ବାରଙ୍ଗ,୧୭।୯ ପିତ୍ତଳ ଜିନିଷ ସଫା କରିବା ଆଳରେ ଡେମୋ ଦେଖାଇ ନେଇଗଲେ ସୁନା ଅଳଙ୍କାର। ଶୁଣିବାକୁ ଆଚାର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଚାଞ୍ଚଲ୍ୟ କଲା ପରି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶୀ ବିହାର ଏଲ୍.ସି କଲୋନୀରେ।
ଲୁଟେରା ମାନେ ନିଜକୁ ଏକ କମ୍ପାନୀର କର୍ମଚାରୀ ପରିଚୟ ଦେବା ସହ କଥା ଜାଲରେ ଫସାଇ ପ୍ରଥମେ ପିତ୍ତଳ ବାସନକୁସନ ଏବଂ ପରେ ରୂପା ଓ ସୁନା ଅଳଙ୍କାର ମାଗିଲେ। କିଛି ସମୟ ସଫା କରି କାଗଜରେ ଗୁଡ଼ାଇ ମହିଳାଙ୍କୁ ଦେଇଥିଲେ। କିନ୍ତୁ କାଗଜ ଖୋଳିବା ବେଳକୁ ସେଥିରେ ସୁନା ବଦଳରେ ପିତ୍ତଳ ଓ ରୂପା ଲକେଟ୍ ଥିଲା। ଘର ଭିତରୁ ଆସିବା ବେଳକୁ ଦୁଇ ଦୁର୍ବୃତ୍ତ ମାତ୍ର କୋଡ଼ିଏ ସେକେଣ୍ଡରେ କୁଆଡେ ଉଭାନ୍ ହୋଇଯାଇଥିଲେ। ଚାରିଆଡେ ଖୋଜିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଦିନ ଦ୍ୱିପ୍ରହର ଏବଂ ଜନଗହଳି ଅଞ୍ଚଳରେ ଏପରି ଅଭିନବ ଉପାୟରେ ଲୁଟ୍ ସ୍ଥାନୀୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଆହୁରି ପଢନ୍ତୁ : ଫ୍ରାଞ୍ଚାଇଜ୍ ନାଁରେ୨ କୋଟି ଠକେଇ: ଠକ ଗିରଫ, ଦାମୀ କାର୍ ଜବତ