ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଗୁଲ ବଦଳାଇବ ଜିମେଲ୍ ପଲିସି, ଏପ୍ରିଲ ସୁଦ୍ଧା ହ୍ରାସ ପାଇବ ସ୍ପାମ୍ ମେସେଜ୍

ନୂଆଦିଲ୍ଲୀ,୧୨।୨: ଗୁଗୁଲର ଇମେଲ ସର୍ଭିସ ଅର୍ଥାତ ଜିମେଲ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ସବୁବେଳେ ପ୍ରାୟତଃ ଜିମେଲ୍ ୟୁଜରମାନେ ସ୍ପାମ୍ ମେଲ୍‌ ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଜିମେଲ୍‌ର ଇନବକ୍ସ  ହଜାର ହଜାର ସ୍ପାମ୍ ମେଲରେ ଭରିଯାଏ, ଯାହା ଉପଭୋକ୍ତାମାନଙ୍କ ପାଇଁ କୌଣସି ଦରକାରୀ ନୁହେଁ, ତା ଛଡା ଏହା ଏତେ ସହଜରେ ମଧ୍ୟ ଡିଲିଟ୍ ହୋଇନଥାଏ। ଏହି ପରିସ୍ଥିତିରେ, ଜିମେଲ ନିଜର ସ୍ପାମ୍ ପଲିସିକୁ ଅପଡେଟ୍ କରିଛି। ଜିମେଲର ଏହି ନୂତନ ନୀତି ହେତୁ, ଉପଭୋକ୍ତାମାନଙ୍କୁ ଆସୁଥିବା ସ୍ପାମ୍ ମେସେଜ୍ ଗୁଡିକ ହ୍ରାସ ଘଟିବ।  ଗୁଗୁଲ ଧୀରେ ଧୀରେ ଏପ୍ରିଲ୍ ୨୦୨୪ ରୁ ଏହି ନୀତି କାର୍ଯ୍ୟକାରୀ କରିବାକୁ ଯାଉଛି, ଯେଉଁ କାରଣରୁ ସେବା କିମ୍ବା ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ସିଧାସଳଖ ଇମେଲ୍ ପଠାଉଥିବା ସେହି ମାର୍କେଟିଂ ଏଜେନ୍ସି ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ।

ଏହି ଘୋଷଣା ଗୁଗୁଲ ନିଜର ଇମେଲ ସେଣ୍ଡର ଗାଇଡଲାଇନ୍  FAQରେ କରିଥିଲା। ଜିମେଲ ବର୍ତ୍ତମାନ ସହି ସେଣ୍ଡରଙ୍କ ଇମେଲକୁ ପ୍ରମାଣିତ କରିବ, ଯାହାକି ପ୍ରତିଦିନ ୫୦୦୦ରୁ ଅଧିକ ଇମେଲ ପଠାଇଥାନ୍ତି। କମ୍ପାନୀ ୟୁଜର୍ସଙ୍କ ପାଇଁ ନ୍ୟୁଜଲେଟର୍ସ, ପ୍ରମୋଶନ୍‌ ଆଦିରେ ମେମ୍ବରସିପ୍‌ ଶେଷ କରିବା ସହ କରିବାକୁ ଚାହେଁ, ଯେଉଁ କାରଣରୁ ଇନବକ୍ସରେ ଇମେଲ୍‌ ବଢିବାରେ ଲାଗିଥାଏ।

ନୂଆ ନିୟମ ଅନୁସାରେ, ବଲକ୍ ସେଣ୍ଡର୍ସଙ୍କ ଇମେଲକୁ ଜିମେଲ ସେଣ୍ଡର୍ସ ଗାଇଡଲାଇନ୍ ଅନୁସାରେ ପ୍ରମାଣିତ କରାଯିବ। ଯଦି କୌଣସି ସେଣ୍ଡର ବହୁ ସଂଖ୍ୟାରେ ଅଦରକାରୀ ଇମେଲ ମିଳେ, ତେବେ ଏହି ଇମେଲର ଏକ ଅଂଶ ଜିମେଲ ଦ୍ବାରା ରିଜେକ୍ଟ କରି ଦିଆଯିବ। ଗୁଗୁଲ ସ୍ପାମ୍‌କୁ ଫିଲ୍ଟର କରିବା ପାଇଁ ପ୍ରତିଶତକୁ ସ୍ପେସିଫାଇ କରିନି, କିନ୍ତୁ କମ୍ପାନୀ ବଲକ୍ ସେଣ୍ଡର୍ସଙ୍କୁ ସ୍ପଷ୍ଟ ରୂପରେ ଚେତାବନୀ ଦେଇଛି, ସେମାନେ ନିଜର ସ୍ପାମ୍ ରେଟ୍‌ ଉପରେ ନଜର ରଖନ୍ତୁ।

ଯେତେବେଳେ ୟୁଜର କୌଣସି ଖାସ୍ ସେଣ୍ଡଙ୍କୁ ଇମେଲକୁ ଅଣଦେଖା କରିବେ, ତେବେ ଜିମେଲକୁ ଏହା ବିଷୟରେ ଜଣାପଡି ଯିବ। ଏହି ଡାଟାର ବ୍ୟବହାର କରି କମ୍ପାନୀ ଏହି ଜିନିଷ ଉପରେ ନଜର ରଖିବ କେଉଁ ବଲକ୍ ସେଣ୍ଡର୍ସ ଅଦରକାରୀ ଇମେଲ ପଠାନ୍ତି। ଏପର୍ଯ୍ୟନ୍ତ ଜିମେଲ କେବଳ ୟୁଜର୍ସଙ୍କୁ କେବଳ ସେଣ୍ଡର୍ସଙ୍କୁ ଅନସବସ୍କ୍ରାଇବ୍ କରିବାର ପରାମର୍ଶ ଦେଉଥିଲା, କିନ୍ତୁ ଏବେ ଜିମେଲ ନୂଆ ପଲିସି ଏଭଳି ଅଦରକାରୀ ଇମେଲକୁ ନିଜ ଇନବକ୍ସରେ ଆସିବାକୁ ଦେବନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.