କଣ୍ଟାବାଞ୍ଜି, ୨୧/୦୩ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅରିହନ୍ତ ଇଲେକ୍ଟ୍ରୋନିକ୍ସ ଦୋକାନରେ ଜିଏସଟି ଚଢ଼ାଉ। ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ାଉ କରୁଛି ଜିଏସଟି ବିଭାଗ। ସିଟି ଆଣ୍ଡ ଜିଏସଟି ବିଭାଗ ଚିଫ୍ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଛି।
ବଲାଙ୍ଗୀର ଏସପିଙ୍କ ସହଯୋଗରେ ବଲାଙ୍ଗୀର ଓ ଭବାନୀପାଟଣା ଜିଏସଟି ବିଭାଗ ମିଳିତ ଭାବେ ଅରିହନ୍ତ ଇଲେକ୍ଟ୍ରୋନିକ୍ସ ଦୋକାନରେ ଏବଂ ତାଙ୍କ ଘରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଅନେକ ଗୁରତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଦୋକାନରେ ଥିବା ଷ୍ଟକ୍ ମଧ୍ୟ ଯାଞ୍ଚ୍ କରୁଛି ପୋଲିସ। ଅରିହନ୍ତ ଇଲେକ୍ଟ୍ରୋନିକ୍ସ ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି।