ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

୯୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ପୂର୍ବତନ ବୈଦେଶିକ ସଚିବ ମୁଚକୁନ୍ଦ ଦୁବେ

ନୂଆଦିଲ୍ଲୀ,୨୭/୬: ପରଲୋକରେ ପୂର୍ବତନ ବୈଦେଶିକ ସଚିବ ମୁଚକୁନ୍ଦ ଦୁବେ। ଗତକାଲି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ତେବେ ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ବେଳେ  ଜୁନ ମାସ ଆରମ୍ଭରେ ତାଙ୍କୁ ଦିଲ୍ଲୀର ଫୋର୍ଟିସ୍  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହୃଦ୍ ରୋଗ ଓ ଅନ୍ୟାନ୍ୟ ସମସ୍ୟା ଥିଲା।  ହେଲେ ଗତକାଲି ଅପରାହ୍ନରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରିବାର ସୂତ୍ରରୁ ପ୍ରକାଶ ଯେ ଗୁରୁବାର ସନ୍ଧ୍ୟାରେ ଲୋଧି ରୋଡ୍ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ।

ତେବେ ୧୯୯୦-୯୧ ରେ ଯେତେବେଳେ ଦେଶ ଅର୍ଥନୈତିକ ଉଦାରୀକରଣ ପାଇଁ ପ୍ରସ୍ତୁତ ହେଉଥିଲା ସେତେବେଳେ ମୁଚୁକୁନ୍ଦ ଦୁବେ ଭାରତର ବୈଦେଶିକ ସଚିବ ଥିଲେ । ସେ ବାଂଲାଦେଶରେ ଭାରତର ହାଇକମିଶନର ଏବଂ ଜାତିସଂଘରେ ଦେଶର ସ୍ଥାୟୀ ପ୍ରତିନିଧି ଥିଲେ । ଅବସର ପରେ ସେ ଦିଲ୍ଲୀରେ ସାମାଜିକ ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ତାଙ୍କୁ ନିରସ୍ତ୍ରୀକରଣର ବିଶେଷଜ୍ଞ ଭାବେ ବିବେଚନା କରାଯାଉଥିଲା। ମୁଚକୁନ୍ଦ ଦୁବେ ୧୯୩୩ ମସିହାରେ ଅବିଭକ୍ତ ବିହାରରେ ଜନ୍ମଗ୍ରହଣ କରିଥିଲେ । ସେ ପାଟନା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.