ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ବିଘ୍ନ ବିନାଶନଙ୍କ ଆଗମନରେ ଚଳଚଞ୍ଜଳ ପଲ୍ଲୀରୁ ଦିଲ୍ଲୀ; ଉତ୍ସବମୂଖର ପରିବେଶ, ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର ୧୯/୦୯: ଶ୍ରୀଗଣେଶ ଚତୁର୍ଥୀ ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା । ସେ ପ୍ରତ୍ୟେକ ହିନ୍ଦୁଙ୍କ ଆଦି ଆରାଧ୍ୟ ଦେବତା । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପ୍ରମୁଖ ପର୍ବ । ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜାର ବିଶେଷ ମହତ୍ୱ ରହିଛି । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗଣପର୍ବ । 

ଅନେକ ସ୍ଥାନରେ ପୂଜାଠୁ ୧୧ ଦିନ ଧରି ବେଶ ଧୂମ୍‌ଧାମରେ ଗଣେଶଙ୍କ ପୂଜାର୍ଚ୍ଚନା ହୋଇଥାଏ । ଦେଶର ବିଭିନ୍ନ ରାଜ୍ୟରେ ଶ୍ରୀଗଣେଶ ଚତୁର୍ଥୀ ଯଥାରୀତି ପାଳିତ ହୋଇଥାଏ । ମହାରାଷ୍ଟ୍ରରେ ଜାତୀୟ ପର୍ବ ଭାବେ ଏହା ପାଳନ କରାଯାଏ । ହିନ୍ଦୁ ଧର୍ମରେ ଗଣେଶଙ୍କୁ ବିଶିଷ୍ଟ ସ୍ଥାନ ଦିଆଯାଇଛି । ସେ ବିଘ୍ନହର୍ତ୍ତା । ଯେକୌଣସି ଧାର୍ମିକ ଉତ୍ସବ, ଯଜ୍ଞ, ପୂଜା ଇତ୍ୟାଦି ମାଙ୍ଗଳିକ କାର୍ଯ୍ୟ କିମ୍ବା ବିବାହୋତ୍ସବମାନଙ୍କରେ ନିର୍ବିଘ୍ନରେ କାର୍ଯ୍ୟ ସମ୍ପନ୍ନ ଲାଗି ସର୍ବପ୍ରଥମେ ବିଘ୍ନହର୍ତ୍ତା ଗଜାନନଙ୍କ ପୂଜା କରାଯାଏ।

  • PrameyaOdia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.