ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ଡ୍ରାଇଭର

ଖଲ୍ଲିକୋଟ, ୩୧।୩ : ହରିଡ଼ା ମୂଳ ନିକଟରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଚାଳକ ଜଣକ ଗୁରୁତର ହୋଇଥିବା ଜଣାପଡ଼ିଛି I ଟ୍ୟାଙ୍କରଟି ବିଶାଖାପାଟଣାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା  I ହରିଡ଼ାମୂଳ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା I ଡ୍ରାଇଭର ମନୋଜ କୁମାର ଯାଦବକୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ସୂଚନା I ମନୋଜଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସI କରାଯାଉଛି I 

ଦୁର୍ଘଟଣା ଘଟିଥିବା ସ୍ଥାନର ଉଭୟ ପାର୍ଶ୍ୱର ୨ କିଲୋମିଟର ଦୂରତାରେ ରାସ୍ତା ଅବରୋଧ କରାଯାଇଛି I ଘଟଣାସ୍ଥଳରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରିଛି ଖଲ୍ଲିକୋଟ ପୋଲିସ । ଏଥିସହ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗ୍ୟାସ୍ ଟ୍ୟାଙ୍କରକୁ କିପରି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇପାରିବ ସେନେଇ ତତ୍ପର ରହିଥିବା ଦେଖିବାକୁ ମିଳିଛି ।


 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.