ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଶାସନର ପକ୍ଷରୁ ନିର୍ବାଚନ ପ୍ରସ୍ତୁତି: ଗଡ଼ିବ ଅଢ଼େଇ ହଜାର ଗାଡ଼ି,୧୦ ଜିଲ୍ଲାକୁ ବସ୍‌ ଯୋଗାଉଛି କଟକ, ଭୁବନେଶ୍ୱର

କଟକ,୨୩/୦୩: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥିପାଇଁ ପ୍ରଶାସନର  ପ୍ରସ୍ତୁତି ଜୋର୍‌ଦାର୍‌ ଚାଲିଛି । ବିଶେଷକରି  ନିର୍ବାଚନ ସମୟରେ ଗାଡ଼ିର ଆବଶ୍ୟକତା  ଯଥେଷ୍ଟ ଅଧିକ ଥିବାରୁ ଏନେଇ କଟକ ଆଞ୍ଚଳିକ  ପରିବହନ ଅଧିକାରୀ (ଆରଟିଓ)ଙ୍କ ପକ୍ଷରୁ ଗାଡ଼ି ରିକ୍ୟୁଜେସନ୍‌ ଆରମ୍ଭ ହୋଇଛି । କଟକ ଜିଲ୍ଲା ପକ୍ଷରୁ  ପ୍ରାଥମିକ ପର୍ଯ୍ୟାୟରେ ଅଢ଼େଇ ହଜାର ଗାଡ଼ି(ଏଥିରେ  ବସ୍‌, ଟ୍ରକ୍‌, ମିନି ଟ୍ରକ୍‌, ଅଟୋ, ଦୁଇ ଚକିଆ ଯାନ)  ରିକ୍ୟୁଜେସନ୍‌ କରାଯିବ ବୋଲି ଆକଳନ କରାଯାଇଛି ।  ଏହାବାଦ୍‌ କଟକ ଜିଲ୍ଲା ପକ୍ଷରୁ ଆହୁରି ପ୍ରାୟ ୭ଶହ ବସ୍‌ ମଧ୍ୟ ରିକ୍ୟୁଜେସନ୍‌ କରାଯିବାକୁ ଯୋଜନା ରହିଛି ।  ସେହିସବୁ ବସ୍‌ ପ୍ରାୟ ୧୦ଟି ଜିଲ୍ଲାକୁ ପଠାଯିବ । କଟକ  ସହ ଭୁବନେଶ୍ୱରରୁ ମଧ୍ୟ ଆଉ ପ୍ରାୟ ୭ଶହ ବସ୍‌ ମଧ୍ୟ  ରିକ୍ୟୁଜେସନ୍‌ କରାଯାଇ ଅନ୍ୟ ଜିଲ୍ଲାଗୁଡ଼ିକୁ ପଠାଯିବ । 

କଟକ ଆରଟିଓଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଟକ  ଜିଲ୍ଲାପାଇଁ ୩୮ଟି ଟ୍ରକ୍‌ ରିକ୍ୟୁଜେସନ୍‌ କରାଯିବ । ସେହିପରି ୩୧ ସିଟ୍‌ ବିଶିଷ୍ଟ ୨୯୩ଟି ବସ୍‌ ଏବଂ ୨୧ରୁ ୩୧ ସିଟ୍‌ ବିଶିଷ୍ଟ ୬୨୫ଟି ବସ୍‌, ୨୧ରୁ  କମ୍‌ ସିଟ୍‌ ବିଶିଷ୍ଟ ୯୫ଟି ବସ୍‌ ମଧ୍ୟ ରିକ୍ୟୁଜେସନ୍‌ କରାଯିବ । ୧୩୫୫ଟି  ପିକ୍‌ଅପ୍‌, ଟାଟା ମ୍ୟାଜିକ୍‌ ଏବଂ ବୋଲେରୋ ମଧ୍ୟ ନିଆଯିବ । ଏହା  ବାଦ୍‌ ୨୧ଟି ଇନୋଭା/ଜାଇଲୋ, ୩୦ଟି କାର୍‌ ଏବଂ ୪୩ଟି ମୋଟର  ସାଇକେଲ୍‌ ମଧ୍ୟ ନିର୍ବାଚନ ପ୍ରସ୍ତୁତିରେ ଲାଗିବ । ଏଥିରୁ କେବଳ  ୧୦୪୨ଟି ଗାଡ଼ି ରେଭେନ୍ସା କ୍ୟାମ୍ପସ୍‌ରେ ରହିବ । ବାଙ୍କୀ ସ୍ୱୟଂଶାସିତ  ମହାବିଦ୍ୟାଳୟରେ ୧୭୩ଟି, ଆଠଗଡ଼ରେ ୪୨୭ଟି, ପୁଲିସ୍‌ ପାଇଁ  ଆବଶ୍ୟକ କରୁଥିବା ୩୦୧ଟି ଗାଡ଼ି ବକ୍ସିବଜାର ରିଜର୍ଭ ଅଫିସ୍‌ରେ ରହିବ ।  

କିନ୍ତୁ କଟକ ଜିଲ୍ଲା କେବଳ ନିଜ ଜିଲ୍ଲା ପାଇଁ ଗାଡ଼ି ରିକ୍ୟୁଜେସନ୍‌  କରେନାହିଁ । କଟକ ଏବଂ ଭୁବନେଶ୍ୱର ଆଟିଓଙ୍କ ପକ୍ଷରୁ ପ୍ରାୟ  ୧୭୦୦ ବସ୍‌ ରିକ୍ୟୁଜେସନ୍‌ କରାଯାଇଥାଏ । କଟକ ଆରଟିଓଙ୍କ  ପକ୍ଷରୁ ୬୦୦ରୁ ଅଧିକ ଏବଂ ଭୁବନେଶ୍ୱର ଆରଟିଓଙ୍କ ପକ୍ଷରୁ  ପ୍ରାୟ ୭୦୦ ଏବଂ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରୁ ରିକ୍ୟୁଜେସନ୍‌  କରାଯାଇଥାଏ । ଏହିସବୁ ଗାଡ଼ିକୁ କୋରାପୁଟ, ମାଲାକାନଗିରି,  ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବଲାଙ୍ଗୀର,  ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ ପଠାଯାଇଥାଏ ।  

ଏନେଇ କଟକ ଏମ୍‌ଭିଆଇ ବିଶ୍ୱଜିତ୍‌ ଦାସ କହିଛନ୍ତି ଯେ,  ବିଭିନ୍ନ ଗାଡ଼ି ମାଲିକ କେବେ ସୁଦ୍ଧା ଆରଟିଓଙ୍କ କାର୍ଯ୍ୟାଳୟରେ ରିପୋର୍ଟିଂ କରିବେ ସେନେଇ ନୋଟିସ୍‌ କରାଯାଇଛି । ଯଦି ଧାର୍ଯ୍ୟ  ସମୟରେ ଗାଡ଼ି ମାଲିକମାନେ ରିପୋର୍ଟିଂ ନକରନ୍ତି ତାହେଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯିବା ସହ ଆବଶ୍ୟକ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.