ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗ୍ରୀନ୍‌ ସିଟି ହେବ ରାଜଧାନୀ, ଫାଙ୍କା ସ୍ଥାନରେ ଗଛ ଲଗାଇବ ବିଏମ୍‌ସି

ଭୁବନେଶ୍ୱର,୧୧/୦୬: ରାଜଧାନୀ ଭୁବନେଶ୍ୱର ଗ୍ରୀନ୍‌ ସିଟି ହେବ । ସବୁ ଖୋଲା ସ୍ଥାନ, ରାସ୍ତା କଡ଼ରେ ବିଏମ୍‌ସି ଏବଂ  ଓଡିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି)  ମିଳିତ ଭାବେ ଗଛ ଲଗାଇବେ । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ  ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି ।  

ରାଜଧାନୀ ଭୁବନେଶ୍ୱରର ୬୭ ନମ୍ବର  ୱାର୍ଡରେ ଥିବା ସରକାରୀ ଖାଲି ସ୍ଥାନ,  ଦପ୍ତର, ରେସିଡେନ୍‌ସିଆଲ୍‌ ୱେଲ୍‌ଫେୟାର  ଆସୋସିଏସନ୍‌ (ଆରଡବ୍ଲ୍ୟୁଏ) ସହ  ଜଳାଶୟ କଡ଼ରେ ବୃକ୍ଷରୋପଣ କରାଯିବ ।  ଏହାଛଡ଼ା ରାସ୍ତାକଡ଼ରେ ମଧ୍ୟ ଗଛ ଲଗାଯିବ ।  ମୌସୁମୀ ବର୍ଷା ଆରମ୍ଭ ହେଲେ ଏହି  ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ ହେବ । ଏନେଇ ଓଏଫଡିସି ସହ ବିଏମସି ଅଧକାରୀ  ଆଲୋଚନା କରିଛନ୍ତି । ବିଏମ୍‌ସିର ଆବଶ୍ୟକ  ମୁତାବକ ଓଏଫ୍‌ଡିସି ଗଛ ଯୋଗାଇଦେବ । ବିଏମ୍‌ସି ଅଧିକରୁ ଅଧିକ ଗଛ ଲଗାଇବାକୁ  ଚେଷ୍ଟା କରିବ । ବିଶେଷ କରି ଶୀଘ୍ର ବଢୁଥିବା  ଗଛକୁ ପ୍ରାଥମିକତା ଦିଆଯିବା ସହ ଯେଉଁ  ଗଛରୁ ଅଧିକ ଛାଇ ମିଳିବ ସେହି ଗଛ  ଲଗାଇବାକୁ ବିଏମ୍‌ସି ଯୋଜନା ରଖିଥିବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  

ବଡ଼କଥା ହେଲା ବୃକ୍ଷ କେଉଁଠି  ଲଗାଯିବ, ସେହି ସ୍ଥାନ ସରକାରୀ କି  ଘରୋଇ, ତାର ବର୍ତ୍ତମାନର ସ୍ଥିତି କ'ଣ  ଅଛି ସେସବୁର ସର୍ଭେ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ବିଶେଷ କରି ଆରଡବ୍ଲ୍ୟୁଏ  ଆସୋସିଏସନଗୁଡ଼ିକ ସହ ଆଲୋଚନା  କରି ତାଙ୍କ ଆପାର୍ଟମେଣ୍ଟ ତଥା କଲୋନି  ପରିସରରେ କିପରି ଅଧିକରୁ ଅଧିକ  ଗଛ ଲଗାଯିବ ଓ ତାର ରକ୍ଷଣାବେକ୍ଷଣ  କରାଯିବ ସେନେଇ ଆଲୋଚନା  କରିବାକୁ କୁହାଯାଇଛି । ଏହାସହ  ଭୁବନେଶ୍ୱରର ଜଳାଶୟଗୁଡ଼ିକର ସ୍ଥିତି  ଓ ଏହାସହ ଜଳାଶୟ ପାଖରେ କେଉଁଠି  ଗଛ ଲଗାଯାଇପାରିବ ସେନେଇ ତଥ୍ୟ  ରଖିବାକୁ କୁହାଯାଇଛି । ସପ୍ତାହକ  ମଧ୍ୟରେ ଏହି ତଥ୍ୟ ପ୍ରସ୍ତୁତ କରିବା ସହ  ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ସେହିପରି ଗତ ୩ ମାସ ହେବ ବିଏମସିର  କର୍ପୋରେସନ୍‌ ବୈଠକ ହୋଇନାହିଁ ।  ତେଣୁ ଏହି ବୃକ୍ଷରୋପଣ ସହ ଏହାର  ରକ୍ଷଣାବେକ୍ଷଣ କିପରି ହେବ ସେନେଇ  କର୍ପୋରସନ ବୈଠକରେ ଆଲୋଚନା  ହେବ ବୋଲି ସୂଚନା ମିଳିଛି ।  

ରାଜଧାନୀ ଭୁବନେଶ୍ୱର ଏବେ କଙ୍କ୍ରିଟ୍‌  ଜଙ୍ଗଲରେ ପରିଣତ ହୋଇଛି । ଫଳରେ  ଗରମ-ଗୁଳୁଗୁଳି ରାଜଧାନୀବାସୀଙ୍କୁ  କଲବଲ କରୁଛି । ତାପମାତ୍ରା ୪୦ ଡିଗ୍ରୀରୁ  କମ ରହୁଥିଲେ ମଧ୍ୟ ଅନୁଭୂତ ହେଉଥିବା  ଗୁଳୁଗୁଳି ଓ ଆର୍ଦ୍ରତା ୫୦ ଡିଗ୍ରୀଠାରୁ ଅଧିକ  ତାତି ଆଣୁଛି । ପୂର୍ବାପେକ୍ଷା ଭୁବନେଶ୍ୱରରେ  ଲୋକସଂଖ୍ୟା ବଢ଼ିବା ସହ କୋଠାବାଡ଼ି  ବଢ଼ିଛି । ଯାହା ଟିକେ ମାଟି ଥିଲା ବିଏମ୍‌ସି  ତାକୁ ପେଭର ବ୍ଲକ୍‌ ପକାଇ ବନ୍ଦ କରିଛି ।  ଜନସଂଖ୍ୟା ଅନୁପାତରେ ରାଜଧାନୀରେ ଗଛ  ନାହିଁ । ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଏବେ  ସହରରେ ସାମୂହିକ ବୃକ୍ଷରୋପଣ କରିବାକୁ  ଲକ୍ଷ୍ୟ ରଖିଛି । ବିଏମସିର ସମସ୍ତ ଉପାୟୁକ୍ତ  ଓ ଜୋନାଲ ଡେପୁଟି କମିଶନରଙ୍କୁ ଡକାଯାଇ  ଏନେଇ ଆଲୋଚନା କରାଯାଇଛ  । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.