ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

୧.୫ କୋଟି ନେଇ ୪ ପଣବନ୍ଦୀଙ୍କୁ ଛାଡ଼ିଲେ ନକ୍ସଲ, ଛତିଶଗଡ଼ରୁ କରିଥିଲେ ଅପହରଣ

ବିଡ୍‌ (ରାଜସ୍ଥାନ),୨୬ ।୬ : ଛତିଶଗଡ଼ରୁ ଅପହରଣ କରିନେଇଥିବା ୪ ଜଣ ଯୁବକଙ୍କୁ ମଙ୍ଗଳବାର ନକ୍ସଲମାନେ ଛାଡିଦେଇଛନ୍ତି । ସେମାନଙ୍କ ମଧ୍ୟରେ ରାଜସ୍ଥାନ ଓ ହରିଆଣାର ଜଣେ ଲେଖାଏ ହୋଇଥିବା ବେଳେ ଓଡ଼ିଶାର ୨ ଜଣ ଯୁବକ ଅଛନ୍ତି । ରାଜସ୍ଥାନର ଡିଗ୍‌ ଜିଲ୍ଲା ଏସ୍‌ପି ରାଜେଶ କୁମାର ଆଜି ଏହି ସୂଚନା ଦେଇଛନ୍ତି । 

ଏସ୍‌ପିଙ୍କ ସୂଚନା ଅନୁସାରେ ରାଜସ୍ଥାନରୁ ଅପହୃତ ହୋଇଥିବା ଯୁବକଙ୍କ ନାମ ଫୈଜଲ । ପ୍ରାୟ ୧ ମାସ ତଳେ ସେ ନିଜ ବଡଭାଇ ସହିତ ଏକ କମ୍ପାନିରେ କାମ କରିବାକୁ ଓଡ଼ିଶା ଯାଇଥିଲେ । ଉକ୍ତ କମ୍ପାନି ଓଡ଼ିଶା-ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାଇପ୍‌ ଲାଇନ ବିଛା କାର୍ଯ୍ୟ କରୁଥିଲା । ଫୈଜଲ ସେଠାରେ ଜେସିବି ଚଳାଉଥିଲେ । ତେବେ ଗତ ୨୦ ତାରିଖ ଗୁରୁବାର ଦିନ କାମ ଚାଲିଥିବା ବେଳେ ହଠାତ ୬ ଜଣ ସଶସ୍ତ୍ର ମାଓବାଦୀ ସେଠାରେ ପହଞ୍ଚି ଫୈଜଲ ଓ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ଅପହରଣ କରିନେଇଥିଲେ । ସେମାନେ ଫୈଜଲଙ୍କ ପରିବାର ନିକଟକୁ ତାଙ୍କ ଫଟୋ ପଠାଇ ୧.୫ କୋଟି ଟଙ୍କା ମାଗିଥିଲେ । କହିଥିଲେ ଫୈଜଲଙ୍କ ସମେତ ୪ ଜଣଙ୍କୁ ସେମାନେ ଅପହରଣ କରିନେଇଛନ୍ତି । ଟଙ୍କା ଦେଲେ ସେମାନଙ୍କୁ ମୁକ୍ତ କରିବେ । ତେବେ ପୁଲିସକୁ କୌଣସି ସୂଚନା ନ ଦେବା ଲାଗି ମାଓବାଦୀମାନେ ଧମକ ମଧ୍ୟ ଦେଇଥିଲେ । ହେଲେ ଓଡ଼ିଶା ପୁଲିସ ଠାରୁ ସେମାନଙ୍କୁ କୌଣସି ସୂଚନା ମିଳି ନଥିବା କୁମାର କହିଥିଲେ । 

ସେପଟେ ପରିବାର ଲୋକେ ଭୟଭୀତ ହୋଇପଡିବା ସହ ପୁଲିସରେ କୌଣସି ବିଧିବଦ୍ଧ ଅଭିଯୋଗ କରି ନଥିଲେ । ବରଂ ସେମାନେ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ କମ୍ପାନି ଠାରୁ ସେମାନଙ୍କୁ କୌଣସି ଉତ୍ତର ମିଳି ନଥିଲା । ଯାହାଫଳରେ ଫୈଜଲଙ୍କ ପରିବାର ନିଜର ସମସ୍ତ ଜମି ଓ ସମ୍ପତ୍ତି ବିକ୍ରି କରି ତାଙ୍କୁ ମୁକାଳିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ମଙ୍ଗଳବାର କମ୍ପାନି କର୍ତ୍ତୃପକ୍ଷ ନକ୍ସଲଙ୍କ ଦାବି ଅନୁସାରେ ୧.୫ କୋଟି ଟଙ୍କା ଦେଇଥିବା ଜଣାପଡିଥିଲା । ଯାହାଫଳରେ ନକ୍ସଲମାନେ ପଣବନ୍ଦୀ କରିଥିବା ୪ ଜଣ କର୍ମଚାରୀଙ୍କୁ ଟଙ୍କା ମିଳିବାର ୩ ଘଣ୍ଟା ପରେ ମୁକ୍ତ କରିଛନ୍ତି । ମାଲକାନଗିରି ଏସ୍‌ପି ନୀତେଶ ୱାଧୱାନି କହିଛନ୍ତି ଏହି ଘଟଣା ଓଡ଼ିଶାରେ ଘଟିନାହିଁ । ଛତିଶଗଡର ବିଜାପୁରରେ ଘଟିଛି । ଫୈଜଲ କାମ କରୁଥିବା କମ୍ପାନି ନକ୍ସଲଙ୍କୁ ଦାବି ମୁତାବକ ଟଙ୍କା ଦେବା ପରେ ସେମାନେ ଅପହୃତ ୪ କର୍ମଚାରୀଙ୍କୁ ଛାଡିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.