ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ରେଞ୍ଚ୍‌ ଓପନ ୨୦୨୪: ଟାଇଟଲ ମୁକୁଟ ପିନ୍ଧିଲେ ଅଲକାରାଜ, ଆଲେକଜାଣ୍ଡର ପରାସ୍ତ

ପ୍ୟାରିସ, ୧୦/୦୬: ପୂର୍ବରୁ ଟପ୍‌ ସିଡ୍‌ ଖେଳାଳିମାନେ ଧରାସାୟୀ ହେବା ପରେ ଫ୍ରେଞ୍ଚ୍‌ ଓପନ ଫାଇନାଲରେ ମୁହାଁମୁହିଁ  ହୋଇଥିଲେ କାର୍ଲୋସ ଅଲକାରାଜ ଏବଂ ଆଲେକଜାଣ୍ଡର ଭେରେଭ । ଶେଷରେ ୫ ସେଟର ଲଢ଼େଇରେ ଅଲକାରାଜ  ୬-୩, ୨-୬, ୫-୭, ୬-୧,  ୬-୨ରେ ବିଜୟୀ ହୋଇ ଜିତିଥିଲେ କ୍ୟାରିୟରରେ ପ୍ରଥମ ଫ୍ରେଞ୍ଚ୍‌ ଓପନ ଟାଇଟଲ ।  

ବିଶ୍ୱର ୩ ନମ୍ବର ଖେଳାଳି ସ୍ପେନର ଅଲକାରାଜ ଏବଂ ୪ ନମ୍ବର  ଖେଳାଳି ଜର୍ମାନୀର ଭେରେଭ ଫ୍ରେଞ୍ଚ  ଓପନରେ ପ୍ରଥମ ଟାଇଟଲ ଜିତିବା  ନେଇ କୋର୍ଟକୁ ଓହ୍ଲାଇଥିଲେ । ବେଶ  ସଂଘର୍ଷପୂର୍ଣ୍ଣ ଥିଲା ଫାଇନାଲ ଲଢ଼େଇ । ୪  ଘଣ୍ଟା ୧୯ ମିନିଟ ଧରି ଚାଲିଥିଲା ମ୍ୟାଚ୍‌ ।  

ଯୁବ ତାରକା ଅଲକାରାଜ କ୍ୟାରିୟରରେ ତୃତୀୟ ଏବଂ ଭେରେଭ  ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ ଜିତିବା ନେଇ ନିଜ  ନିଜର ସମସ୍ତ ଶକ୍ତି ଓ ରଣନୀତି ପ୍ରୟୋଗ  କରିଥିଲେ । ପ୍ରଥମ ସେଟ୍‌ରେ ଅଲକାରାଜ  ୬-୩ରେ ଅଗ୍ରଣୀ ହେବା ପରେ ଚମତ୍କାର  ପ୍ରତ୍ୟାବର୍ତ୍ତନ ସହ ଦ୍ୱିତୀୟ ସେଟ୍‌କୁ ୬-୨ରେ  କବ୍‌ଜା କରିଥିଲେ ଭେରେଭ ।  

ତୃତୀୟ ସେଟ୍‌ରେ (୭-୫)  ମଧ୍ୟ ନିଜର ଦବଦବା ଜାହିର  କରିଥିଲେ । ଚତୁର୍ଥ ସେଟ୍‌ରେ  ପୁଣି ଚମକପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ  ସହ ଅଲକାରାଜ ଏକତରଫା ଭାବେ  ୬-୧ରେ ଜିତି ନେଇଥିଲେ । ପଞ୍ଚମ ସେଟ୍‌ରେ  ମଧ୍ୟ ସେ ନିଖୁଣ ଖେଳ ପ୍ରଦର୍ଶନ କରି  ଭେରେଭଙ୍କୁ କୌଣସି ସୁଯୋଗ ଦେଇନଥିଲେ ।  

ମାତ୍ର ୨୧ ବର୍ଷ ବୟସରେ ଅଲକାରାଜ ତୃତୀୟ ଗ୍ରାଣ୍ଡସ୍ଲାମ ଜିତିବାରେ ସଫଳ ହୋଇଛନ୍ତି । ପୂର୍ବରୁ ସେ ୨୦୨୨ରେ  ୟୁଏସ୍‌ ଓପନ ଏବଂ ୨୦୨୩ରେ ୱିମ୍ବଲଡନରେ ଚାମ୍ପିଅନ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.