ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ରେକର୍ଡ ଭାଙ୍ଗୁଛି ସୁନା ଦର: ଦିନକରେ ବଢ଼ିଲା ୧୪ ଶହ, ୬୮,୦୦୦ ଟଙ୍କା ପାର୍‌

ଭୁବନେଶ୍ୱର,୩୦/୦୩: ଚମକୁଛି ସୁନା । ଲଗାତର ଏହାର ଦର ନୂଆ ରେକର୍ଡ କରିଚାଲିଛି । ବର୍ତ୍ତମାନ ଏହା ୬୮,୦୦୦ ଟଙ୍କା ପାର୍‌ କରି ୭୦,୦୦୦ ଆଡ଼କୁ ମୁହାଁଇଲାଣି । ଶୁକ୍ରବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧,୪୨୦ ଟଙ୍କା ମହଙ୍ଗା ହୋଇଛି । ଫଳରେ ଏହା  ୬୮,୭୩୦ ଟଙ୍କାରେ ପହଞ୍ଚିଛି । ବୁଧବାର ଦର ୬୭,୩୧୦ ଟଙ୍କା ରହିଥିଲା । ଚଳିତ ମାସର ବର୍ତ୍ତମାନ ସୁଦ୍ଧା ଏହି ଧାତୁ ୫,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । 

ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୬୩,୦୦୦ ଟଙ୍କା ହୋଇଛି । ଏଥିରେ ୧୩୦୦ ଟଙ୍କାର ବୃଦ୍ଧି ଘଟିଛି । ରୁପା ଦରରେ ବି ବୃଦ୍ଧି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ଦର ୩୦୦ ଟଙ୍କା ମହଙ୍ଗା ହୋଇ ୮୦,୮୦୦ ଟଙ୍କାରେ ପହଞ୍ଚିଛି । 

ସୁନା ଦର ବଢ଼ିବାର ଅନେକ କାରଣ ରହିଛି । ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ବିବାହ ଋତୁ ଯୋଗୁ ଚାହିଦା ବୃଦ୍ଧି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ ଦର ବଢୁଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ ଦିନରେ ସୁନାରେ ବୃଦ୍ଧି ଧାରା ଜାରି ରହିବ । ଏହାସହିତ ଚଳିତବର୍ଷ ଶେଷ ସୁଦ୍ଧା ୧୦ ଗ୍ରାମ ପିଛା ଏହାର ଦର ୭୫ ହଜାର ଟଙ୍କା ପାର୍‌ କରିପାରେ । 

ସୁନା ଦର ବୃଦ୍ଧି କେବଳ ଚଳିତ ବର୍ଷ ହୋଇନି । ଗତ ୩ ବର୍ଷକୁ ବିଚାରକୁ ନେଲେ ୧୦ ଗ୍ରାମ ପିଛା ଦର ପ୍ରାୟ ୧୯ ହଜାର ଟଙ୍କା ବଢ଼ିଗଲାଣି । ତେବେ ଏବେ ସୁଦ୍ଧା ସୁନା କାରବାର ଉପରେ ଦର ବୃଦ୍ଧିର ପ୍ରଭାବ ନାହିଁ । ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ଲାଗି ଆଗୁଆ ବୁକିଂ ଏବଂ ଗଢ଼ା ମୂଲ୍ୟ ଉପରେ ବିଭିନ୍ନ ରିହାତି ପ୍ରଦାନ କରାଯାଉଛି ବୋଲି ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ୍‌ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି ।

ଚଳିତବର୍ଷ ଆମେରିକା ଫେଡରାଲ ରିଜର୍ଭ ଅନ୍ୟୁନ ୩ ଥର ସୁଧ ହାର କମାଇବା ସମ୍ଭାବନା ମଧ୍ୟରେ ବି ଏହି ଧାତୁ ମଜଭୁତ ହେଉଛି । ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ମୁଖ୍ୟ(କମୋଡିଟି ଏବଂ କରେନ୍ସି) ଅନୁଜ ଗୁପ୍ତା କୁହନ୍ତି, ଫେଡେରାଲ ରିଜର୍ଭର ବିବୃତି ଅନ୍ତର୍ଜାତୀୟ ସୁନା ବଜାର ପାଇଁ ସକାରାତ୍ମକ ରହିଛି । 

ସମ୍ପ୍ରତି ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଏବଂ କେନ୍ଦ୍ରୀୟ ବ୍ୟାଙ୍କ ବିଶେଷ କରି ଚୀନ୍‌ ଦ୍ୱାରା ଅତ୍ୟଧିକ ମାତ୍ରାରେ ସୁନା କ୍ରୟ ଦରକୁ ବଢାଉଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । 

ମୁଦ୍ରାସ୍ଫୀତିକୁ ନେଇ ଫେଡେରାଲ ରିଜର୍ଭର ଆଭିମୁଖ୍ୟ ଏବଂ ସୁଧ ହାର ହ୍ରାସ ନେଇ ଏହାର ବିବୃତି ସୁନା ଦରକୁ ବଢ଼ାଉଥିବା ଆନନ୍ଦ ରାଠି କମୋଡିଟିଜ୍‌ ଆଣ୍ଡ୍‌ କରେନ୍ସିଜ୍‌ର ବରିଷ୍ଠ ଟେକ୍ନିକାଲ ଏବଂ ଡେରିଭେଟିଭ୍‌ ଆନାଲିଷ୍ଟ ନେହା କ୍ୟୁରେସି ପ୍ରକାଶ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.