ନୂଆଦିଲ୍ଲୀ,୫।୯: ଦେଶର ରାଜନୀତିରେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ବଢିଯାଇଛି। କୁହାଯାଉଛି ଯେ, ମହିଳା ରେସଲର ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆ ହରିୟାଣା ବିଧାନସଭା ନିର୍ବାଚନ ଦଙ୍ଗଲକୁ ଓହ୍ଲାଇ ପାରନ୍ତି।ଏହା ମଧ୍ୟରେ ବିଜେପିର ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଏକ ବଡ ବୟାନ ସାମନାକୁ ଆସିଛି। ବିଜେପି ନେତା ବ୍ରିଜଭୂଷଣ ଶରଣ ସିଂହ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ପୂର୍ବତନ ଡବ୍ଲୁଏଫ୍ଆଇ ଅଧ୍ୟକ୍ଷ ଓ ବିଜେପି ନେତା ବ୍ରିଜଭୂଷଣ ଶରଣ ସିଂହ କହିଛନ୍ତି, ଯେତେବେଳେ ମୋ ବିରୋଧରେ ଅଭିଯୋଗ ଆସିଥିଲା ମୁଁ ସେତେବେଳେ କହିଥିଲି କଂଗ୍ରେସ, ଦୀପେନ୍ଦ୍ର ହୁଡ୍ଡା ଓ ଭୂପେନ୍ଦ୍ର ହୁଡାଙ୍କର ଏହା ହେଉଛି ଷଡଯନ୍ତ୍ର। ମୁଁ ପୂର୍ବରୁ କହୁଥିଲି ଓ ଆଜି ପୁରା ଦେଶ କହୁଛି। ଏବେ ମୋତେ ଏ ବିଷୟରେ କିଛି କହିବା ଦରକାର ନାହିଁ।
ଉଲ୍ଲେଖନୀୟ ଯେ, ନିକଟରେ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସ ନେତା ରାହୁଲ ଗାନ୍ଧୀଭ୍କୁ ଭେଟିଥିଲେ। ଦୁହେଁ ଜୁଲନା ଓ ପୁନିଆର ବାଦଲି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିପାରନ୍ତି। ଏହି ଖବର ପରେ ବିଜେପି ଏବେ ରେସଲରଙ୍କ ଆନ୍ଦୋଳନକୁ ରାଜନୀତି ବୋଲି କହିଛି।