ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଧରାପଡ଼ିଲା ସୁନା ଶୌଚାଳୟ ଚୋର, ୪ ବର୍ଷ ପରେ କଲା ନିଜ ଦୋଷ ସ୍ୱୀକାର

ନୂଆଦିଲ୍ଲୀ ୦୪/୦୪: ବ୍ରିଟେନରେ ଦୀର୍ଘ ୪ ବର୍ଷ ପରେ ୫୦ କୋଟିର ସୁନା ଶୌଚାଳୟ ଚୋରି କରିଥିବା ଜଣେ ଚୋର ଧରାପଡି଼ଛି । ସେ ହେଲେ ଜେମ୍‌ସ ‘ଜିମି’ ଶିନ୍‌(୩୯) । ଶିନ୍‌ ନିଜ ଦୋଷ ସ୍ୱୀକାର କରିଥିବାବେଳେ ଅକ୍ସଫୋର୍ଡ କ୍ରାଉନ୍‌ କୋର୍ଟ ତାଙ୍କୁ ଡକାୟତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ବ୍ଲେନହେମ୍‌ ରାଜପ୍ରାସାଦରୁ ସୁନା ଶୌଚାଳୟଟି ଚୋରି ହୋଇଥିଲା, ଯାହାର ନାମ ‘ଆମେରିକା’ । ତାର ଦାମ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୫୦ କୋଟି ଟଙ୍କା । ଇଟାଲିର ଜଣେ ଡିଜାଇନର୍‌ ଏହାକୁ ନିର୍ମାଣ କରିଥିଲେ ।

୧୮ କ୍ୟାରେଟ୍‌ ସୁନାରେ ପ୍ରସ୍ତୁତ ଶୌଚାଳୟଟିକୁ ୨୦୧୯ ମସିହା, ସେପ୍ଟେମ୍ବର ମାସରେ ବ୍ଲେନହେମ୍‌ ରାଜପ୍ରାସାଦରେ ଆୟୋଜିତ ଏକ କଳା ପ୍ରଦର୍ଶନୀରେ ରଖାଯାଇଥିଲା । ତେବେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ଶୌଚାଳୟଟି ଚୋରି ହୋଇଯିବା ଯୋଗୁ ସେହି କୋଠରୀରେ ପାଣି ଭର୍ତ୍ତି ହୋଇଯାଇଥିଲା । ଏହାଯୋଗୁ ଅଷ୍ଟାଦଶ ଶତାଦ୍ଦୀର ରାଜପ୍ରାସାଦଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଅନେକ କଳାକୃତି ନଷ୍ଟ ହୋଇଥିଲା ।

ସେପଟେ ଶିନ୍‌ ଅନେକଗୁଡି଼ଏ ଚୋରି ଅଭିଯୋଗରେ ଦୀର୍ଘ ୧୭ ବର୍ଷର ଜେଲ୍‌ଦଣ୍ଡ କାଟୁଛନ୍ତି । ସେଥିମଧ୍ୟରେ ଜାତୀୟ ଘୋଡ଼ା ଦୌଡ଼ ସଂଗ୍ରହାଳୟରୁ ୪ ଲକ୍ଷ ପାଉଣ୍ଡର ଟ୍ରାକ୍ଟର ଓ ଟ୍ରଫି ଚୋରି ସାମିଲ । ଶିନ୍‌ଙ୍କ ସହିତ ଏହି କାଣ୍ଡରେ ଅନ୍ୟ ୩ ଜଣ ସାମିଲ ଥିବା କୁହାଯାଉଛି । ଯଦିଓ ସେମାନେ ଏଥିରେ ନିଜ ସଂପୃକ୍ତିକୁ ଖଣ୍ଡନ କରିଛନ୍ତି, ତେବେ ସେମାନଙ୍କ ବିରୋଧରେ ଆସନ୍ତା ବର୍ଷ ଫେବ୍ରୁଆରୀରୁ ମାମଲା ଚାଲିବ । ବ୍ରିଟେନର ଉଡ୍‌ଷ୍ଟକରେ ଥିବା ବ୍ଲେନହେମ୍‌ ରାଜପ୍ରାସାଦର ଐତିହାସିକ ଗୁରୁତ୍ୱ ରହିଛି । ତାକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍‌ ଚର୍ଚ୍ଚିଲଙ୍କର ଜନ୍ମସ୍ଥାନ ହେବାର ଗୌରବ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.