ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୫ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଗୁଗୁଲ ମ୍ୟାପ୍ ଦେଖାଇଲା ଭୁଲ ରାସ୍ତା: ନଦୀକୁ ଖସିଲା ପର୍ଯ୍ୟଟକଙ୍କ କାର୍‌, କେରଳ ପୋଲିସ ଜାରି କଲା ଚେତାବନୀ

କୋଟାୟମ୍,୨୫।୫: ଗୁଗୁଲ ମ୍ୟାପ୍ ଦୁନିଆର ସବୁଠାରୁ ପପୁଲାର ମ୍ୟାପ୍ ସର୍ଭିସ। ଏହାର ବ୍ୟବହାର ଅଜଣା ସ୍ଥାନରେ ଠିକ୍ ରାସ୍ତା ଦେଖିବା ପାଇଁ କରାଯାଏ। ହେଲେ ହାଇଦ୍ରାବାଦର କିଛି ପର୍ଯ୍ୟଟକଙ୍କୁ ଗୁଗୁଲ ମ୍ୟାପ୍ ଦେଖିକି ଯିବା ମହଙ୍ଗା ପଡିଲା । ମ୍ୟାପ୍‌ରେ ଦିଆଯାଇଥିବା ରାସ୍ତା ଦେଖି ଗଲା ବେଳେ ନଦୀକୁ ଖସି ପଡିଲା କାର୍। ଏଭଳି ଏକ ମାମଲା କେରଳରୁ ଆସିଛି।  

ଭୁଲ ରାସ୍ତା ଦେଖାଇଲା ଗୁଗୁଲ ମ୍ୟାପ୍‌ । ନଦୀକୁ ଖସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା କାର। ଏଭଳି ଏକ ଘଟଣା କେରଳର କୋଟାୟମ ଜିଲ୍ଲାରେ ଦେଖିବାକୁ ମିଳିଛି। ହାଇଦ୍ରାବାଦରୁ ୪ଜଣ ପର୍ଯ୍ୟଟକ ସାଉଥ୍ କେରଳର କୁରୁପନ୍ତରା ଅଭିମୁଖେ ଯାତ୍ରା କରୁଥିଲେ। ସେମାନଙ୍କ ଭିତରେ ଥିଲେ ଜଣେ ମହିଳା। ଅଜଣା ବାଟ ହୋଇଥିବାରୁ ସେମାନେ ଗୁଗୁଲ ମ୍ୟାପ୍‌ର ସହାୟତା ନେଇଥିଲେ। ହେଲେ ମ୍ୟାପ୍ ଦେଖାଇଥିଲା ଭୁଲ ବାଟ, ଆଉ ନଦୀରେ ଖସି ପଡିଥିଲା ଏସ୍‌ୟୁଭି।  

ଏହି ମାମଲା ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି। ପ୍ରବଳ ବର୍ଷା କାରଣରୁ  ରାସ୍ତା ବୁଡି ଯାଇଥିଲା। ସେ ଅଞ୍ଚଳ ବିଷୟରେ ପର୍ଯ୍ୟଟକଙ୍କୁ ମଧ୍ୟ କିଛି ଜଣା ନଥିଲା। ସେମାନେ ଗୁଗୁଲ ମ୍ୟାପ୍‌ର ସାହାଯ୍ୟ ନେଇଥିଲେ। ହେଲେ ଯେତେବେଳେ ସେମାନେ ସେହି ସବୁ ବାଟ ଦେଇ ଯାଇଥିଲେ, ହଠାତ ଏକ ନଦୀରେ ଯାଇ ପଡିଥିଲା କାର। ସ୍ଥାନୀୟ ଲୋକ ଓ ପୋଲିସ ପର୍ଯ୍ୟଟକଙ୍କୁ ଉଦ୍ଧାର କରିନେଇଛନ୍ତି। ପୋଲିସ କାରକୁ ବାହାର କରିବାକୁ ଚେଷ୍ଟା କରୁଛି। 

କେରଳରେ ଏଭଳି ଦୁର୍ଘଟଣା ପ୍ରଥମ ଥର ନୁହେଁ। ପୂର୍ବରୁ ବହୁ ଲୋକ ଗୁଗୁଲ ମ୍ୟାପ୍ ବ୍ୟବହାର କରି ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତ ବର୍ଷ ୭ ଅକ୍ଟୋବରରେ ଦୁଇଜଣ ଡାକ୍ତରଙ୍କ ମୃତ୍ୟୁ ଏଭଳି ହୋଇଥିଲା। ଦୁହେଁ ଗୁଗୁଲ ମ୍ୟାପ୍‌ରେ ଦିଆଯାଇଥିବା ରାସ୍ତାରେ ଯାଉଥିଲେ। ହଠାତ ତାଙ୍କ କାର ନଦୀକୁ ଖସି ପଡିଥିଲା। ଏହି ମାମଲାକୁ ଦେଖି କେରଳ ପୋଲିସ ଚେତାବନୀ ଜାରି କରିଛି। ବର୍ଷା ଦିନରେ ଅଜଣା ରାସ୍ତାରେ ଗୁଗୁଲ ମ୍ୟାପ୍ ବ୍ୟବହାର କରିବା ସମୟରେ ସାବଧାନ ରହିବାକୁ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.