ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଅଦା ଦରରେ ନିୟନ୍ତ୍ରଣ ନାହିଁ.. ୧୧୦ରେ କିଣି ୨୦୦ ଟଙ୍କାରେ ବିକୁଛନ୍ତି ବେପାରୀ

ଭୁବନେଶ୍ୱର,୦୪/୧୧: ଭୁବନେଶ୍ୱରରେ ଅଦା କିଲୋ ପିଛା ପାଇକାରୀ ଦର  ୧୧୦ ଟଙ୍କା ରହିଛି । ତେବେ ଖୁଚୁରା ବ୍ୟବସାୟୀମାନେ ଏହାକୁ ୨୦୦ ଟଙ୍କା କିମ୍ବା ଏହାଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି । ଦରରେ ତାଳମେଳ ରହୁନାହିଁ । ଖୁଚୁରା  ବ୍ୟବସାୟୀ ଅଦା ପାଇଁ ଚଢ଼ା ଦର ନେଉଛନ୍ତି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  

ସ୍ଥାନୀୟ ରସୁଲଗଡ଼ର ଶିଶିର ପଟ୍ଟନାୟକ  କହିଛନ୍ତି, କେବଳ ଅଦା ନୁହେଁ ପରିବା ମଧ୍ୟ ଚଢ଼ାରେ  ବିକୁଛନ୍ତି ବ୍ୟବସାୟୀ । ସବୁ ଲୋକ ୧ ନମ୍ବର ହାଟ ଯିବା  ସମ୍ଭବ ନୁହେଁ । ବାଧ୍ୟ ହୋଇ ବେପାରୀ ଯାହା କହୁଛନ୍ତି  ସେହି ଦର ଦେଇ ନେବାକୁ ପଡୁଛି ।  ରାଜଧାନୀ କଞ୍ଚାପରିବା ବ୍ୟବସାୟୀ ସଂଘର  ସଭାପତି କବିରାଜ ସ୍ୱାଇଁ କହିଛନ୍ତି, ଶୁକ୍ରବାର ଅଦାର  ପାଇକାରୀ ଦର ୧୧୦ ଟଙ୍କା ରହିଛି । ତେବେ ଖୁଚୁରା  ବଜାରରେ ପ୍ରାୟ ୨୦୦ ଟଙ୍କା ଯାଏ ବିକ୍ରି ହେଉଛି । 

ପିଆଜ,  ଅଦା, ରସୁଣ ଏବଂ ବିନ୍ସ ବାଦ ଦେଲେ ୟୁନିଟ୍‌ ୧ ହାଟରେ  ଏବେ ଅଧିକାଂଶ ପରିବା ଦର ୪୦ରୁ ୫୦ ଟଙ୍କା ରହିଛି । ରସୁଲଗଡ଼ ଅଞ୍ଚଳରେ ଏବେ ଧନିଆପତ୍ର କିଲୋ  ପିଛା ଦର ୩୦୦ ଟଙ୍କା ରହିଛି । ସେହିଭଳି ଅଦା ଏବଂ  ରସୁଣ କିଲୋ ପିଛା ଦର ୨୦୦ ଟଙ୍କା ରହିଛି । ଏହାବାଦ୍‌  ବିନ୍ସ ୧୨୦ ଟଙ୍କା, ଟମାଟୋ ୪୦, ବାଇଗଣ ୪୦, ପୋଟଳ  ୬୦, ଭେଣ୍ଡି ୬୦, କଲରା ୮୦, ଜହ୍ନି ୮୦, ବନ୍ଧା କୋବି,  ଫୁଲକୋବି ୪୦, ଝୁଡଙ୍ଗ ୬୦, ପିଆଜ ୬୦ ଏବଂ ଆଳୁ  ୨୦ ଟଙ୍କାରେ ବିକ୍ରି ହେଉଛି । ଏବେ ନାସିକା ଓ ଅନ୍ୟ  ରାଜ୍ୟରୁ ଆବଶ୍ୟକ ମୁତାବକ ପିଆଜ ଆସିପାରୁନାହିଁ ।  ସେଥିପାଇଁ ଦର ଉଚ୍ଚା ରହୁଛି ।

Copyright © 2022 - Summa Real Media Private Limited. All Rights Reserved.