ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଗୁଲର ନୂଆ AI ମଡେଲ୍ ଲଞ୍ଚ୍, ମଣିଷଙ୍କ ଭଳି କରିବ କାମ, ChatGPTକୁ ଦେବ ଟକ୍କର

ନୂଆଦିଲ୍ଲୀ, ୦୭/୧୨ : ଗୁଗୁଲ ଲଞ୍ଚ୍ କଲା ନୂଆ AI ମଡେଲ୍। ମଣିଷଙ୍କ ଭଳି କରିବ କାମ। ଏହା ଆଗରେ ଫିକା ପଡ଼ିଯିବ ChatGPT। ଏହି ନୂଆ ମଡେଲ୍‌ର ନାମ ହେଉଛି Gemini AI। ଓପୋନ ଏଆଇର ChatGPT କୁ ଏହା ଟକ୍କର ଦେବ। ତେବେ Gemini ଖୁବ୍ ଶୀଘ୍ର ଟେକ୍ସଟ୍, ଇମେଜ, କୋଡ, ଏବଂ ଭିଡିଓ ପ୍ରୋସେସ୍ କରିପାରିବ ଏବଂ ଏହାର ସଠିକ୍ ରେଜଲ୍ଟ ବି ଦେବ। 

ସୂଚନାନୁଯାୟୀ, ଓପନ୍ ଏଆଇର ଚାଟ୍ ଜିପିଟିକୁ ଟକ୍କର ଦେବା ପାଇଁ ଗୁଗୁଲ ଚଳିତ ବର୍ଷ Bard ଲଞ୍ଚ୍ କରିଥିଲା। ହେଲେ ଏହି ଏଆଇ ଟୁଲ୍ ଲୋକମାନଙ୍କୁ ଆଶା ମୁତାବକ ଆକର୍ଷିତ କରିପାରି ନଥିଲା। ଏବେ ଗୁଗୁଲ ତାର ନୂଆ ପ୍ରଡକ୍ଟ ଲଞ୍ଚ୍ କରିଛି। କମ୍ପାନୀ ଏକ ପାୱାରଫୁଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ଜେମିନି ଏଆଇ ଲଞ୍ଚ୍ କରିଛି। ଏଥିରେ Bard ଚାଟ୍ ବୋଟ୍‌କୁ ମଧ୍ୟ ସାମିଲ କରାଯାଇଛି। ଯାହାକି ବାର୍ଡ ୟୁଜରଙ୍କୁ ଅପଗ୍ରେଡ୍ ରୂପରେ ପ୍ରାପ୍ତ ହେବ। ଗୁଗୁଲ ଏହି ମଡେଲ ସାହାଯ୍ୟରେ ଓପୋନ ଏଆଇର ଜିପିଟି-୪ ଏବଂ ମେଟାର Llama-2କୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି। ଖୁବ୍ ଶୀଘ୍ର ସାରା ଦୁନିଆରେ ବାର୍ଡ ଏବଂ ପିକ୍ସେଲ୍ ୟୁଜରଙ୍କ ପାଇଁ ଜେମିନି ଏଆଇ ଅପଡେଟ୍ ଉପଲବ୍ଧ ହେବ। 

ଜେମିନି ଏଆଇ ଖୁବ୍ ଆଡଭାନ୍ସ । ଏହା ମଲ୍ଟିଟାସ୍କ କରିପାରିବ। ଏହା ଭିନ୍ନ ଭିନ୍ନ ପ୍ରକାରର ସୂଚନା ତଥା ଟେକ୍ସଟ, ଇମେଜ, କୋଡ ଏବଂ ଭିଡିଓ ଏକ ସମୟରେ କାମ କରିପାରିବ। ୟୁଜରଙ୍କ ଆବଶ୍ୟକତା ଅନୁସାରେ ଏହାର ୩ଟି ଭାରିଆଣ୍ଟ ଉପଲବ୍ଧ ହେବ। ଅଲ୍ଟ୍ରା, ପ୍ରୋ ଏବଂ ନାନୋ ଏହାର ତିନୋଟି ଭାରିଆଣ୍ଟ। ଆଲ୍ଟ୍ରା ହାଇ କମ୍ପ୍ଲେକ୍ସ ଟାସ୍କ କରିବ। ପ୍ରଥମେ ଏହା ଇଂରାଜୀ ଭାଷାରେ ଉପଲବ୍ଧ ହେବ। ୧୭୦ରୁ ଉର୍ଦ୍ଧ୍ଵ ଦେଶରେ ବ୍ୟବହାର ହୋଇପାରିବ। ଆଗକୁ ଏଥିରେ ଅନ୍ୟ ଭାଷା ଯୋଡ଼ାଯିବ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.