ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଣିକି ଠକେଇ ରୋକିବ ଏଆଇ, ଘୋଷଣା କଲେ ଗୁଗଲ ସିଇଓ ସୁନ୍ଦର ପିଚାଇ

ନୂଆଦିଲ୍ଲୀ,୧୬/୦୫: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଠକେଇ ରୋକିବ । ଗଣିତ ଏବଂ ପଦାର୍ଥ ବିଜ୍ଞାନ ସମ୍ପର୍କିତ ଜଟିଳ ପ୍ରଶ୍ନର ଉତ୍ତର ମଧ୍ୟ ଦେବ । ଗୁଗଲର ବାର୍ଷିକ ଡେଭ୍‌ଲପର ସମ୍ମିଳନୀ ଗୁଗଲ ଆଇ/ଓ  ୨୦୨୪ ଅବସରରେ କମ୍ପାନିର ସିଇଓ ସୁନ୍ଦର ପିଚାଇ ଏହି ଘୋଷଣା କରିଛନ୍ତି । କମ୍ପାନି ଚଳିତ ବର୍ଷ ଏହି ଇଭେଣ୍ଟରେ କୌଣସି ଡିଭାଇସ ଲଞ୍ଚ କରିନି । କମ୍ପାନିର ପ୍ରମୁଖ ଫୋକସ ଏଥର ଏଆଇ ରହିଛି । 

କାର୍ଯ୍ୟକ୍ରମରେ ପିଚାଇ କହିଛନ୍ତି, ଜେମିନି ୧.୫ ପ୍ରୋକୁ ସାରା ବିଶ୍ୱରେ ଡେଭ୍‌ଲପର ଏବଂ ଗ୍ରାହକଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଯାଇଛି । ଏହା ସହ କମ୍ପାନି ଏଆଇ ପାୱାର୍ଡ ସର୍ଚ୍ଚ, ଅନ୍‌ ଡିଭାଇସ ଏଆଇ, ରିୟଲ ଟାଇମ୍‌ ସ୍କାମ୍‌ ପ୍ରୋଟେକ୍ସନ, ଏଆଇ ଭିଡିଓ ମଡ୍ୟୁଲ ଭିଇଓ ଏବଂ ଇମେଜନ୍‌ ୩ ସହ ଅନ୍ୟ ବୈଶିଷ୍ଟ ଶୁଭାରମ୍ଭ କରାଯାଇଛି । 

ଏହି ଇଭେଣ୍ଟରେ ୬ ପ୍ରମୁଖ ଫିଚରକୁ ଶୁଭାରମ୍ଭ କରାଯାଇଛି । ଏଆଇ ପାୱାର୍ଡ ସର୍ଚ୍ଚ ଦ୍ୱାରା ଗଣିତ ଏବଂ ପଦାର୍ଥ ବିଜ୍ଞାନ ଭଳି ବିଷୟଗୁଡିକର ପ୍ରଶ୍ନର ସମାଧାନ ପାଇବେ ୟୁଜର । ଆଣ୍ଡ୍ରଏଡର ସର୍କଲ ଟୁ ସର୍ଚ୍ଚ ଫିଚରକୁ ଗୁଗଲ୍‌ ପରିବର୍ଦ୍ଧିତ କରିଛି । ଏହା ଦ୍ୱାରା ଆଣ୍ଡ୍ରଏଡ ଫୋନ ସ୍କ୍ରିନରେ ଯେକୌଣସି ପ୍ରସଙ୍ଗକୁ ସର୍କଲ କରି ଏହାକୁ ସର୍ଚ୍ଚ କରି ହେଉଥିଲା । ଏହି ଫିଚର ଏଣିକି ଗଣିତ, ପଦାର୍ଥ ବିଜ୍ଞାନ ପ୍ରଶ୍ନ ସମାଧାନ କରିବା ତରିକା ସମ୍ପର୍କରେ ମଧ୍ୟ ପରାମର୍ଶ ଦେବ । ଠକେଇରୁ ବର୍ତ୍ତିବା ଲାଗି ରିୟଲ୍‌ ଟାଇମ୍‌ କଲ୍‌ ସ୍କାମ ପ୍ରୋଟେକ୍ସନ ଫିଚର  ସମ୍ପର୍କରେ କମ୍ପାନି ଘୋଷଣା କରିଛି । ଏଭଳି ଏକ ଫିଚର କମ୍ପାନି ଏବେ ପରୀକ୍ଷଣ କରୁଛି ଯାହା ସମ୍ଭାବ୍ୟ ଠକେଇ ସମ୍ପର୍କରେ ଆଗୁଆ ସୂଚନା ଦେବ । ସମ୍ଭାବ୍ୟ ଠକେଇ କଲ୍‌ ଗୁଡିକ ଏହା ରିୟଲ ଟାଇମ ଭିତ୍ତିରେ ଚିହ୍ନଟ କରିବା ସହ ଏ ସମ୍ପର୍କରେ ସତର୍କ କରାଇବ ।

