ସୋର, ୧୧/୧୧ : ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ବାଲେଶ୍ବର ଜିଲ୍ଲା ଔପଦl ବଡ଼ପୋଖରୀ ଗଜାଆମ୍ବରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି।
ସୂଚନାନୁଯାୟୀ, ବାଲେଶ୍ବର ଜିଲ୍ଲା ଔପଦl ବଡ଼ପୋଖରୀ ଗଜାଆମ୍ବର ଜଣେ ଯୁବକଙ୍କ ଦିବ୍ୟାଙ୍ଗ ଶାଳୀ ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ବୁଲିବାକୁ ଆସିଥିଲେ। ଦିବ୍ୟାଙ୍ଗ ଯୁବତୀକୁ ଦୁଇ ଯୁବକ ସୋର ମଙ୍ଗଳପୁର ଜାତପଦା ଜଙ୍ଗଲରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗଜାଆମ୍ବ ଗାଁ ଲୋକେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅପରାହ୍ନରେ ଜଙ୍ଗଲରୁ ଉଦ୍ଧାର କରିଥିଲେ । ବିଳମ୍ୱିତ ରାତିରେ ଅଭିଯୁକ୍ତ ବାୟା ସିଂକୁ ଜଙ୍ଗଲରୁ ଧରି ସୋର ପୋଲିସ ଜିମା ଦେଇଥିଲେ। ପୋଲିସ ଯୁବତୀଙ୍କର ଡାକ୍ତରୀ ମାଇନା କରିଥିବା ବେଳେ ଅଭିଯୁକ୍ତ ବାୟାକୁ କୋର୍ଟ ଚାଲାଣ କରିଛି।