ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜର୍ମାନୀ ଓ ଆମେରିକା ପରେ କେଜ୍ରିଓ୍ବାଲଙ୍କ ଗିରଫ ଘଟଣାରେ ମତ ରଖିଲା ଜାତିସଂଘ, ଆଶା କରୁଛୁ ମୁକ୍ତ ଏବଂ ନିରପେକ୍ଷ ପରିବେଶରେ ଭୋଟ ହେବ...

ନୂଆଦିଲ୍ଲୀ,୨୯।୩:  ଜର୍ମାନୀ ଏବଂ ଆମେରିକା ପରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମିଳିତ ଜାତିସଂଘ ମଧ୍ୟ ହସ୍ତକ୍ଷେପ କରିଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର କେଜ୍ରିୱାଲଙ୍କ ଗିରଫଦାରୀ ଉପରେ କହିଛନ୍ତି, ଆମେ ଆଶାବାଦୀ ଯେ ଭାରତ ତଥା ଅନ୍ୟ କୌରଣି ଦେଶରେ ଯେଉଁଠି ନିର୍ବାଚନ ଚାଲିଛି ସେମାନେ ଲୋକଙ୍କ ରାଜନୈତିକ ତଥା ନାଗରିକ ଅଧିକାରକୁ ସୁରକ୍ଷା କରିବେ ଓ  ଏବଂ ସମସ୍ତେ  ମୁକ୍ତ ଏବଂ ନିରପେକ୍ଷ” ପରିବେଶରେ ଭୋଟ ଦେବେ।

ଜାତିସଂଘର ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଏବଂ ବିରୋଧି ଦଳର ବ୍ୟାଙ୍କ ଆକାଉଣ୍ଟ କାରବାର ଉପରେ କଟକଣା ଲଗାଯିବା ପରେ  ଏହି ମନ୍ତବ୍ୟ ଦେଇଛନ୍ତି। ଆଗକୁ ନିର୍ବାଚନ ଥିବାରୁ ଭାରତର ରାଜନୈତିକ ସ୍ଥିତିକୁ ନେଇ ଏକ ପ୍ରଶ୍ନର ଉତ୍ତରରେ  ଗୁରୁବାର ଏକ ନିୟମିତ ସାମ୍ବାଦିକ ସମ୍ମିଳନୀରେ ଦୁଜାରିକ୍ କହିଛନ୍ତି, ଆମର ଆଶା ଅଛି ଯେ ଭାରତ ତଥା ଅନ୍ୟ କୌଣସି ଦେଶରେ ଯେଉଁଠାରେ ନିର୍ବାଚନ ହେବାକୁ ଯାଉଛି ସେଠାରେ ରାଜନୈତିକ ତଥା ନାଗରିକ ଅଧିକାର   ସୁରକ୍ଷିତ ରହିବ ଦରକାର, ଯାହାଫଳରେ ସମସ୍ତେ ଏକ ମୁକ୍ତ ଏବଂ ନିରପେକ୍ଷ ପରିବେଶରେ ଭୋଟ୍ ଦେବାକୁ ସମର୍ଥ ହେବେ। '' 

ଉଲ୍ଲେଖନୀୟ ଯେ, ମିଳିତ ଜାତିସଂଘର ଏହି ପ୍ରତିକ୍ରିୟାର ଗୋଟିଏ ଦିନ ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରିବା ଏବଂ କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟର କାରବାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଆମେରିକା ମଧ୍ୟ ସମାନ ପ୍ରଶ୍ନର ପ୍ରତିକ୍ରିୟା ଦେଇଥିଲା। । କେବଳ ସେତିକି ନୁହେଁ ଜର୍ମାନୀ  ମଧ୍ୟ ଏହି ମାମଲାରେ ଭାରତ ଉପରେ ଟିପ୍ପଣୀ ଦେଇସାରିଛି। ଯେଉଁ କାରଣରୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଜର୍ମାନ ଓ ଆମେରିକାର ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିବା ସହ କହିଥିଲା ଏହା ଆମ ଦେଶର ଆଭ୍ୟନ୍ତରୀଣ ମାମଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.