ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଲଖ ପାଣ୍ଡେଙ୍କ ସଫଳତାର କାହାଣୀ: ଦିନେ ଘର ବିକ୍ରି କରି ପାଠ ପଢିଥିଲେ, ଆଜି ୮୦୦ ମିଲିୟନ କମ୍ପାନିର ମାଲିକ

ଗତ କିଛି ବର୍ଷ ଧରି ଭାରତର ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି ।  ଯାହାର ଶ୍ରେୟ ଅନଲାଇନ ମାଧ୍ୟମରେ ପାଠ ପଢାଉଥିବା ଶିକ୍ଷକଙ୍କୁ ଦିଆଯାଉଛି । ଆଉ ସେହି ଶିକ୍ଷକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଲଖ ପାଣ୍ଡେ । ଯିଏ ଫିଜିକ୍ସ ଓ୍ବାଲାର ସଂସ୍ଥାପକ ଓ ସିଇଓ ଅଟନ୍ତି।  ଜଣେ ସଘର୍ଷଶୀଳ ଛାତ୍ରରୁ ଜଣେ ସଫଳ ଶିକ୍ଷକ ହେବା ପର୍ଯ୍ୟନ୍ତ ଅଲଖ ପାଣ୍ଡେଙ୍କ ଏହି ଯାତ୍ରା କୌଣସି ପ୍ରେରଣାରୁ କମ୍ ନୁହେଁ। ତାଙ୍କର କାହାଣୀ ଦୃଢତା, ସମର୍ପଣ ଓ ବିଶ୍ବାସର ଶକ୍ତିକୁ ରେଖାଙ୍କିତ କରିଛି କି ଶିକ୍ଷା ଏକ ମହାନ ତୁଲ୍ୟକାରୀ ହୋଇପାରିବ ।  

ତେବେ ଅଲଖ ପାଣ୍ଡେଙ୍କ ଯାତ୍ରା ଇହ୍ଲାବାଦରୁ ଆରମ୍ଭ ହୋଇଥିଲା। ସେଠାରେ ତାଙ୍କ ଜନ୍ମ ଏଭଳି ପରିବାରରେ ହୋଇଥିଲା ଯେଉଁଠାରେ ନିଜର ଜରୁରୀ ଜିନିଷର ପାଇବା ପାଇଁ ସଂଘର୍ଷ କରିବାକୁ ପଢିଥାଏ। ଗରିବରେ ବଢିଥିବା ପାଣ୍ଡେଙ୍କ ପ୍ରାରମ୍ଭିକ ଜୀବନ  ଶିକ୍ଷା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ହେଲେ ଅସୁବିଧାସତ୍ତ୍ବେ ଅଲଖଙ୍କ ପିତାମାତା ତାଙ୍କ ପାଠପଢା ପାଇଁ ଘର ମଧ୍ୟ ବିକ୍ରି କରିଦେଇଥିଲେ । ଆଉ ଏହି ବଳିଦାନ ପାଇଁ ପାଣ୍ଡେ ଶିକ୍ଷାର ଉଚିତ ମୁଲ୍ୟ ବୁଝି ଆଜ ପ୍ରଶଂସାର ପାତ୍ର ହୋଇଛନ୍ତି । 

