ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଗଜାନନଙ୍କ ମୂର୍ତ୍ତି ନିର୍ମାଣରେ ନିମଗ୍ନ ଉଚ୍ଚଶିକ୍ଷିତା ଯୁବତୀ, ବଜାଇ ରଖିଛନ୍ତି ପରିବାରର କୌଳିକ ବୃତ୍ତି

ମାଲକାନଗିରି, ୪/୯  : ଜାତୀୟ ରାଜପଥ ପାର୍ଶ୍ଵରେ ଗଜାନନଙ୍କ ମୂର୍ତ୍ତି ନିର୍ମାଣରେ ନିମଗ୍ନ ଜଣେ ଉଚ୍ଚଶିକ୍ଷିତା ଯୁବତୀ।  ସେ ହେଉଛନ୍ତି ଉଷାକିରଣ ମଲିକ(୨୪)।ତାଙ୍କ ହାତରେ ସତେ ଯପେରି ଜାଦୁ ରହିଛି। ସେ ମାଟି ଓ ରଙ୍ଗରେ ସୁନ୍ଦର ଭାବେ ମୂର୍ତ୍ତି ଗଢିଚାଲିଛନ୍ତି । ତାଙ୍କ ପରିବାରର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ଅନ୍ୟ ପାଇଁ ଉଦାହରଣ ମଧ୍ୟ ସାଜିଛନ୍ତି।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସ୍ଥ ଏମଭି ୭୦ ଗ୍ରାମର ସମୀର ମଲିକଙ୍କ ଝିଅ ଉଷାକିରଣ ମଲିକ(୨୪)। ସେ ମାଲକାନଗିରି କଲେଜରେ ବିଏ ପାସ କରି ଏବେ ବିଏଡ ପାସ କରିଛନ୍ତି।  ପରିବାରର କୌଳିକ ବୃତ୍ତି ମୂର୍ତ୍ତି ନିର୍ମାଣ କାମରେ ନିଜ ପରିବାରଙ୍କୁ ସହଯୋଗ କରିବା ସହିତ ନିଜେ ସୁନ୍ଦର ସୁନ୍ଦର ମୂର୍ତ୍ତି ନିର୍ମାଣ କରିଚାଲିଛନ୍ତି । ସେ ଗଣେଶଙ୍କୁ ମୂଷାବାହାନରେ ବସାଇବା ସହିତ ମୟୂର,ଘୋଡା, ଅଭିନବ ଢଙ୍ଗରେ ମୂର୍ତ୍ତି କରିଛନ୍ତି । ଗଣେଶଙ୍କୁ ବିଭିନ୍ନ ଫଳ ପନିପରିବା ରୂପରେ ଓ ପୋଖରୀରେ ଭାସମାନ ପଦ୍ମଫୁଲରେ ନୃତ୍ୟୁଢଙ୍ଗରେ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି।  ଏପରକି ଜନସଚେତନତା ବାର୍ତ୍ତା ଦେଇ ମୂର୍ତ୍ତି ନିର୍ମାଣ କରିଛନ୍ତି । କେବଳ ଗଣେଶ ମୂର୍ତ୍ତି ନୁହେଁ,ସରସ୍ୱତୀ,ଭାଲୁକୁଣି,ବିଶ୍ବକର୍ମା,ଦୁର୍ଗା, କାଳୀ ବିଭିନ୍ନ ପ୍ରକାର ମୂର୍ତ୍ତି ନିର୍ମାଣ କରିଥାନ୍ତି। ଏହି ମୂର୍ତ୍ତି ନିର୍ମାଣ ରୁ ହିଁ ତାଙ୍କପରିବାର ପ୍ରତି ପୋଷଣ ହୋଇଥାନ୍ତି । 

ଆଗକୁ ସେ ଜଣେ ଭଲ ମୂର୍ତ୍ତି କାରିଗର ହେବା ସହିତ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ହୋଇ ଗରିବ ଅନାଥ ପିଲାଙ୍କୁ ପାଠପଢାଇବା ପାଇଁ ଇଚ୍ଛାରଖିଛନ୍ତି ବୋଲି ଉଷା ରାଣି ମଲିକ କହିଛନ୍ତି । ଉଷା ତାଙ୍କ ବାପାଙ୍କ ଠାରୁ ପିଲା ବେଳୁ ଏହି ମୂର୍ତ୍ତି ନିର୍ମାଣ ଶିକ୍ଷିଛନ୍ତି । ଉଷାଙ୍କ ସହିତ ତାଙ୍କ ମା’ ରେଖା ମଲିକ,ସାନ ଭଉଣୀ ମାମୁନି,ଭାଇ ମଧୁସୂଦନ, ଶୁଭେନ୍ଦୁ ମୂର୍ତ୍ତି ନିର୍ମାଣରେ ସହଯୋଗ କରିଥାନ୍ତି।

ଚଳିତ ବର୍ଷ ତିନି ଶହ ଟଙ୍କାରୁ ଆରମ୍ଭ କରି ୪୫ହଜାର ଟଙ୍କା ପର୍ଯ୍ୟନ୍ତ ଗଣେଶ ମୂର୍ତ୍ତି ବିକ୍ରୀ ହେଉଛି। ବଡ଼ ବଡ଼ ଅଧିକ ଦାମର ମୂର୍ତ୍ତି ଗୁଡିକ କଲେଜ ଓ କ୍ଳବ ପାଇଁ ଆଗରୁ ଅଗ୍ରିମ ନିଆ ଯାଇ ସେମାନଙ୍କ ମନମୁତାବକ ହିସାବରେ ମୂର୍ତ୍ତି ନିର୍ମାଣ କରାଯାଇଥାଏ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.