ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବବିଙ୍କ ସରକାରୀ କ୍ୱାର୍ଟର୍ସରେ ଅଣ୍ଡରଗ୍ରାଉଣ୍ଡ ଫ୍ଲୋର୍‌, ତରବରିଆ ଭାବେ ଚାଲିଛି ଭଙ୍ଗାରୁଜା, ତଦନ୍ତ କରିବ ଜିଏ

ଭୁବନେଶ୍ୱର,୨୬/୦୬ : ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ କ୍ୱାର୍ଟର୍ସକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଠାରେ ଅନେକ ବେଆଇନ ନିର୍ମାଣ ହୋଇଥିବା ଅଭିଯୋଗ ଆସିଛି । କ୍ୱାର୍ଟର୍ସରେ ୨୦୦୦ ବର୍ଗଫୁଟର ଏକ ଭୂତଳ (ଅଣ୍ଡରଗ୍ରାଉଣ୍ଡ)ଫ୍ଲୋର୍‌ ରହିଛି । ଏହା ଉପରେ ଲୁହା ଓ ଷ୍ଟିଲ୍‌ ଫେବ୍ରିକେସନରେ ଆଉ ଏକ ମହଲା ଥିଲା । କିଛି ଦିନ ଧରି ଏହାର ଭଙ୍ଗାରୁଜା ଚାଲିଛି । ସରକାରୀ କ୍ୱାର୍ଟର୍ସରେ ଏଭଳି ବେଆଇନ ନିର୍ମାଣ ଓ ତରବରିଆ ଭଙ୍ଗାରୁଜାକୁ ନେଇ ବିବାଦକୁ ଟାଣି ହୋଇଛନ୍ତି ପ୍ରଣବ।

ଏଜି-ରାଜଭବନ ରାସ୍ତାରେ ଥିବା ଟାଇପ୍‌-୮ କ୍ୱାର୍ଟର୍ସ ଭିଆଇଆଇଏମ୍‌ଆର-୧କୁ ବବିଙ୍କୁ ଆବଣ୍ଟନ କରାଯାଇଥିଲା । ୨୦୧୯ରେ ସାଧାରଣ ପ୍ରଶାସନ ବିଭାଗ ଏହି କ୍ୱାର୍ଟର୍ସ ଆବଣ୍ଟନ କରିଥିଲା । ମନ୍ତ୍ରୀ ବା ପ୍ରମୁଖ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କୁ ଟାଇପ୍‌-୮ କ୍ୱାର୍ଟର୍ସ ଆବଣ୍ଟନ କରିବାର ନିୟମ ରହିଛି । କିନ୍ତୁ ବିଧାୟକ ଥିବା ସତ୍ତେ୍ୱ ବବିଙ୍କୁ ଏହି କ୍ୱାର୍ଟର୍ସ ଦିଆଯାଇଥିଲା । ମୂଳ କ୍ୱାର୍ଟର୍ସ କୋଠାକୁ ଚକାଚକ୍‌ କରି ଆଲିସାନ୍‌ ବଙ୍ଗଳା ରୂପ ଦିଆଯାଇଥିଲା । କ୍ୱାର୍ଟର୍ସର ପଛପାଖରେ ପ୍ରାୟ ଦୁଇ ହଜାର ବର୍ଗଫୁଟ ଅଞ୍ଚଳରେ ଏକ ବେସ୍‌ମେଣ୍ଟ ଅଣ୍ଡରଗ୍ରାଉଣ୍ଡ ଫ୍ଲୋର୍‌ ତିଆରି ହୋଇଥିଲା । ଏହା ଭିତରକୁ ଯିବାକୁ ସୁଡ଼ଙ୍ଗ ଭଳି ରାସ୍ତା ରହିଛି । ଭିତରେ ଆକର୍ଷଣୀୟ ଇଣ୍ଟେରିଆର କାମ ହୋଇଥିଲା । କିନ୍ତୁ ଏବେ ଏହାକୁ ତରବରିଆ ଭାବେ ଭଙ୍ଗା ଚାଲିଛି । ଭିତରର ସବୁ କାନ୍ଥ ଭଙ୍ଗା ସରିଛି । ଅଣ୍ଡରଗ୍ରାଉଣ୍ଡ ଭିତରେ ବଡ଼ ବଡ଼ ବ୍ଲକ୍‌ ଓ ଇଟା ଭର୍ତ୍ତି ହୋଇଛି । ଅଣ୍ଡରଗ୍ରାଉଣ୍ଡ ଉପରେ ଷ୍ଟିଲ ଫେବ୍ରିକେସନରେ ଆଉ ଏକ ବିଶାଳ ହଲ୍‌ ଆକୃତିର ନିର୍ମାଣ ରହିଥିଲା । ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି । କେବଳ ବଡ଼ ବଡ଼ ଲୁହା ଓ ଷ୍ଟିଲ ଖୁଣ୍ଟି ଛିଡ଼ା ହୋଇଛି । 

