ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ’ରେ ୧.୭୩ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ, ଓଡ଼ିଶାରେ ୫୦୨୭ କୋଟି ଆଦାୟ

ନୂଆଦିଲ୍ଲୀ,୦୨/୦୬: ଚଳିତ ବର୍ଷ ମେ ମାସରେ ସରକାର ୧.୭୩ ଲକ୍ଷ କୋଟି ଟଙ୍କାର  ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ କରିଛନ୍ତି । ଏହା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ  ସର୍ବାଧିକ ତଥା ୪ର୍ଥ ରେକର୍ଡ ମାସିକିଆ ସଂଗ୍ରହ । ସେହିଭଳି ଓଡ଼ିଶାରେ ମେ’ରେ ୫୦୨୭ କୋଟିର  ଜିଏସ୍‌ଟି ଆଦାୟ ହୋଇଛି । ଯାହା ଗତ ବର୍ଷ ସମାନ  ଅବଧିରେ ୪୩୯୮ କୋଟି ଟଙ୍କା ଥିଲା । ଏହାକୁ  ଦେଖିଲେ ଓଡ଼ିଶାରେ ପରୋକ୍ଷ ଟିକସ ସଂଗ୍ରହ  ଅଭିବୃଦ୍ଧି ୧୪% ରହିଛି । ଏପ୍ରିଲ ୨୦୨୪ରେ କେନ୍ଦ୍ର  ସରକାର ୨.୧୦ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ କରିଥିଲେ । ବାର୍ଷିକ ଭିତ୍ତିରେ ଜିଏସ୍‌ଟି ଆଦାୟ ୧୦%  ବୃଦ୍ଧି ହୋଇଛି । ରିଫଣ୍ଡ୍‌ ପରେ ମେ ମାସରେ ୧.୪୪  ଲକ୍ଷ କୋଟି ଟଙ୍କାର ପରୋକ୍ଷ ଟିକସ ରାଜକୋଷକୁ  ଆସିଛି । ଗତ ବର୍ଷ ସମାନ ଅବଧି ତୁଳନାରେ ଏହା  ୬.୯% ଅଧିକ । 

ଅର୍ଥମନ୍ତ୍ରଣାଳୟ ରିପୋର୍ଟ ମୁତାବକ,  ମେ ମାସରେ ଆଦାୟ ହୋଇଥିବା ମୋଟ ଜିଏସ୍‌ଟି  ମଧ୍ୟରେ ୩୨,୪୦୯ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି  (ସିଜିଏସ୍‌ଟି) ଏବଂ ୪୦,୨୪୫ କୋଟି ଟଙ୍କାର ରାଜ୍ୟ  ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ସଂଗ୍ରହ କରାଯାଇଛି ।  ସେହିଭଳି ୮୭,୭୮୧ କୋଟିର ସମନ୍ୱିତ ଜିଏସ୍‌ଟି  ଏବଂ ୧୨,୨୮୪ କୋଟିର ସେସ୍‌ ମଧ୍ୟ ଏଥିରେ ସାମିଲ  ରହିଛି । ଅର୍ଥନୀତି ଏବେ ଉନ୍ନତ ସ୍ଥିତିରେ ଥିବା  ଟିକସ ସଂଗ୍ରହରେ ଉନ୍ନତି ଆସିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.