ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ନିର୍ବାଚନ ବେଳେ ପ୍ରତିଦିନ ମଦ କାରବାର ନିୟନ୍ତ୍ରଣ ପାଇଁ ଯୋଜନା: ମଦ ଦୋକାନ ଉପରେ ନଜର ରଖିବ ‘ଏଆଇ’

କଟକ,୧୮/୦୩: ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ବେଳେ ମଦ କାରବାର ଉପରେ ନିୟନ୍ତ୍ରଣ ରଖିବାକୁ ଅବକାରୀ ବିଭାଗ ଉଦ୍ୟମ ଆରମ୍ଭ କରିଛି । ନିର୍ବାଚନକୁ ନିଶାମୁକ୍ତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ କଡ଼ା ନିର୍ଦ୍ଦେଶ ଆଧାରରେ ଅବକାରୀ ବିଭାଗ ଏନେଇ ସ୍ୱତନ୍ତ୍ର  ଯୋଜନା ପ୍ରସ୍ତୁତ କରୁଛି । ସେହିକ୍ରମରେ ‘ଏଆଇ’  ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବ୍ୟବହାର କରି  ପ୍ରତିଦିନ ମଦ ବିକ୍ରିର ତଥ୍ୟ ସମୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଆଇ ସମୀକ୍ଷାରେ ଯଦି କୌଣସି କାଉଣ୍ଟରରେ ମଦ ବିକ୍ରି ଯଦି ଅହେତୁକ ବଢ଼ିଥିବା ଜଣାପଡ଼ିବ ତେବେ ସଂପୃକ୍ତ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶନିବାର  ଆଚରଣବିଧି ଲାଗୁ ହେବା ପରେ କଟକର ସବୁ ମଦ ଦୋକାନର ଷ୍ଟକ୍‌ ଯାଞ୍ଚ ହୋଇଛି । ଆଗକୁ ଦୋକାନର ସବୁ କିଣାବିକାର ତଥ୍ୟ ସଂଗ୍ରହ କରି ତାହାକୁ ନିର୍ବାଚନ  ଆୟୋଗଙ୍କୁ ପଠାଯିବାକୁ ବ୍ୟବସ୍ଥା କରାଯାଉଛି । 

ପ୍ରାୟ ନିର୍ବାଚନ ସମୟରେ ମଦ ବିକ୍ରିର ପରିମାଣ  କେଇ ଗୁଣା ବଢ଼ିଯାଏ । ଯାହାକି ନିର୍ବାଚନ ବେଳେ  ବିଶୃଙ୍ଖଳା ସୃଷ୍ଟିର ମୁଖ୍ୟ କାରଣ ହୋଇଥାଏ । କିଛି  ଲାଇସେନ୍ସପ୍ରାପ୍ତ ମଦଦୋକାନୀ ଅସାଧୁ ଉପାୟରେ  ଅଧିକ ପରିମାଣରେ ମଦ ବିକ୍ରି କରିଥାନ୍ତି । ଏହା  ନିର୍ବାଚନ ପ୍ରଚାର, ନିର୍ବାଚନ ଶୋଭାଯାତ୍ରା ଓ  ନିର୍ବାଚନ ସଭାରେ ବଣ୍ଟାଯାଏ । ଆବଶ୍ୟକତାଠାରୁ  ଅଧିକ ପରିମାଣର ମଦ ବିକ୍ରି ଦ୍ୱାରା ଆଇନଶୃଙ୍ଖଳା  ପରିସ୍ଥିତି ସୃଷ୍ଟି ହୋଇଥାଏ । ଏପରିକି ମଦ ବାଣ୍ଟି  କିଛି ରାଜନୈତିକ ଦଳ ଭୋଟରଙ୍କୁ ପ୍ରଭାବିତ ମଧ୍ୟ  କରିଥାନ୍ତି । ତେଣୁ ଗତ ୨୦୧୯ ସାଧାରଣ ନିର୍ବାଚନ  ବେଳେ ନିର୍ବାଚନ ଆୟୋଗ ମଦ ବିକ୍ରି ଉପରେ  କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । ମଦ ବିକ୍ରିର  ମାତ୍ରାକୁ ଅନ୍ୟ ଦିନ ଭଳି ନିର୍ବାଚନ ସମୟରେ ସମାନ  ରଖିବା ପାଇଁ ନିର୍ବାଚନ ଆୟୋଗ କଡ଼ା ନିର୍ଦ୍ଦେଶନାମା  ଦେଇଛନ୍ତି । ସେହି ଅନୁସାରେ କଟକ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତ କରାଯାଇଛି ।  

ଗତ ୫ ବର୍ଷର କିଣାବିକାର ତଥ୍ୟ ପୂର୍ବରୁ  ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଛି ।  ନିର୍ବାଚନ ପ୍ରକ୍ରିୟା ବେଳେ ପ୍ରତିଦିନ ଯେଉଁ  କିଣାବିକା ହେବ ତାହାର ତଥ୍ୟକୁ ଅବକାରୀ  ବିଭାଗ ସଂଗ୍ରହ କରି ଆୟୋଗଙ୍କୁ ପଠାଇବ ।  ପରେ ‘ଏଆଇ’ ବ୍ୟବହାର କରାଯାଇ ଆୟୋଗ  ତାର ସମୀକ୍ଷା କରିବେ । ଏଥିରୁ କେଉଁ ଦୋକାନୀ  ଅସାଧୁ ଉପାୟରେ ଅଧିକ ପରିମାଣରେ ମଦ  ବିକିଛନ୍ତି ତାହା ଧରାପଡ଼ିବ । ଏହି ଅନୁସାରେ  ଅବକାରୀ ବିଭାଗ ସଂପୃକ୍ତ ମଦଦୋକାନୀଙ୍କ  ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ । କେବଳ  ସେତିକି ନୁହେଁ, ମଦ ଦୋକାନର ସମସ୍ତ କାମ  ସିସିଟିଭି ସମ୍ମୁଖରେ କରାଯିବ । ସିସିଟିଭିର ଭିଡିଓ  ରେକର୍ଡିଂକୁ ମଧ୍ୟ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ  ଦିଆଯାଇଛି । ଆବଶ୍ୟକସ୍ଥଳେ ଏହା ଯାଞ୍ଚ ହେବ  ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଦେବାଶିଷ  ପଟେଲ୍‌ ସୂଚନା ଦେଇଛନ୍ତି । ଏହା ବାଦ୍‌ ଚୋରା ଓ  ନକଲି ବିଦେଶୀ ମଦକୁ ରୋକିବା ପାଇଁ ମଧ୍ୟ ଏବେ  ଜୋରଦାର ପ୍ରୟାସ ହେଉଛି । କଟକ ଗ୍ରାମାଞ୍ଚଳ  ପୁଲିସ ଅଞ୍ଚଳରେ ୧୧ଟି, କମିସନରେଟ୍‌ ଅଞ୍ଚଳରେ  ୮ଟି ଓ କଟକ ଜିଲ୍ଲା ଅବକାରୀ ବିଭାଗର ୫ଟି  ଚେକିଂ ପଏଣ୍ଟ କରାଯାଇଛି । ବ୍ଲକିଂ କରି ଯାଞ୍ଚ  କରାଯିବା ସହିତ ସେଠାରେ ପାଟ୍ରୋଲିଂକୁ ବଢ଼ାଇବା  ପାଇଁ ନିଷ୍ପତ୍ତି ହୋଇଥିବା ଶ୍ରୀ ପଟେଲ୍‌ କହିଛନ୍ତି । 

  • prameyanews
  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.