କ୍ୱାର୍ଟର୍ସର ପଛରେ ଏକ ଟ୍ରି ହାଉସ୍‌ ବି ରହିଛି । କ୍ୱାର୍ଟର୍ସ ଭିତରେ ବିସ୍ତୀର୍ଣ୍ଣ ଉଦ୍ୟାନ ରହିଛି । ଏହାର ମଝିରେ ମଝିରେ ଉଡେନ୍‌ ଟାଇଲସ୍‌ ପଡ଼ିଛି । ସରକାରୀ କ୍ୱାର୍ଟର୍ସର ଏଭଳି ସଂପ୍ରସାରଣ ଓ ବେଆଇନ ନିର୍ମାଣକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । କ୍ୱାର୍ଟର୍ସ ଭିତରେ କାହିଁକି ଅଣ୍ଡରଗ୍ରାଉଣ୍ଡ ଫ୍ଲୋର୍‌ କରାଯାଇଥିଲା ଓ ଏଠାରେ କ’ଣ ଚାଲିଥିଲା ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ସରକାରୀ ଟଙ୍କାରେ କ୍ୱାର୍ଟର୍ସକୁ ବିଳାସପୂର୍ଣ୍ଣ ଢଙ୍ଗରେ ତିଆରି କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରସାର ପରେ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ଇଷ୍ଟେଟ୍‌ର ଅତିରିକ୍ତ ନିର୍ଦ୍ଦେଶକ କ୍ୱାର୍ଟର୍ସକୁ ଯାଇ ତନାଘନା କରିଥିଲେ । କ୍ୱାର୍ଟର୍ସରେ ବେଆଇନ ଭାବେ ଅନେକ ନିର୍ମାଣ ହୋଇଛି । ସଂପ୍ରସାରିତ ଅଂଶକୁ ଲୋକ ନିୟୋଜିତ କରି ଭଙ୍ଗା ଚାଲିଛି । କିନ୍ତୁ ମୂଳ କ୍ୱାର୍ଟର୍ସ କୋଠା ସୁରକ୍ଷିତ ରହିଛି । ଆମେ ଆଗକୁ ତଦନ୍ତ କରିବୁ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସେ କହିଛନ୍ତି । ଅଭିଯୋଗର ଜବାବରେ ପ୍ରଣବ କହିଛନ୍ତି, କିଛି ଗଣମାଧ୍ୟମ ବିଭ୍ରାନ୍ତିକର ଖବର ଦେଖାଉଛନ୍ତି । ମୁଁ ଦଳୀୟ ସମ୍ପାଦକ ଦାୟିତ୍ୱରେ ଥିବାରୁ ଅନେକ ନେତା ମୋତେ ଭେଟିବାକୁ ଆସୁଥିଲେ । ଏଥିପାଇଁ କ୍ୱାର୍ଟର୍ସରେ କିଛି ସଂପ୍ରସାରଣ କରାଯାଇଥିଲା । କ୍ୱାର୍ଟର୍ସ ଛାଡ଼ିବାକୁ ମୋତେ ନୋଟିସ୍‌ ହୋଇଛି । ମୁଁ ନିର୍ଦ୍ଧାରିତ ସମୟ ଭିତରେ କ୍ୱାର୍ଟର୍ସ ଛାଡ଼ିବି । କ୍ୱାର୍ଟର୍ସ ଯେମିତି ଥିଲା ସେମିତି ହିଁ ଫେରାଇବି । ସବୁ କିଛି ନିୟମ ଅନୁସାରେ ହୋଇଛି ବୋଲି ସେ ସଫେଇ ରଖିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.