ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେନେରାଲ ଟିକେଟ୍‌ କରିବା ପାଇଁ ଏବେ ଆଉ ଧାଡ଼ିରେ ଠିଆ ହେବାକୁ ପଡ଼ିବନି , ଘରେ ବସି ଏମିତି କରନ୍ତୁ ବୁକ୍‌

ନୂଆଦିଲ୍ଲୀ – ରେଲୱେର ଜେନେରାଲ କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଭଲ ଖବର। ଏବେ ଜେନେରାଲ କୋଚ୍‌ର ଟିକେଟ୍‌ କିଣିବାକୁ ଆପଣଙ୍କୁ ଆଉ ଷ୍ଟେସନରେ ଲାଇନ୍‌ରେ ଠିଆ ହେବାକୁ ପଡ଼ିବ ନାହିଁ। ରେଲୱେ ଜେନେରାଲ କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସହଜ ଟିକେଟ୍‌ ସୁବିଧା ପ୍ରଦାନ କରିବାକୁ ୟୁଟିଏସ ଅନ୍‌ ମୋବାଇଲ ଆପ୍‌ରେ ପ୍ରମୁଖ ପରିବର୍ତ୍ତନ କରିଛି , ଯାହା ଅନୁସାରେ ଏବେ ଯାତ୍ରୀ କୌଣସି ବି ସ୍ଥାନରେ ଥାଇ ଜେନେରାଲ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରି ପାରିବେ। 

କୋଟା ମଣ୍ଡଳର ଅଫିସିଆଲି ସୂତ୍ରରୁ ପ୍ରକାଶ କି ଏବେ ୟୁଟିଏସ୍‌ ମୋବାଇଲ ଆପ୍‌ ମାଧ୍ୟମରେ ଟିକେଟ ବୁକ୍‌ କରିବା ବ୍ୟବଧାନ ସୀମାକୁ ବନ୍ଦ କରି ଦିଆ ଯାଇଛି, ଏହି କାରଣରୁ ଏବେ ଯାତ୍ରୀ କେଉଁଠି ବି ବସି ଟ୍ରେନ୍‌ର ଟିକେଟ୍‌ ବୁକ୍‌ କରି ପାରିବେ। ଏହା ପୂର୍ବରୁ ୟୁଟିଏସ ମୋବାଇଲ ଆପ୍ ମାଧ୍ୟମରେ ଜେନେରାଲ ଟିକେଟ୍‌ ବୁକ୍‌ କରିବାର ସର୍ବାଧିକ ଦୂରର ସୀମା ୨୦ କିଲୋମିଟର ଥିଲା। ସୂତ୍ରରୁ ପ୍ରକାଶ କି, ୟୁଟିଏସ ମୋବାଇଲରେ ଟିକେଟ୍‌ ବୁକିଂର ଲାଭ ବିଷୟରେ କହିଛି ଯେ, ଏଥିରେ ଲମ୍ୱା ଲାଇନରୁ ମୁକ୍ତି ମିଳିବ ଏବଂ ଏହାସହ କାରଜ ଖର୍ଚ୍ଚ ମଧ୍ୟ କମିଯିବ। 

ଆସନ୍ତୁ ଜାଣିବା ୟୁଟିଏସ ଆପ୍ ମାଧ୍ୟମରେ କେମିତି ଜେନେରାଲ ଟିକେଟ ବୁକ୍‌ କରିବା – 

 ୧- ରେଳର ଜେନେରାଲ ଟିକେଟ ଅନଲାଇନ ବୁକ୍‌ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ମୋବାଇଲରେ ୟୁଟିଏସ ଆପ୍‌ ଡାଉନଲୋଡ୍‌ କରିବାକୁ ହେବ। 

୨- ଏବେ ଏହାପରେ ଆପ୍‌ରେ ନିଜର ନାଁ , ମୋବାଇଲ ନମ୍ୱର , ଆଇଡି କାର୍ଡ ସଂପର୍କିତ ତଥ୍ୟ ଭରି ରେଜିଷ୍ଟର କରିବାକୁ ହେବ। 

୩- ୟୁଟିଏସ ଆପ୍‌ରେ ରେଜିଷ୍ଟର କରିବାରେ ଆପଣଙ୍କ ମୋବାଇଲ ନମ୍ୱରକୁ ଏକ ଓଟିପି ଆସିବ। ଏହି ଓଟିଟିକୁ ଡାଉନଲୋଡ କରି ଆପଣ ଆପ୍‌ରେ ସାଇନ୍‌ ଅପ୍‌ କରି ପାରିବେ।

୪-ଏବେ ଏହା ପରେ ଆଇଟି ଓ ପାସୱାର୍ଡ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ୱରକୁ ଆସିବ। ଏହା ମାଧ୍ୟମରେ ଆପଣ ୟୁଟିଏସ  ଆପ୍‌ରେ ଲଗ୍‌ ଇନ୍‌ କରିପାରିବେ। 

୫- ଏବେ ଟିକେଟ୍ ବୁକ୍‌ କରିବା ପାଇଁ ଆପ୍‌ରେ ସେହି ଡିଟେଲ ଦେବାକୁ ହେବ , ଯେଉଁଠାର ଆପଣଙ୍କୁ ଟିକେଟ୍ ବୁକ୍‌ କରିବାକୁ ହେବ, ଆପଣଙ୍କୁ କେଉଁଠାରୁ କେଉଁ ସ୍ଥାନକୁ ଯିବାର ଅଛି , ତାହା ଭରିବାକୁ ହେବ। 

୬- ଏବେ ଏହା ପରେ ନେକ୍ସଟ ଓ ଗେଟ୍‌ ଫେୟାର ଉପର୍ କ୍ଲିକ୍‌ କରନ୍ତୁ ଏବିଂ ଟିକେଟ୍‌ ବୁକ୍‌ କରିବାର ବଟନ୍‌ ଦବାନ୍ତୁ। ଆର୍‌-ୱାଲେଟ୍/ୟୁପିଆଇ/ନେଟ୍‌ ବ୍ୟାଙ୍କିଂ / କାର୍ଡ ସହିତ ଅନେକ ପେମେଣ୍ଟ ମେଥଡ୍‌ର ୟୁଜ କରି ଆପଣ ଟିକେଟ୍‌ ବୁକ୍‌ କରି ପାରିବେ। 

୭- ଏବେ ଆପ୍‌ରେ ଟିକେଟ୍ ଦେଖାଯିବ। ଆପଣ ଚାହିଁଲେ , ତ ଟିକେଟ୍‌କୁ ପ୍ରିଣ୍ଟ କରି ପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.