ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଦ ହେଲା ଗୁଗୁଲର ଏହି ସର୍ଭିସ, ୫୦ କୋଟିରୁ ଅଧିକ ୟୁଜରଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨।୪:  ଗୁଗୁଲ ନିଜର ବହୁ ସର୍ଭିସକୁ ବନ୍ଦ କରିସାରିଛି। ଏଥିରେ ଗୁଗୁଲ ପ୍ଲସ୍, ନେକ୍ସସ୍ ଓ ବହୁ ଅନ୍ୟ ନାଁ ରହିଛି। ଏହି ଲିଷ୍ଟରେ ଏବେ ନୂଆ ନାଁ ଯୋଡି ହୋଇଯାଇଛି। କମ୍ପାନୀ ନିଜର ଅଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ  Google Podcast କୁ ରିମୁଭ କରି ନେଇଛି। କମ୍ପାନୀର ଏହି ଆପ୍‌କୁ ପ୍ଲେ ଷ୍ଟୋରରୁ ୫୦ କୋଟି ୟୁଜର୍ସ ଡାଉନଲୋଡ୍ କରିଛନ୍ତି।  ଏହି ଆପ୍‌ ୨ ଏପ୍ରିଲରୁ ଆମେରିକାରେ ଆଉ ଉପଲବ୍ଧ ନାହିଁ। କମ୍ପାନୀର ଏହି ପଦକ୍ଷେପ ଜରିଆରେ ଏକ ବଡ ନିଷ୍ପତ୍ତି ନେଇଛି। ବ୍ରାଣ୍ଡ ଏହି ପ୍ଲଟଫର୍ମକୁ ବନ୍ଦ କରି YouTube Music କୁ ପ୍ରମୋଟ କରିବାକୁ ଚାହୁଁଛି। 

କମ୍ପାନୀ ଏ ବିଷୟରେ ଗତ ବର୍ଷ ଏକ ବ୍ଲଗପୋଷ୍ଟ ଜରିଆରେ ସୂଚନା ଦେଇଥିଲା। ଆମେରିକା ପରେ କମ୍ପାନୀ ଏହାକୁ ଦ୍ବିତୀୟ ସିଜିନ୍‌ରେ ବନ୍ଦ କରିବ। ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଗୁଗୁଲ ପଡକାଷ୍ଟ ସବୁ ରିଜନରେ ବନ୍ଦ ହୋଇଯିବ। ଗୁଗୁଲ ଏ ବିଷୟରେ ୟୁଜର୍ସଙ୍କୁ ନୋଟିଫିକେସନ୍ ଜରିଆରେ ଗତ କିଛି ଦିନ ହେବ ସୂଚନା ଦେଉଛି। ଏବେ କମ୍ପାନୀ ଏହି ଆପ୍‌ର ହୋମପେଜ୍‌ରେ ଏକ ଓ୍ବାର୍ଣ୍ଣିଂ ଦେଖାଇବା ଆରମ୍ଭ କରିଦେଇଛି। ଗୁଗୁଲ ୟୁଜରଙ୍କୁ ନିଜର ଡାଟା YouTube Music  କିମ୍ବା ନିଜର ପସନ୍ଦ ଯୋଗ୍ୟ ଅନ୍ୟ କୌଣସି ପଡକାଷ୍ଟ ସର୍ଭିସ ଦ୍ବାରା ମର୍ଜ କରିବାକୁ କୁହାଯାଇଛି। ଧ୍ୟାନ ରଖନ୍ତୁ ଯେ, ଏହି ଆପ୍‌ ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ୍‌ ଷ୍ଟୋରରେ ଡାଉନଲୋଡ୍ ପାଇଁ ଉପଲବ୍ଧ ରହିବ। ତେବେ ୟୁଜର୍ସ ଏହାର ବ୍ୟବହାର କରିପାରିବେନି।

କମ୍ପନୀ ୟୁଜର୍ସଙ୍କୁ ନିଜର ଡାଟା ଜୁଲାଇ ୨୦୨୪ ପର୍ଯ୍ୟନ୍ତ ମାଇଗ୍ରେଟ୍ କରିବାର ଅପ୍ସନ ଦେଉଛି। ୟୁଜର୍ସ କୌଣସି ଅନ୍ୟ ପ୍ଲାଟଫର୍ମରେ ନିଜର ଡାଟା ମାଇଗ୍ରେଟ୍ କରିପାରିବେ। ଏ ବିଷୟରେ ସୂଚନା ଦେଇ ଗୁଗୁଲ କହିଥିଲା, ୨୦୨୪ ରେ ଆଗକୁ ବଢି ଆମେ  YouTube Music  ରେ ପଡକାଷ୍ଟରେ ନିବେଶ ବଢାଇବୁ। ଏହାଦ୍ବାରା ୟୁଜର୍ସ ପଡକାଷ୍ଟ କରୁଥିବା ଦୁହିଁଙ୍କୁ ଏକ୍ସପିରିୟନ୍ସ ମିଳିବ।’ 

ୟୁଜର ଖୁବ୍ ସହଜରେ ନିଜର ସବସ୍କ୍ରିପସନ୍ YouTube Music  ରେ ଟ୍ରାନ୍ସଫର କରିପାରିବେ। ଏଥିପାଇଁ ତାଙ୍କୁ ସବୁଠାରୁ ପ୍ରଥମେ ଗୁଗୁଲ ପଡକାଷ୍ଟ ଆପ୍ ଓପନ କରିବାକୁ ହେବ। ଏହାପରେ ହୋମ୍ ଟ୍ୟାପ୍‌ରେ ଯିବାକୁ ହେବ। ଏଠାରେ ଆପଣଙ୍କୁ ଗୁଗୁଲ ପଡକାଷ୍ଟ ଆପ୍‌ ବନ୍ଦ ହେବାର ନୋଟିଫିକେସନ୍ ମିଳିବ। ଯେଉଁଠି ଆପଣଙ୍କୁ ଏକ୍ସପୋର୍ଟ ସବସ୍କ୍ରିପସନ୍‌ର ବିକଳ୍ପ ଦେଖାଯିବ। ଏହାପରେ ଆପଣଙ୍କୁ ଏକ୍ସପୋର୍ଟ ଟୁ YouTube Music  ରେ କ୍ଲିକ୍ କରିବାକୁ ହେବ। ଏବେ ଆପଣ ୟୁଟ୍ୟୁବ୍ ମ୍ୟୁଜିକ୍ ବିକଳ୍ପରେ ପହଁଞ୍ଚିଯିବେ। ଆପଣଙ୍କୁ ଅଲଗା ଜିମେଲ ଆକାଉଣ୍ଟ ସିଲେକ୍ଟ କରିବାକୁ ହେବ, ଏହାପରେ ଆପଣଙ୍କ ସବସ୍କ୍ରିପସନ୍  ଯୋଡି ହୋଇଯିବ। ଧ୍ୟାନ ରଖନ୍ତୁ ଏହି ପକ୍ରିୟାରେ ଅଳ୍ପ ସମୟ ଲାଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.