ଜେନେରେଟିଭ ଏଆଇ ଭିଡିଓ ମଡ୍ୟୁଲ ଭିଇଓ ଦ୍ୱାରା ୟୁଜର ଟେକ୍ସଟ ଦ୍ୱାରା ଭିଡିଓ ପ୍ରସ୍ତୁତ କରିପାରିବେ । ଏହି ଆଣ୍ଡ୍ରଏଡ ଟେକ୍ସଟ୍‌ ଟୁ ଭିଡିଓ ଜେନେରେସନ ମଡ୍ୟୁଲ ଦ୍ୱାରା ଏଚ୍‌ଡି କ୍ୱାଲିଟିର ସିନେମାଟିକ ଭିଡିଓ ବନାଇ ହେବ । ଏହି ଫିଚରକୁ କାର୍ଯ୍ୟକାରୀ କରିବା ଲାଗି କମ୍ପାନି ଫିଲ୍ମମେକର ଏବଂ କ୍ରିଏଟରଙ୍କୁ ଆମନ୍ତ୍ରଣ କରିଛି । ଏହା ପୂର୍ବରୁ ଓପନ ଏଆଇ ସୋରା ନାମରେ ଏକ ମଡେଲ ଲଞ୍ଚ କରିଥିଲା ଯାହା ୬୦ ସେକେଣ୍ଡ ଭିତ୍ତିକ ଭିଡିଓ ପ୍ରସ୍ତୁତ କରିପାରୁଥିଲା ।

ତେବେ ଗୁଗଲର ନୂଆ ଫିଚର ୬୦ ସେକେଣ୍ଡରୁ ଉଦ୍ଧ୍ୱର୍ ଲମ୍ବା ଭିଡିଓ ଏବଂ ଏରିଆଲ ସଟ୍‌ ଏବଂ ଟାଇମଲାପ୍ସ ଭଳି ଦିଗଗୁଡିକୁ ଭଲ ଭାବେ ବୁଝିଥାଏ ବୋଲି କମ୍ପାନି କହିଛି ।  ଗୁଗଲ ନୂଆ ଫିଚର ଆସ୍କ ଫୁଟେଜକୁ ଶୀଘ୍ର ଆରମ୍ଭ କରିବ । ପରେ ଏଥିରେ ଅତିରିକ୍ତ ଫିଚର ଯୋଡାଯିବ । ଏହି ଫିଚର ଦ୍ୱାରା ଏଆଇ ସହାୟତାରେ ଫଟୋ ସର୍ଚ୍ଚ ହୋଇପାରିବ । 

କମ୍ପାନି ଇମେଜେନ ୩କୁ ମଧ୍ୟ ଲଞ୍ଚ କରିଛି । ଯାହା ଟେକ୍ସଟ୍‌କୁ ଫଟୋରେ ରୁପାନ୍ତର କରିବାରେ ସହାୟକ ହେବ । ଏହି ଟୁଲର ଅପ୍‌ଡେଟ ଭର୍ସନ ଆଣିଛି କମ୍ପାନି । ସେହିଭଳି ପ୍ରୋଜେକ୍ଟ ଅସ୍ତ୍ର ସମ୍ପର୍କରେ ଘୋଷଣା କରିଛି ଗୁଗଲ । ଏହାକୁ ଫ୍ୟୁଚର ଅଫ୍‌ ଏଆଇ ଆସିଷ୍ଟାଣ୍ଟ ବୋଲି କୁହାଯାଉଛି । ଏହା ଏକ ସାର୍ବଜନିନ ଏଆଇ ଏଜେଣ୍ଟ ହୋଇଥିବା ବେଳେ ଦୈନଦିନ ଜୀବନରେ ସହଯୋଗ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.