ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର

ଭୁବନେଶ୍ୱର/ବ୍ରହ୍ମପୁର,୦୩/୦୫: ଭୋଟରଙ୍କ ମନ ଜିଣିବାକୁ ମନଛୁଆଁ ଭାଷଣ । ଜନ ସମାବେଶରେ ଆକ୍ରମଣ ଆଉ ପ୍ରତି ଆକ୍ରମଣ । ନିଜ ଦଳ ସପକ୍ଷରେ ଭୋଟ ଭିଡ଼ିବାକୁ ପ୍ରତିଶ୍ରୁତି ଦେବେ । ବିପକ୍ଷଙ୍କୁ ଟାର୍ଗେଟ୍‌ କରିବେ । ଦମଦାର ଧରିବ ଭୋଟ ପ୍ରଚାର ।ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ । ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସଭାରେ ପ୍ରଥମେ ସାମିଲ ହେବେ । ଏହାପରେ ନବରଙ୍ଗପୁର ଯାଇ ଜନସଭା କରିବେ । ମୋଦିଙ୍କ ଏ ଦୁଇ ସମାବେଶ ପାଇଁ ପ୍ରସ୍ତୁତି ତେଜୀୟାନ୍‌ ଧରିଛି ।

କାର୍ଯ୍ୟସୂଚୀ ଅନୁସାରେ ୬ ତାରିଖ ଦିନ ୧୦ଟାରେ ବ୍ରହ୍ମପୁର କନିଷିରେ ଆୟୋଜିତ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ । ବ୍ରହ୍ମପୁର ଓ ଆସ୍କା ଲୋକସଭା ଆସନ ସହିତ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନକୁ ବିଜେପି ଫୋକସ୍‌ କରୁଛି । ଏଠାରେ ଜିତିବା ସମ୍ଭାବନା ଥିବାରୁ ନଡ୍ଡାଙ୍କ ପରେ ମୋଦି ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି । ଏହି ସଭାରେ ମୋଦି ବିଜେଡିକୁ କେଉଁ ଅସ୍ତ୍ରରେ ଆକ୍ରମଣ କରୁଛନ୍ତି, ତାକୁ ସମସ୍ତଙ୍କ ଅପେକ୍ଷା । ନିକଟରେ ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ ଓଡ଼ିଶାର ଅସ୍ମିତା ବିପଦରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏପରିକି ବିଜେଡି ସରକାରକୁ ସମାଲୋଚନା ବି କରିଥିଲେ । ଏଣୁ ୬ ତାରିଖ ସଭାରେ ମୋଦି ବିଜେଡିକୁ ନିଶାଣା କରିବେ ବୋଲି ଆଶା କରାଯାଉଛି । ବ୍ରହ୍ମପୁର ପରେ ସେ ନବରଙ୍ଗପୁର ଯିବେ । ଦିନ ୧ଟାରେ ଚିକିଲି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୋଦି ବିଜେପି ପାଇଁ ଭୋଟଭିକ୍ଷା କରିବେ । ପ୍ରଧାନମନ୍ତ୍ରୀ ୧୧ରେ ପୁଣି ଓଡ଼ିଶା ଭୋଟ ପ୍ରଚାରରେ ଆସିବାର କାର୍ଯ୍ୟକ୍ରମ ରହିଛି ।

ଶୁକ୍ରବାର ରାୟଗଡ଼ା ଗସ୍ତରେ ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ରାହୁଲଙ୍କ ଏ ଗସ୍ତକୁ ନେଇ କଂଗ୍ରେସ କ୍ୟାମ୍ପରେ ନାହିଁ ନଥିବା ଉତ୍ସାହ। ରାୟଗଡ଼ା ବାଇପାସ୍‌ ରୋଡର ବାରିଝୋଲା ପଡ଼ିଆରେ ହେବ ଭୋଟ ସମାବେଶ । ରାହୁଲ ସ୍ୱତନ୍ତ୍ର ହେଲିକପ୍ଟରରେ ବିଶାଖାପାଟଣାରୁ ବାହାରି ମଧ୍ୟାହ୍ନ ୧୨ଟା ୧୫ରେ ଏଠାରେ ପହଞ୍ଚିବେ । ଏଠାରେ ସେ ଲୋକଙ୍କୁ ସମ୍ବୋଧିତ କରିବେ । ନିକଟରେ ରାହୁଲ ସାଲେପୁର ଆସି ରାଜ୍ୟରେ କଂଗ୍ରେସ ପାଇଁ ଭୋଟଭିକ୍ଷାର ଅନୁକୂଳ କରିଥିଲେ । ସାଲେପୁର ସମାବେଶରେ ରାହୁଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ । 

