ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାସା ଖୋଜି ବାହାର କଲା ପୃଥିବୀ ଭଳି ଆଉ ଏକ ଗ୍ରହ ‘ଗ୍ଲିସେ ୧୨-ବି’,ବୈଜ୍ଞାନିକଙ୍କ ମତରେ ଜୀବନ ସମ୍ଭବ

ନୂଆଦିଲ୍ଲୀ,୨୬।୫: ସାରା ବ୍ରହ୍ମାଣ୍ଡ ରହସ୍ୟରେ ଭରି ରହିଛି। ଏହି ରହସ୍ୟକୁ ଜାଣିବା ପାଇଁ ବୈଜ୍ଞାନିକମାନେ ଜାରି ରଖିଛନ୍ତି ରିସର୍ଚ୍ଚ। ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସା ଏକ ନୂତନ ଗ୍ରହକୁ ଖୋଜି ବାହାର କରିଛି। ଏହି ଗ୍ରହ ଆକାରରେ ପୃଥିବୀ ସହ ସମାନ ଓ ଆମ  ସୌର ମଣ୍ଡଳର ଖୁବ୍ ନିକଟରେ ରହିଛି। ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ଗ୍ରହରେ ଜୀବନ ସମ୍ଭବ ହୋଇପାରିବ। ଏହି ଗ୍ରହକୁ ବୈଜ୍ଞାନିକମାନେ ଗ୍ଲିସେ ୧୨-ବି ନାଁ ଦେଇଛନ୍ତି। 

ନାସାର ଟ୍ରାଞ୍ଜିଟିଂଙ୍ଗ ଏକ୍ସୋପ୍ଲାନେଟ୍ ସର୍ଭେ ସାଟେଲାଇଟ୍ ଠାବ କରିଛି ଏକ ନୂତନ ଗ୍ରହ। ଏହି ଗ୍ରହର ନାଁ ରହିଛି ଗ୍ଲିସେ ୧୨-ବି। ବୈଜ୍ଞାନିକଙ୍କ ଭାଷାରେ ଏହାକୁ ଏକ୍ସଟ୍ରା ସୋଲାର ଗ୍ରହ କିମ୍ବା ଏକ୍ସଟ୍ରା ପ୍ଲାନେଟ୍ କୁହାଯାଏ। ଗ୍ଲିସେ୍‌ ୧୨-ବି ଏକ ଛୋଟ ଓ ଥଣ୍ଡା ଲାଲ୍ ତାରାର ପରିକ୍ରମା କରିଥାଏ। ଏହା ପୃଥିବୀଠାରୁ ୪୦ ପ୍ରକାଶ ବର୍ଷ ଦୂରରେ ରହିଛି।  ଗ୍ଲିସେ ୧୨- ବି ନିଜ ତାରାର ଖୁବ୍ ପାଖରେ ପରିକ୍ରମା କରେ। ଏହି ଗ୍ରହ ୧୨.୮ ଦିନରେ ନିଜ କକ୍ଷପଥରେ ପରିକ୍ରମା ଶେଷ କରିଥାଏ। ଲାଲ ତାରା ପୃଥିବୀର ସୂର୍ଯ୍ୟ ଆକାରର ପ୍ରାୟ ଏକ ଚତୁର୍ଥାଶଂ ରହିଛି, ଯାହାକି ଆମ ତାରା ତୁଳନାରେ ଖୁବ୍ ଥଣ୍ଡା।

ଦ ଆଷ୍ଟେ୍ରା ଫିଜିକାଲ ଜର୍ଣ୍ଣାଲ ଲେଟର୍ନ ଆଣ୍ଡ ମନ୍ଥଲି ନେଟିଜେନ୍ସ ଅଫ୍ ଦ ରୟାଲ ଆଷ୍ଟେ୍ରାନମିକାଲ ସୋସାଇଟି ଦୁଇଟି ଅଧ୍ୟୟନକୁ ପ୍ରକାଶ କରିଛି। ଏହି ଅଧ୍ୟୟନ ଅନୁସାରେ, ଏପର୍ପ୍ୟନ୍ତ ରହିବା ଯୋଗ୍ୟ ଯେତେ ଗ୍ରହ ଖୋଜା ଯାଇଛି, ତାହା ଭିତରୁ ଏହା ପୃଥିବୀର ଖୁବ୍ ପାଖରେ ରହିଛି। ଏହାର ଆକାର ଓ ବାୟୁମଣ୍ଡଳ ପୃଥିବୀ ଭଳି ରହିଛି। ବୈଜ୍ଞାନିକଙ୍କ ମତରେ ଏଠାରେ ଜୀବନ ସମ୍ଭବ। ତାପମାତ୍ରା ଯେତିକି ଅଛି ତା’ର ପୃଷ୍ଠରେ ତରଳ ଅବସ୍ଥାରେ ପାଣି ରହିପାରିବ।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଗ୍ଲିସେ ୧୨-ବି ’ର ତାରା ସୂର୍ଯ୍ୟଠାରୁ ଖୁବ୍ ଛୋଟ। ତେଣୁ ଏହି ଗ୍ରହ ହାବିଟେବଲ ଜୋନ୍ ଅର୍ଥାତ ରହିବା ଯୋଗ୍ୟ କ୍ଷେତ୍ରରେ ଆସିଥାଏ। ଏହି ଗ୍ରହର ନିଜର ତାରାଠାରୁ ଯେଉଁ ଆଦର୍ଶ ଦୂରତ୍ବ ରହିଛି, ତାହା ଅନୁସାରେ ଏହାର ପୃଷ୍ଠରେ ପାଣି ରହିପାରେ। । ଗ୍ଲିସେ ୧୨-ବି’ର ତାପମାତ୍ରା ପ୍ରାୟ ୧୦୭ ଡିଗ୍ରି ଫାରେନହାଇଟ୍ ବା ୪୨ ଡିଗ୍ରୀ ସେଲସିୟସ୍ ଥିବାର ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.