ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଭଦ୍ରକରେ ବନ୍ଧୁକ ଦେଖାଇ ଲକ୍ଷେ ଟଙ୍କା ଲୁଟ, ବିରୋଧ କରିବାରୁ ଫାଙ୍କା ଗୁଳିଚାଳନା କଲେ ଲୁଟେରା

ଭଦ୍ରକ, ୨୧/୦୬: ଭଦ୍ରକ ଜିଲ୍ଲା ଶାବରଙ୍ଗ  ଥାନା ଅଧୀନ ଚକପୁର ରାସ୍ତାରେ ଜଣେ ମିନି କିଓସ୍କ କରିଥିବା ବ୍ୟକ୍ତିଙ୍କଠାରୁ ବନ୍ଧୁକ ଦେଖାଇ ଲକ୍ଷେ ଟଙ୍କା  ଲୁଟିନେଇଛନ୍ତି ଦୁର୍ବୃତ୍ତ । ଚକପୁର ଅଞ୍ଚଳର ଓମପ୍ରକାଶ  ସୁତାର ଲୁଟ୍‌ର ଶିକାର ହୋଇଛନ୍ତି । ଶାବରଙ୍ଗ  ବଜାରରେ ସେ କମନ ସର୍ଭିସ ସେଣ୍ଟର କରିଛନ୍ତି ।  

ସବୁଦିନ ପରି ଗୁରୁବାର ବିଳମ୍ବିତ ରାତିରେ ସେ ନିଜ  ମିନି ବ୍ୟାଙ୍କ୍‌ ବନ୍ଦ କରି ଘର ଏରଡ଼ାକୁ ଫେରୁଥିଲେ । ୩ଟି ବାଇକ୍‌ରେ ୬ ଜଣ ଲୁଟେରା ଆସି ଚକପୁର ରାସ୍ତାରେ ତାଙ୍କୁ  ଅଟକାଇ ବନ୍ଧୁକ  ଦେଖାଇ ଧମକ ଦେବା ସହ ବ୍ୟାଗରେ ଥିବା ଟଙ୍କା  ଲୁଟି ନେଇଥିଲେ । ତାଙ୍କ ବ୍ୟାଗ୍‌ରେ ୭୦ ହଜାର ଟଙ୍କା  ଥିବା ଓମ୍‌ ପ୍ରକାଶ କହିଥିବା ବେଳେ ପୁଣି ଲକ୍ଷେ ଟଙ୍କା  ବୋଲି କହୁଛନ୍ତି । ଲାପ୍‌ଟପ୍ ଏବଂ ବାଇକ୍‌ ଚାବ ମଧ୍ୟ ଦୁର୍ବୃତ୍ତ ନେଇଯାଇଥିଲେ। 

ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ଶେଷରେ ଲୁଟେରାମାନେ ରଖିଥିବା ବନ୍ଧୁକରୁ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଘଟଣାସ୍ଥଳରେ ଚମ୍ପଟ ମାରିଥିଲେ । ସେପଟେ ଶାବରଙ୍ଗ ଥାନା ପୋଲିସ ଏବଂ ଭଦ୍ରକ ଏସ୍‌ଡିପିଓ  ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.