ବିଜେପି ଓ ବିଜେଡି ମିଶି ଓଡ଼ିଶାକୁ ଲୁଟି ଚାଲିଛନ୍ତି ବୋଲି ରାହୁଲ ଅଭିଯୋଗ କରିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ଋଣଛାଡ଼ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କୋରାପୁଟ ହେଉଛି କଂଗ୍ରେସର ଗଡ଼ । ରାଜ୍ୟରୁ ଦଳର ଜଣେ ମାତ୍ର  ସାଂସଦ ସପ୍ତଗିରି ଉଲାକା ଏ ଆସନରୁ ସଂସଦରୁ ପ୍ରତିନିଧିତ୍ୱ କରୁଛନ୍ତି। ଏ ଅଞ୍ଚଳର ଏମପି ଓ ବିଧାନସଭା ଆସନଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରାହୁଲ ଭୋଟ ନିବେଦନ କରିବେ ।

ଆଦିବାସୀ ଓ ଝୋଡ଼ିଆ ଭୋଟକୁ କଂଗ୍ରେସ ସପକ୍ଷରେ ନେବାକୁ ରାହୁଲ ବିଜେଡି ଓ ବିଜେପି ସରକାରକୁ ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ଆକ୍ରମଣ କରିବେ ବୋଲି ଅନୁମାନ କରାଯାଉଛି । କଂଗ୍ରେସ ପକ୍ଷରୁ ସୂଚନା ମିଳିଛି, ପ୍ରିୟଙ୍କା ଗାନ୍ଧି ଆସନ୍ତା ୧୦ରେ ନବରଙ୍ଗପୁର ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିବେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ରୋଡ ସୋ କରି କଂଗ୍ରେସ ପାଇଁ ଭୋଟ ମାଗିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ତାରିଖ (ଶନିବାର) ରାୟଗଡ଼ା ଗସ୍ତରେ ଯିବେ । କାଶୀପୁର ବ୍ଲକ୍‌ ଟିକିରିରେ ସମାବେଶ କରିବେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରରେ ଜନ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।  ନବୀନଙ୍କର ଏ ଦୁଇ ସମାବେଶ ଉପରେ ବିଜେପି ଓ କଂଗ୍ରେସର ନଜର ରହିଛି । ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ଆସନ ହିଞ୍ଜିଳିରୁ ପ୍ରଚାରର ଅନୁକୂଳ କରି ବିଜେଡି ବିକାଶରେ ବିଶ୍ୱାସ କରେ ବୋଲି କହିଥିଲେ । ଏହାଛଡ଼ା ବିରୋଧୀଙ୍କ କାମ ବିକାଶକୁ ବିରୋଧ କରିବା ବୋଲି ଅଭିଯୋଗ ଆଣିଥିଲେ । ନବୀନଙ୍କ ଭୋଟଭିକ୍ଷା ପରେ କେନ୍ଦ୍ରମନ୍ତ୍ରୀ  ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧି ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଘେରିଛନ୍ତି । କଠୋର ସମାଲୋଚନା ମଧ୍ୟ କରିଛନ୍ତି । ନବରଙ୍ଗପୁର ଓ ରାୟଗଡ଼ା ସମାବେଶରେ ମୁଖ୍ୟମନ୍ତ୍ରୀ ବିଜେପି ଓ କଂଗ୍ରେସ ଆକ୍ରମଣର ପ୍ରତି ଜବାବ ଦେଇପାରନ୍ତି ବୋଲି ରାଜନୈତିକ ମହଲ ଅନୁମାନ କରୁଛି । ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ଝୋଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ଆଦିବାସୀ ଓ ଝୋଡ଼ିଆ ଭୋଟକୁ ନିଜ ସପକ୍ଷରେ ଟାଣିବାକୁ ମୁଖ୍ୟମନ୍ତ୍ରୀ ପ୍ରଚାର ଅଭିଭାଷଣକୁ ଅଧିକ ଶାଣିତ କରିବେ ବୋଲି ଦଳ ସୂତ୍ରରୁ ଜଣାପଡ଼ିଛି ।

ସେହିଭଳି ଆସନ୍ତା ୪ରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ରାଜଧାନୀ ଭୁବନେଶ୍ୱର ଆସି ବିଜେପି ପାଇଁ ପ୍ରଚାର କରିବେ । ୫ରେ କଟକ ଓ ପରେ ସମ୍ବଲପୁର ଯିବେ ବୋଲି ସୂଚନା ମିଳିଛି । ତିନି ଦଳର ପ୍ରଚାର କାର୍ଯ୍ୟସୂଚୀରୁ ସ୍ପଷ୍ଟ ଯେ ଆଗକୁ ପ୍ରଚାର ଆହୁରି ତେଜୀୟାନ୍‌ ଧରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.