ବଢ଼ାଇ କହିଛନ୍ତି, ବ୍ୟସ୍ତ ହୁଅନି । ଧୈର୍ଯ୍ୟ ରଖ । ଆମେ ୨୪ ବର୍ଷରେ ଅନେକ ସଫଳତା ପାଇଛୁ । ସବୁ କ୍ଷେତ୍ରରେ ବିକାଶର ମାଇଲଖୁଣ୍ଟ ଛିଡ଼ା କରିଛୁ । ସଂଗଠିତ ହୋଇ କାମ କର । ପୂର୍ବାପେକ୍ଷା ଅଧିକ ପରିଶ୍ରମ କର । ଲୋକଙ୍କ ସହ ସମ୍ପର୍କ ବଢ଼ାଅ । ସଂଘର୍ଷ ଜାରି ରଖ । 

ନବୀନ ନିବାସରେ ଗୁରୁବାର ଅପରାହ୍ଣ ୫ଟାରୁ ଚାଲିଥିଲା ମାରାଥନ ବୈଠକ । ନିର୍ବାଚନରେ ପରାଜିତ ହୋଇଥିବା ସମସ୍ତ ବଡ଼ ନେତା ପହଞ୍ଚିଥିଲେ ନବୀନ ନିବାସରେ । ପ୍ରାୟ ୬୦ରୁ ଅଧିକ ନେତାଙ୍କୁ ଡାକରା ଯାଇଥିଲା ନବୀନ ନିବାସରୁ । ବୈଠକ ପରେ ନବୀନ ନିବାସରୁ ବାହାରି ଅଧିକାଂଶ ନେତା ଗଣମାଧ୍ୟମକୁ କହିଥିଲେ, ନବୀନ ଆମର ବଳ । ହାରଜିତ ଲାଗି ରହିଛି । ଲୋକଙ୍କ ପାଇଁ ବିଜେଡି ଲଢ଼ିବ, ସମ୍ପର୍କ ଯୋଡ଼ିବ । 

ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଲେ, ଜନମତକୁ ଆମେ ସମ୍ମାନ ଦେଉଛୁ । ପରାଜୟ ନେଇ ମୁଖ୍ୟମନ୍ତ୍ରୀ କାଲି ଭଳି ଆଜି ବି ନେତାମାନଙ୍କ ସହ ସମୀକ୍ଷା କରିଥିଲେ । ପରାଜୟ କାରଣ ସମୀକ୍ଷା ପାଇଁ ଏକ କମିଟି ଗଠନ କରାଯାଉଛି । ନବୀନ ବାବୁ ଆମର ସର୍ବୋଚ୍ଚ ନେତା ଥିଲେ ଓ ରହିବେ । ସେ ହିଁ ଦଳର ନେତୃତ୍ୱ ନେଉଛନ୍ତି । ଦଳର ନେତା ଯାହା କହିବେ, ସେଇ ଅନୁସାରେ ହିଁ ସମସ୍ତେ କାମ କରୁଛନ୍ତି ଓ କରିବେ । ଗତକାଲି ଭଳି ଆଜିର ବୈଠକରେ ବି ଦଳର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଅନୁପସ୍ଥିତ ଥିଲେ । ଏ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ କହିଲେ, ନବୀନଙ୍କ ଉପସ୍ଥିତି ହିଁ ଏକମାତ୍ର କାମ୍ୟ । ଆଉ କିଏ ରହିବେ ନ ରହିବେ, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଗଣମାଧ୍ୟମ ଓ ବିରୋଧୀ ସବୁବେଳେ କହି ଆସୁଥିଲେ, ପାଣ୍ଡିଆନଙ୍କ ବିନା ମୁଖ୍ୟମନ୍ତ୍ରୀ କିଛି କରନ୍ତି ନାହିଁ । ଏବେ ଆପଣଙ୍କ ବିଶ୍ୱାସ ଆସିଲା ଯେ ପାଣ୍ଡିଆନ ବାବୁ ନ ରହିଲେ ବି ନବୀନ ବାବୁ ସବୁ କାମ କରିପାରନ୍ତି । ନବୀନଙ୍କ ନେତୃତ୍ୱରେ ଦଳ ଆହୁରି ସୁଦୃଢ଼ ହେବ । ନବୀନ ବାବୁ ସବୁ ଜିଲ୍ଲାର ନେତା, ବିଧାୟକଙ୍କୁ ଡାକି ଆଲୋଚନା କରିବେ । 

ବୈଠକରୁ ବାହାରି ପ୍ରକାଶ ବେହେରା କହିଲେ, ଜନସେବା ଜାରି ରଖିବାକୁ ନବୀନ ବାବୁ ପରାମର୍ଶର୍ ଦେଇଛନ୍ତି । ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କମିଟି ଗଠନ ହେବ । ରୋହିତ ପୂଜାରୀ କହିଲେ, ନବୀନ ବାବୁ ସମସ୍ତ ପରାଜିତ ନେତାଙ୍କୁ ଦିଗଦର୍ଶନ ଦେଇଛନ୍ତି । ଆଗକୁ କେମିତି ଲଢ଼ିବୁ, ସେ ନେଇ ମନ୍ତ୍ର ଦେଇଛନ୍ତି । ରମେଶ ମାଝୀ ବୈଠକରେ ନବୀନ ବାବୁ ଆମକୁ ପରାମର୍ଶ ଦେଇଛନ୍ତି ଯେ ଧୈର୍ଯ୍ୟ ରଖ । ଲୋକଙ୍କ ସହ ସମ୍ପର୍କ ଯୋଡ଼ିବ । ସିଧାସଳଖ ତାଙ୍କ ସହ ମଧ୍ୟ ସମ୍ପର୍କ ରଖିବାକୁ କହିଛନ୍ତି । ମହେଶ ସାହୁ କହିଲେ, ପରାଜୟ ପାଇଁ ଆମେ ନିଜେ ଦାୟୀ । ଏବେ ବି ବିଜେଡି ସଂଘର୍ଷ ଜାରି ରଖିବ । ବୈଠକରେ ଦେବୀ ପ୍ରସାଦ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଦୀପ ମାଝୀ, ପଦ୍ମନାଭ ବେହେରା, ବିକ୍ରମ ଆରୁଖ, ବିଷ୍ଣୁବ୍ରତ ରାଉତରାୟ, ପ୍ରଭୁ ଜାନି, ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ପରାଜିତ ବିଧାୟକ ପ୍ରାର୍ଥୀଙ୍କ ସହ ନବୀନ ଆଲୋଚନା କରିଥିଲେ । ଏହାପରେ ପୁଣି ରାତିରେ ପରାଜିତ ସାଂସଦ ପ୍ରାର୍ଥୀଙ୍କ ସହ ନବୀନ ବୈଠକ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.