ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

୧୯୪୨ରେ ଗାନ୍ଧିଜୀ ଲଗାଇଥିଲେ ବରଗଛ, ଚାରା ଏବେ ୨ ଏକରରେ ବିସ୍ତୃତ

ନୂଆଦିଲ୍ଲୀ ୦୬/୦୭: ପରିବେଶ ସୁରକ୍ଷା ଓ ଭବିଷ୍ୟତ ପିଢ଼ି ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱବାସୀଙ୍କୁ ଅହିଂସାର ଜ୍ଞାନ ବାଣ୍ଟିଥିବା ମହାତ୍ମା ଗାନ୍ଧି ବ୍ରିଟିଶ ଶାସନ ବିରୋଧରେ ଆନ୍ଦୋଳନ କରିବା  ସମୟରେ ବୃକ୍ଷରୋପଣର ମୂଲ୍ୟ ବୁଝିଥିଲେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ଯେଉଁ ସ୍ଥାନକୁ ଯାଉଥିଲେ, ସେଠାରେ  ବୃକ୍ଷରୋପଣ କରୁଥିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ଅଭିଯାନ ସମୟରେ ଗାନ୍ଧିଜୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଯାତ୍ରା କରିଥିଲେ । ଏହି ସମୟରେ ରେଳ ଷ୍ଟେସନ୍‌ରେ ସେ ଏକ  ବରଗଛ ଚାରା ରୋପଣ କରିଥିଲେ । ଏହି ଚାରା ଏବେ ବିଶାଳ ବୃକ୍ଷ ରୂପେ ସେ ଦିନର ସ୍ମୃତିକୁ ବର୍ଣ୍ଣନା କରୁଛି । 

ଭାରତ ଛାଡ଼ ଆନ୍ଦୋଳନ ସମୟରେ  ଗାନ୍ଧିଜୀ ଟ୍ରେନ୍‌ରେ ଦେଶ ଭ୍ରମଣ  କରୁଥିଲେ । ଏହି ସମୟରେ ସେ  ଶ୍ରୀକାକୁଲମ୍‌ ଜିଲ୍ଲାର ଦୁସି ରେଳ ଷ୍ଟେସନ୍‌ରେ ଓହ୍ଲାଇଥିଲେ । ଏଠାରେ  ସେ ଏକ ବରଗଛ ଚାରା ରୋପଣ  କରିଥିଲେ । ଏହି ବୃକ୍ଷ ଏବେ  ୨ ଏକରରୁ ଅଧିକ ସ୍ଥାନରେ ବ୍ୟାପିଛି । ଏହି ବାଟ ଦେଇ  ଯାଉଥିବା ପଥିକଙ୍କୁ  ଗଛଟି ଛାଇ  ପ୍ରଦାନ  କରୁଛି । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଶ୍ରୀକାକୁଲମ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏହି ସ୍ଥାନର ସ୍ୱତନ୍ତ୍ର  ପରିଚୟ ରହିଛି । ଇତିହାସ କହେ, ଭାରତ ଛାଡ଼ ଆନ୍ଦୋଳନ  ସମୟରେ ଗାନ୍ଧିଜୀ ସ୍ଥାନୀୟ ରେଳ ଷ୍ଟେସନ୍‌ରେ ଏକ ବିଶାଳ  ସମାବେଶକୁ ସମ୍ବୋଧନ କରିଥିଲେ । 

ସ୍ଥାନୀୟ ଲୋକଙ୍କ  ଅନୁସାରେ, କେବଳ ସେହି ଜିଲ୍ଲା ନୁହେଁ, ଏହି ବିଶାଳ  ସମାବେଶରେ ଯୋଗ ଦେବାକୁ ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ଲୋକେ ଧାଇଁ ଆସିଥିଲେ । ଗାନ୍ଧିଜୀ ଲଗାଇଥିବା ବରଗଛ ଉକ୍ତ  ଅଞ୍ଚଳ ପାଇଁ ଗର୍ବ ଓ ଗୌରବର କଥା ବୋଲି ସ୍ଥାନୀୟ ଲୋକେ  କହୁଛନ୍ତି। ସେମାନେ ଏହି ବୃକ୍ଷକୁ ଖୁବ୍‌ ସମ୍ମାନ ଦେଉଛନ୍ତି ।  ଗାନ୍ଧିଜୀଙ୍କ ଦ୍ୱାରା ଲଗାଯାଇଥିବା ଏହି ବିଶାଳ ବୃକ୍ଷର ଗୁରୁତ୍ୱ  ଦର୍ଶାଇବାକୁ ଏବଂ ତା’ର ଉପଯୁକ୍ତ ଯତ୍ନ ଦେବାକୁ ପ୍ରଶାସନ  ପକ୍ଷରୁ ପଦକ୍ଷେପ ନେବା ଉଚିତ୍‌ ବୋଲି ଲୋକେ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.