୧୦ମରେ ୯୧ %, ଯୁକ୍ତ ଦୁଇରେ ୯୩.୫% ହାସିଲ କରିଥିଲେ। ହେଲେ ଏହା ସତ୍ତ୍ବେ ଅଲଖ ପାଣ୍ଡେଙ୍କ ଆଇଆଇଟିରେ ପ୍ରବେଶ କରିବା ସ୍ବପ୍ନ ଭାଙ୍ଗିଯାଇଥିଲା । ସେ ପ୍ରବେଶିକା ପରୀକ୍ଷା ପାସ୍ କରିପାରିନଥିଲେ। ହେଲେ ଏହି ସଫଳତା ତାଙ୍କୁ କେବେ ରୋକି ନ ଥିଲା। ସେ କାନପୁରରେ ହରକୋର୍ଟ ବଟଲର ସଂସ୍ଥାନରେ ଯୋଗ ଦେଇଥିଲେ  ।  କିନ୍ତୁ ଶିକ୍ଷା ପ୍ରତି ତାଙ୍କର ଦୃଢତ୍ବ ତାଙ୍କ ପଢା ଛାଡି ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରେରିତ କରିଥିଲା । ୨୦୨୦  କୋଭିଡ ମହାମାରୀର ଆରମ୍ଭ ଅଲଖ ପାଣ୍ଡେଙ୍କ ପାଇଁ ଏକ ମୋଡ଼ ବୋଲି ପ୍ରମାଣିତ କଲା । ପଦାର୍ଥ ବିଜ୍ଞାନରେ ତାଙ୍କର ପାରଦର୍ଶିତା ଏବଂ ଜଟିଳ ଧାରଣାକୁ ସରଳ କରିବାର କ୍ଷମତା ବ୍ୟବହାର କରି ସେ ଉତ୍ତରପ୍ରଦେଶର ଏକ ଛୋଟ କୋଠରୀରୁ ୟୁଟ୍ୟୁବରେ ଶିକ୍ଷଣୀୟ ଭିଡିଓ ତିଆରି କରିବା ଆରମ୍ଭ କଲେ । ଆଇଆଇଟ-ଜେଇ, ନିଟ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ମଧ୍ୟରେ ଏହି ଭିଡିଓଗୁଡିକ ଶୀଘ୍ର ଲୋକପ୍ରିୟ ହେଲା । ଅଧିକରୁ ଅଧିକ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବାର ସମ୍ଭାବନାକୁ ଚିହ୍ନି ପାଣ୍ଡେ ଆନୁଷ୍ଠାନିକ ଭାବରେ ଫିଜିକ୍ସ ୱାଲା ଆରମ୍ଭ କରିଥିଲେ। ଯାହାପରେ ଭାରତରେ ଗୁଣାତ୍ମକ ଅନଲାଇନ୍ ଶିକ୍ଷା ସହିତ ସମକକ୍ଷ ହୋଇପାରିଥିଲା।

ଫିଜିକ୍ସ ୱାଲାର ସଫଳତା କେବଳ ଡିଜିଟାଲ୍ କ୍ଷେତ୍ରରେ ସୀମିତ ନୁହେଁ । ଅଲଖ ପାଣ୍ଡେଙ୍କ ନେତୃତ୍ୱରେ କମ୍ପାନୀ ଏହାକୁ ବିସ୍ତାର କରି ବ୍ୟାପକ ଶିକ୍ଷଣ ମଡେଲ ବନାଇବା ପାଇଁ ୧୦୦ ରୁ ଅଧିକ ଟେକ୍ନୋଲୋଜି ପ୍ରଫେସନାଲ ଏବଂ ୫୦୦ ଶିକ୍ଷକଙ୍କୁ ବ୍ୟାପକ ଶିକ୍ଷଣ ମଡ୍ୟୁଲ ସୃଷ୍ଟି କରିବାକୁ ନିଯୁକ୍ତି ଦେଇଛି। ପ୍ଲାଟଫର୍ମର ୟୁଟ୍ୟୁବ୍ ଚ୍ୟାନେଲରେ ୧୦୦ ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି, ଯାହା ଛାତ୍ରମାନଙ୍କ ମଧ୍ୟରେ ଏହାର ବ୍ୟାପକ ପ୍ରଭାବ ଏବଂ ଲୋକପ୍ରିୟତାକୁ ସୂଚାଇଥାଏ |  ଅଲଖ ପାଣ୍ଡ ମୋଟ ସମ୍ପତି ୨୦୦୦ କୋଟିରୁ ଅଧିକ ବୋଲି କୁହାଯାଉଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.