ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶର ପରବର୍ତ୍ତୀ ଲୋକପାଳ ହେବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.ଏମ ଖାନୱିଲକର…

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ଲୋକପାଳ ହେବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏଏମ ଖାନୱିଲକର । ସୂଚନାନୁସାରେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଏବଂ ବିରୋଧୀ ଦଳର ସବୁଠୁ ବଡ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ କମିଟି ଏହି ନିଯୁକ୍ତି ଉପରେ ମୋହର ଲଗାଇଛନ୍ତି । 

ଜଷ୍ଟିସ୍ ଖାନୱିଲକର ୨୯ ଜୁଲାଇ ୨୦୨୨ ରେ ଅବସର ନେଇଥିଲେ । ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ PMLA ଅଧିନିୟମରେ ସଂଶୋଧନକୁ ସମର୍ଥନ କରି ନିଷ୍ପତ୍ତି ଶୁଣାଯାଇଥିଲା । ଏହି ଖଣ୍ଡପୀଠ ଇଡିର ସମନ, ଗିରଫ, ଅନୁସନ୍ଧାନ ଏବଂ ଜବରଦଖଲ କ୍ଷମତାକୁ ସମର୍ଥନ କରିଛନ୍ତି । ଏଥି ସହ ଇଡି ଅଧିକାରୀଙ୍କ ସାମ୍ନାରେ ସ୍ୱୀକାରୋକ୍ତି ବକ୍ତବ୍ୟ ବ୍ୟବହାର କରିବାକୁ ବ୍ୟାପକ କ୍ଷମତା ମଧ୍ୟ ଦିଆଯାଇଛି । 

ଜଷ୍ଟିସ ଖାନୱିଲକର ମଧ୍ୟ ଏହି ବେଞ୍ଚର ନେତୃତ୍ୱ ନେଇଥିଲେ, ଯାହା ୨୦୦୨ ଗୁଜୁରାଟ ଦଙ୍ଗାରେ ପିଏମ ମୋଦୀଙ୍କୁ କ୍ଲିନ ଚିଟ୍ ପ୍ରଦାନ କରିଥିଲା । ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଦଙ୍ଗା ମାମଲାରେ ଫସାଇବା ପାଇଁ ମିଥ୍ୟା ପ୍ରମାଣ ଉପସ୍ଥାପନ କରିବା ଅଭିଯୋଗରେ ଆବେଦନକାରୀ ତିସ୍ତା ସେତଲଓ୍ବାଡାକୁ ପଚରାଉଚରା କରାଯାଇଥିଲା, ଯାହା ପରେ ତିସ୍ତାକୁ ଗିରଫ କରାଯାଇଥିଲା । ଜଷ୍ଟିସ ଖାନୱିଲକର ମଧ୍ୟ ସେହି ବେଞ୍ଚର ନେତୃତ୍ୱ ନେଇଥିଲେ ଯାହା ସେଣ୍ଟ୍ରାଲ ଭିସ୍ତା ଏବଂ ନୂତନ ସଂସଦ ଗୃହ ନିର୍ମାଣ ପାଇଁ ରାସ୍ତା ପରିଷ୍କାର କରିଥିଲା ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.